ବିଶାଳ ସାମୁହିକ “ବନ୍ଦେ ମାତରମ୍” ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର, ୭/୧୧ : ଏହି ଐତିହାସିକ ଦିନଟି, ଆମ ସମସ୍ତଙ୍କ ପାଇଁ ଏକ ମହାସଙ୍କଳ୍ପର କ୍ଷଣ । ୧୮୭୫ ମସିହାରେ ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି । ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ । ଏହି ପରୀପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ସୁରେଶ ପାଢ଼ୀଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଟ୍ୟାଙ୍କ ରୋଡ଼ ଠାରେ ଏକ ବିଶାଳ
ସାମୁହିକ “ବନ୍ଦେ ମାତରମ୍” ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଋଷି ବଙ୍କିମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ, ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ମୃତ୍ୟୁଞ୍ଜୟ ମନ୍ତ୍ର ଥିଲା । “ବନ୍ଦେ ମାତରମ୍” ସେତେବେଳକୁ କେବଳ ଗୋଟିଏ ଗୀତ ହୋଇ ରହିନଥିଲା, ତାହା ଭାରତର ସାମୁହିକ ଆତ୍ମାର ସ୍ୱରରେ ପରିଣତ ହୋଇସାରିଥିଲା । “ବନ୍ଦେ ମାତରମ୍” ସଙ୍ଗୀତ ସବୁଠାରୁ ଶୀତଳ ରକ୍ତକୁ ମଧ୍ୟ ଉଷ୍ମ କରିବାର ଯାଦୁକରୀ ଶକ୍ତି ଭରି ରହିଥିଲା । ରାଷ୍ଟ୍ରପ୍ରେମର ଏହି ମହାମନ୍ତ୍ର ସ୍ୱାଧୀନତା ସଂଗ୍ରାମର ଶହ ଶହ କ୍ରାନ୍ତିକାରୀଙ୍କୁ ଫାଶୀ ଖୁଣ୍ଟରେ ବିଜୟର ସ୍ମିତହାସ୍ୟ ଦେଇଥିଲା । ଯେତେବେଳେ ଇଂରେଜ ସରକାର ଏହାକୁ ନିଷିଦ୍ଧ କରିବାକୁ ଚେଷ୍ଟା କଲେ, ସେତେବେଳେ ତାହାର ପ୍ରତିଟି ଧାଡ଼ି ଭାରତୀୟମାନଙ୍କ ପାଇଁ ବଜ୍ରଶପଥ ପାଲଟିଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ, ଏହି ମହାନ ଗୀତର ଅମୃତ କାହାଣୀକୁ ସ୍ମରଣ କରି, ସମସ୍ତେ ମାତୃଭୂମିର ସାର୍ବଭୌମତ୍ୱ ଓ ଏକତା ପାଇଁ ପୁନର୍ବାର ନିଜର ଜୀବନ ସମର୍ପିତ କରିବାର ଶପଥ ନେଇଥିଲେ । “ବନ୍ଦେ ମାତରମ୍” ଗୀତର ୧୫୦ ବର୍ଷ ପୁର୍ତ୍ତିର ଏହି ଐତିହାସିକ ଅବସରରେ ଭାରତ ସରକାରଙ୍କ ତରଫରୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଯାହା ଫଳରେ ଦେଶର ଯୁବ ପିଢୀ “ସାଂସ୍କୃତିକ ରାଷ୍ଟ୍ରବାଦ” ର ଚିନ୍ତାଧାରାକୁ ଆତ୍ମିକ ଭାବରେ ଅନୁଭବ କରିପାରିବେ । ନୀଳକଣ୍ଠ ସରସ୍ୱତୀ ବିଦ୍ୟା ମନ୍ଦିରର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଉମା ମାଧବ ମହାନ୍ତି ଉପସ୍ଥିତ ଥିବା ଜନସାଧାରଣଙ୍କୁ ସାମୁହିକ “ବନ୍ଦେ ମାତରମ୍” ସଙ୍ଗୀତ ଗାନ କରାଇଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ସରୋଜ ସାବତ,ବ୍ରହ୍ମପୁର ସାଂସଦ ଡ଼ା ପ୍ରଦୀପ ପାଣିଗ୍ରାହୀ,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି,ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ରାଜ୍ୟ ପ୍ରବକ୍ତା ଟି.ଗୋପି,ବରିଷ୍ଠ ନେତା ସୁନିଲ କୁମାର ସାହୁ,ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ସିଦ୍ଧାନ୍ତ ଗଙ୍ଗଦେବ,ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥୀ,ଜିଲ୍ଲା ସମ୍ପାଦକ ପଦ୍ମଚରଣ ସାହୁ,ବାଳକୃଷ୍ଣ ସାମନ୍ତରା,ଏସ୍.ରାଣୀ,ରତ୍ନଗର୍ଭା ସରସ୍ୱତୀ ଦେବୀ,କର୍ପୋରେଟର ବନିତା ସାହୁ,ଶିବ ପ୍ରସାଦ ଦାସ,ଶରତ ପଟ୍ଟନାୟକ,ବନମାଳୀ ସେଠୀ,ପ୍ରଦୀପ ନାୟକ,କୀର୍ତ୍ତନ ଦାସ,ବଦ୍ରି ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମାୟାନନ୍ଦ ଦାସ,ଗୈାରୀ ସାମନ୍ତରା,ରଜତ ପଣ୍ଡିତ,ପ୍ରଦୀପ ମିଶ୍ର,ବର୍ଷା ବିଦ୍ୟୁସ୍ମିତା,ସ୍ମିତାଲି ସ୍ନିଗ୍ଧା ପାତ୍ର,ସରୋଜ ପାତ୍ର,ଆଲୋକ କୁମାର ସାହୁ,ସାଗର ପାତ୍ର,ଏସ୍.ଶ୍ରୀନିବାସ ପ୍ରମୁଖ ଦଳୀୟ ନେତୃବୃନ୍ଦ,ସହରର ବିଭିନ୍ନ ସଂଗଠନର ନେତୃବୃନ୍ଦ,ବୁଦ୍ଧିଜୀବୀଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଗର୍ବ ଓ ଦେଶପ୍ରେମର ସହ ଯୋଗ ଦେଇଥିଲେ ।
( ମ ନି ସ )

