ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଡାବୁଗାଁ, ୧୧/୬ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ସ୍ନାନ ପୂର୍ଣ୍ଣିମା ବୁଧବାର ପାଳିତ ହୋଇ ଯାଇଛି। ଭଗବାନ ଙ୍କ ର ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡି କରି ଆଣିବା ପରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ସ୍ନାନ କରାଯାଇଥିଲା । ପରେ ପ୍ରଭୁ ଜଗନ୍ନାଥ ଙ୍କ ଗଜାନନ ବେଶକୁ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ | ଏଥିରେ ଦଇତା ପତି ସେବାୟତ ଭାବେ ସନତ କୁମାର ନାୟକ, ପ୍ରଦୀପ ସାହୁ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ମୁନା ପାତ୍ର , ରଞ୍ଜନ ମିଶ୍ର, କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରିଥିଲେ | ଏହି ଅବସରରେ ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଦେବରାଜ ପାତ୍ର, ଏମ ଅପ୍ପା ରାଓ , ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜି. ଭେଙ୍କେଟେଶ୍ୱର୍ ରାଓ, ପ୍ରକାଶ ଚନ୍ଦ୍ର ପଣ୍ଡା, ବାବି ଜେନା, ଜୟନ୍ତ କୁମାର ପାତ୍ର, ଭଗବାନ ଖୁଣ୍ଟିଆ, ଜଗନ୍ନାଥ ମନ୍ଦିର ପୂଜକ ନବୀନ ପାଢ଼ୀ, ଡାହୁକ କୁନୁ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ମହାପ୍ରଭୁ ଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ଶତାଧିକ ଭକ୍ତଙ୍କ ଭିଡ଼ ଜମିଥିଲା ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା 

masiha

ଆଜି ପବିତ୍ର ମହା ଶିବରାତ୍ରି , ଧର୍ମଗଡର ପାରଦେଶ୍ୱର ମନ୍ଦିର ଆଜି ଚଳଚଞ୍ଚଳ

Sunil Chandra Nayak

ଅଖିଳ ଭାରତୀୟ ମାରଓ୍ବାଡୀ ମହିଳା ସମିତି, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ଧୂମଧାମରେ ଭଗବାନ ଶାଳୀଗ୍ରାମ ସହିତ ମାତା ତୁଳସୀ ଦେବୀଙ୍କ ଵିଵାହ ସଂପନ୍ନ

masiha

Leave a Comment

error: Content is protected !!