ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଯୁବ ହଷ୍ଟେଲ ର ସନ୍ତରଣ ପ୍ରତିଯୋଗିତା ସମ୍ପନ୍ନ 

ଯୁବ ହଷ୍ଟେଲ ର ସନ୍ତରଣ ପ୍ରତିଯୋଗିତା ସମ୍ପନ୍ନ 

ରାଉରକେଲା: ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ରାଉରକେଲା କ୍ଲବର ମିଳିତ ଆନୁକୂଲ୍ୟରେ ସନ୍ତରଣ ପ୍ରତିଯୋଗିତା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ହଷ୍ଟେଲର ସଭାପତି ପ୍ରତାପ କୁମାର ସ୍ବାଇଁ ଙ୍କ ସଭାପତିତ୍ବ ଓ ଆଶିଷ ବିର୍ସା ହେମ୍ରମ ଙ୍କ ସଂଯୋଜନାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆରଏସପି ର ଆଭ୍ୟନ୍ତରୀଣ ଅଡିଟର ସିଜିଏମ ଡ ଗିରିଜା ଶଙ୍କର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ, ସନ୍ତରଣ ଏକ ଭଲ ବ୍ୟାୟାମ ସହ ଏହା ସମସ୍ତଙ୍କ ପାଇଁ ଆବଶ୍ୟକ ବୋଲି ମତ ରଖିଥିଲେ। ଏହି ଅବସରରେ ସନ୍ତରଣ ପ୍ରତିଯୋଗିତା ୪ ଭାଗରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ତଥା ସାଧାରଣ ସମ୍ପାଦକ ନିରଞ୍ଜନ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଇତିହାସ ସମ୍ପର୍କରେ ବକ୍ତବ୍ୟ, ସାଂଗଠନିକ ସମ୍ପାଦକ ସରୋଜ କୁମାର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସୁଶ୍ରୀ ଶ୍ରଦ୍ଧାଶ୍ରୀ ପଟ୍ଟନାୟକ,ଅନୁଶ୍ବେତା ହେମ୍ରମ, ବିଷ୍ଣୁ ପ୍ରିୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲାବେଳେ ଶେଷରେ ଉପସଭାପତି ଗୋରଖନାଥ ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସମରକାନ୍ତ ମଲ୍ଲିକ, ଏସ ଏନ୍ ଲେଙ୍କା, ସରୋଜ କୁମାର ପଟ୍ଟନାୟକ, ଦେବାଶିଷ ମହାନ୍ତି, ରଞ୍ଜନ କୁମାର ବାରିକ, ସୁଚିତ୍ରା ମଲ୍ଲିକ, ଲୁସି ଦାଶ, ମୀନାକ୍ଷୀ ପାଢ଼ୀ, ନାରାୟଣ ପ୍ରସାଦ ମହନ୍ତ, କାମିନୀ ମହନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମା ବସ୍ତରେନ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

ବାନେର ଠାରେ ଅରୁଣୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ବଲାଙ୍ଗୀର କୁ ହରାଇ କେସିଙ୍ଗା ବିଜୟୀ 

masiha

Leave a Comment

error: Content is protected !!