ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ କିଣା କାରବାର ସ୍ବଚ୍ଛତା ଓ ଶୃଙ୍ଖଳିତ ଉଦ୍ୟେଶ ନେଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ

ଧାନ କିଣା କାରବାର ସ୍ବଚ୍ଛତା ଓ ଶୃଙ୍ଖଳିତ ଉଦ୍ୟେଶ ନେଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ

କଳାହାଣ୍ଡି ଜିଲ୍ଲା ର ମହିଚଲା ଧାନମଣ୍ଡି, ସନ୍ୟାସୀ କୁଣ୍ଡମାଲ,ଝାରକୁଣ୍ଡମାଲ,ଚାରବାହାଲ, ମୋଟେର ପ୍ରଭୃତି ଧାନମଣ୍ଡୀ କୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଓଡିଶା ରେ ଧାନ କିଣା କାରବାର ସ୍ବଚ୍ଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ଅଧିନିୟମ ମାର୍ଗଦର୍ଶକା ଅନୁଯାୟୀ ଠିକ୍ ଠାକ୍ ଭାବେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଉଛି କି ନାହିଁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତଦାରଖ କରିଥିଲେ। ଓଡିଶା ର ଚାଷୀ ମାନଙ୍କର ଆୟ କୁ ଦୁଇ ଗୁଣା କରିବା ସହିତ ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସରକାର ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ବିଜେପି ସରକାର ଚାଷୀମାନଙ୍କ ପାଇଁ ସମର୍ପିତ ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଥିଲେ। ଏହି ପରିଦର୍ଶନ ସମୟରେ ଧର୍ମଗଡ ବିଧାୟକ ସୁଧୀର ପାଟଯୋଷୀ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ଜିଲ୍ଳା ସଭାପତି କେଶରୀ ଦୁର୍ଗା, ରାଜ୍ୟ ସଂଯୋଜକ ରାଜକିଶୋର ମେଣ୍ଡେଲୀ, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଧିର କୁମାର ମୁଣ୍ଡ, ମୋର୍ଚ୍ଚା ଜିଲ୍ଲା ସଂଯୋଜକ ବିଭୁତି ପାଣିଗ୍ରାହୀ,ଶ୍ରୀମତୀ କୁନ୍ତୀ ପାଲ, ବରିଷ୍ଠ ନେତା ଗଙ୍ଗା ମାଝୀ,ଅପ୍ରେଶ ସ୍ୱାଇଁ, ଉଆଁସୁ ବିଶ୍ୱାଳ, ଧବଳେଶ୍ୱର ପଟେଲ,ଜାଭେଦ ଆଲମ,ଲିଂଗରାଜ ବେହେରା, ରାଜୁ ପଟ୍ଟଯୋଷୀ,ମୋହିତ ବେହେରା, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା,କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୟୂରୀ ଥିମ୍ ସଙ୍ଗ ଲୋକାର୍ପିତ  ଗୀତ ସଂଗୀତ ଓ ଗାୟନ ଶୈଳୀ ଉପସ୍ଥିତ ଦର୍ଶକ ଙ୍କ ପ୍ରଶଂସା

Sunil Chandra Nayak

MP Sri Bishi Raises Concern Over Limited Access to EMRS in Tribal Areas, Seeks Expansion at Block Level.

Sunil Chandra Nayak

ଖାଟୁଶ୍ୟାମ ବାବାଙ୍କ ଫାଲଗୁନ ମେଳା ସହିତ ସୁବର୍ଣ୍ଣ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!