ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାନଗରରେ ଆରଏସଏସ ଦ୍ୱାରା ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ 

ରାଉରକେଲା ମହାନଗରରେ ଆରଏସଏସ ଦ୍ୱାରା ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ 

ରାଉରକେଲା : ମହେଶ୍ୱରୀ ଭବନ, ରାଉରକେଲା ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଉରକେଲା ମହାନଗର ବ୍ୟବସ୍ଥାପନାରେ ମହେଶ୍ୱରୀ ଭବନରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ କରାଯାଇଛି। ଏହି ଦିନଟି ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ ଦିବସ ଅତୁଟ ସ୍ମୃତିରେ ପାଳନ କରାଯାଏ। ଛତ୍ରପତି ଶିବାଜୀ ମହାରାଜ ଭାରତର ଐତିହାସିକ ନାୟକ ମାନ୍ୟଙ୍କ ମଧ୍ୟରୁ ଜଣେ ଅଗ୍ରଣୀ ରାଜନେତା ଓ ଯୋଦ୍ଧା ଥିଲେ। ୧୬୨୭ ମସିହାରେ ଶିବନେରୀ ଦୁର୍ଗରେ ଜନ୍ମଗ୍ରହଣ କରିଥିବା ଶିବାଜୀ, ତାଙ୍କ ମାତା ଜିଜାବାଇଙ୍କ ଆଦର୍ଶ ଓ ସଂସ୍କାରରେ ନିଜକୁ ଗଢିଥିଲେ । ଜଣେ ଦୃଢ଼ ଇଚ୍ଛାଶକ୍ତି ଥିବା ନେତୃତ୍ୱ ଶକ୍ତି ସମ୍ପନ୍ନ ବ୍ୟକ୍ତି ଭାବେ, ସେ ଏକ ସ୍ୱାଧୀନ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ। ଶିବାଜୀଙ୍କ ଜୀବନର କିଛି ଅମର ଦୃଷ୍ଟାନ୍ତ ମଧ୍ୟରୁ ଅଫଜଲ ଖାନଙ୍କୁ ଦୂର୍ଦ୍ଧର୍ଷ ଭାବେ ବିଜୟ କରିବା (୧୬୫୯), ଆଗ୍ରାରୁ ଗୁପ୍ତ ଭାବେ ପଳାଇ ଯିବା (୧୬୬୬), ଏବଂ ରାଏଗଡ଼ରେ ଏକ ହିନ୍ଦୁ ସ୍ୱରାଜ୍ୟ ରାଜ୍ୟାଭିଷେକ କରିବା (୧୬୭୪) ଆଦି ତାଙ୍କ ସାହସ ଓ ଧାର୍ମିକ ଦୃଢତାକୁ ପ୍ରମାଣ କରେ। ଶିବାଜୀ ମହାରାଜ ସେନା ବ୍ୟବସ୍ଥା, ଦୂର୍ଗ ନିର୍ମାଣ ଓ ଗୁପ୍ତଚର ଜାଲ ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ସେ ଯେଉଁଠି ଯୁଦ୍ଧ କରିଥିଲେ, ସେଠି ନାରୀ ଓ ଧର୍ମର ସମ୍ମାନ ରକ୍ଷା କରିଥିଲେ। ଏମିତି ଏକ ଅଦ୍ୱିତୀୟ ରାଷ୍ଟ୍ରନାୟକ ରୂପେ ଶିବାଜୀ ମହାରାଜ ଆଜି ବି ଭାରତୀୟ ଜନମାନସରେ ଅମର ରହିଛନ୍ତି। ସେ ହେଉଛନ୍ତି ଧର୍ମ, ରାଷ୍ଟ୍ର ଓ ମର୍ଯ୍ୟାଦାର ପ୍ରତୀକ। ଛତ୍ରପତି ଶିବାଜୀ ମହାରାଜ ଭାରତର ଏକ ମହାନ ସ୍ୱାଧୀନତା ସେନାନୀ ଓ ରାଷ୍ଟ୍ରନାୟକ ଥିଲେ। ସେ ମୋଗଳ ସାମ୍ରାଜ୍ୟ ଓ ଅନ୍ୟ ଶକ୍ତିଶାଳୀ ଶାସକମାନଙ୍କ ବିରୁଦ୍ଧରେ ଲଢି ଏକ ଶକ୍ତିଶାଳୀ ମରାଠା ସାମ୍ରାଜ୍ୟ ଗଠନ କରିଥିଲେ। ସଂଘ ପାଇଁ ଏହା ହିନ୍ଦୁ ଗୌରବ, ଶୂରତା ଓ ରାଷ୍ଟ୍ରନିର୍ମାଣର ପ୍ରତୀକ ଦିବସ। କାର୍ଯ୍ୟକ୍ରମରେ ପ୍ରଭାତ କୁମାର ସାହୁ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁରୀ ପରିଷଦ ଅଧ୍ୟକ୍ଷ ମହାଦେବ ଗଡ଼ଙ୍କି ,ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ସହ ସଂଗଠନ ମନ୍ତ୍ରୀ ବିଶ୍ବ ହିନ୍ଦୁ ପରିଷଦର ବିନାୟକ ରାଓ ଦେଶପାଣ୍ଡେ ଯୋଗ ଦେଇଥିଲେ । ସେ ଛତ୍ରପତି ଶିବାଜୀଙ୍କ ଜୀବନ ଗାଥା, ତାଙ୍କ ଦୃଢ଼ ନେତୃତ୍ୱ, ଧର୍ମ ଓ ରାଷ୍ଟ୍ର ପ୍ରତି ତାଙ୍କ ଅତୁଟ ନିଷ୍ଠା ଉପରେ ଆଲୋକପାତ କରିଥିଲେ l ସଂଘ ସ୍ୱୟଂସେବକ ମାନେ ଏହି ଅବସରରେ ସାମୁହିକ ସଂଘଗୀତ , ପ୍ରମୋଦ କୁମାର ସାହୁ ବ୍ଯକ୍ତି ଗତ ଗୀତ ଗାନ କରି ଥିଲେ l ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭାଗ ପ୍ରଚାରକ ସୁବ୍ରତ କୁମାର ସାମନ୍ତରାୟ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳନl କରାଯାଇଥିଲା l ମଞ୍ଚ ପରିଚାଳନା ବିବେକାନନ୍ଦ ସାହୁ ରାଉରକେଲା ମହାନଗର କାର୍ଯ୍ୟବାହ , ଶେଷ ଦେବ ସେଠି ସହ କାର୍ଯ୍ୟ ବାହ ରାଉରକେଲା ମହାନଗର , କାର୍ଯ୍ୟ କ୍ରମର ମୁଖ୍ୟ ଶିକ୍ଷକ ଚିନ୍ତା ମଣି ନାୟକ, ରାଜ କୁମାର ନାଥ ପ୍ରଚାର ପ୍ରମୁଖ , ସୀତାରାମ ବରେଲିଆ ବ୍ଯବସ୍ଥା ପ୍ରମୁଖ ରାଉରକେଲା , ହରେ କୃଷ୍ଣ ମାଝି ପ୍ରାନ୍ତ ଶାରୀରିକ ପ୍ରମୁଖ, ହେମନ୍ତ କୁମାର ସାମଲ ବିଭାଗ ବୋଧିକ ପ୍ରମୁଖ , ମହାନଗର , ଗଗନ ସ୍ୱାଇଁ ,ପବନ ଶର୍ମା ,ପ୍ରଭାତ ସାହୁ, ବାବୁଲି ସାହୁ, ଗଙ୍ଗାଧର ସାହୁ, ମନୀଷ ଅଗ୍ରୱାଲ, ସନ୍ଦୀପ କୁଶୁଡl , ଅରନବ ଚୌଧୁରୀ ସଂଘ ର ବହୁ କାର୍ଯ୍ୟକର୍ତ୍ତା, କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଯୁବକ, ବୃଦ୍ଧ, ଗୃହିଣୀ ଓ ବିଦ୍ୟାର୍ଥୀମାନେ ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ଯାରେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରବୀନ୍ଦ୍ର ପଧାନ ଙ୍କ ପରଲୋକ, ଶୋକ ର ଛାୟା 

Sunil Chandra Nayak

କାହ୍ନୁ ଚରଣ ସାହୁ ପାଇଲେ “ତାରିଣୀ ଶବ୍ଦ ଭାରତୀ ସମ୍ମାନ”

masiha

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍,୨୫ ଜ‌ଣଙ୍କ ଅବସ୍ଥା ଗୁରୁତର

Sunil Chandra Nayak

Leave a Comment

error: Content is protected !!