ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନ ପ୍ରଧାନ ଙ୍କ କବିତା ମା ହୋଇଲେ ସାହା

ମା ହୋଇଲେ ସାହା

 

ପୁରୁବ ଆକାଶୁ ଆସନ୍ତି ସବିତା ଶାନ୍ତିର ବାରତା ନେଇ

ଘଟଗାଁ ପିଠ ହସି ଉଠୁଅଛି ବସିଛି କରୁଣା ମୟୀ।

 

ଅତି ମନଲୋଭା କେନ୍ଦୁଝର ଶୋଭା ବଢ଼ାଇ ଯାହାର ପାଇଁ

ସେହି ମା ଯଦି ସାହା ହୋଇ ଥିବ ସାତ ସିନ୍ଧୁ ଯିବି ଡେଇଁ।

 

ନାଲି ମୁଖ ଦିଶେ ସୁଶୋଭିତ ଗଳାରେ ମନ୍ଦାର ମାଳ

ମାଟି ଘୋଡା ଚଢି ଜଗତ ବୁଲଇ ନିତି ଲୋଡା ଶ୍ରୀଫଳ।

 

ଶାଳ ଗଛ ମୂଳେ ବସିଅଛି ମାଆ ଦେଖିବ ତାର ଭକତ

ମା ତାରିଣୀ ମୋ ସାହା ହୋଇ ଥିଲେ

ଦୂର ହେବ ମୋର କଷ୍ଟ।

 

ତୁହି ମା ମଙ୍ଗଳା ତୁହି ମା ଶାରଳା ତୁହି ମା ଅଟୁ ବିରଜା

ତୁ କରୁଣା ମୟୀ ଜଗତଜନନୀ ଉଡେ ତୋ କିରତି ଧ୍ବଜା।

 

ଜନରଞ୍ଜନ ପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ଇ-ଖବରକାଗଜ ‘ଓଡ଼ିଆ ବାର୍ତ୍ତା’ ଲୋକାର୍ପିତ

Sunil Chandra Nayak

ରୁପ୍ରା ପେକ୍ସ୍ ର ସଭାପତି ଭାବରେ ସରୋଜ ରାଉତ ନିର୍ଦ୍ଵନ୍ଦରେ ନିର୍ବାଚିତ

Sunil Chandra Nayak

ସଫଳ ବ୍ୟଡ଼ମୀଣ୍ଟନ ଖେଳାଳି ଓ କୋଚ ସମୀର କୁମାର ସାହୁ

Sunil Chandra Nayak

Leave a Comment

error: Content is protected !!