ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ

କୋରାପୁଟ:- ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର 69ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ସ୍ଥାନୀୟ ସହଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କୋରାପୁଟ ଶ୍ରୀ ଭି.କୀର୍ତ୍ତିଭାସନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି ବୈଠକରେ ବିଧାୟକ, କୋରାପୁଟ ଶ୍ରୀ ରଘୁରାମ ମାଛ, ବିଧାୟକ ପଟ୍ଟାଙ୍ଗୀ ଶ୍ରୀ ରାମ କାଡାମ୍, ବିଧାୟକ ଲକ୍ଷ୍ମିପୁର ଶ୍ରୀ ପବିତ୍ର ସାଉନ୍ତା ଙ୍କ ସହ ଅନ୍ୟ କମିଟି ସଭ୍ୟ ଉପସ୍ଥିତ ଥିଲେ । ବୈଠକର ପ୍ରାରମ୍ଭରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ପ୍ରଶାସିକା ଶ୍ରୀମତୀ ସ୍ନେହପ୍ରଭା ମାଝୀ ସମସ୍ତ କମିଟି ସଦସ୍ୟ, ସଦସ୍ୟା ମାନଙ୍କୁ ସ୍ୱାଗତ ଜଣାଇବା ସହ ଆର୍ଥିକ ବର୍ଷ 2025-26 ନିମନ୍ତେ ପ୍ରସ୍ତୁତ କାର୍ଯ୍ୟଖସଡା ଉପସ୍ଥାପନ କରିଥିଲେ ଓ କମିଟିର ସଦସ୍ୟମାନେ ଏହାଉପରେ ସବିଶେଷ ଆଲୋଚନା କରିବା ସହ ସେମାନଙ୍କ ମତାମତ ରଖିଥିଲେ । ପ୍ରମୂଖତଃ ଆଦିବାସୀ ବିଦ୍ୟାର୍ଥିମାନଙ୍କ ଉନ୍ନତ ଶିକ୍ଷା, ଛାତ୍ରୀନିବାସ ମାନଙ୍କର ଉଚ୍ଚତମ ସୁରକ୍ଷା ପାଚେରୀ, ସି.ସି.ଟି.ଭି କ୍ୟାମେରା ସଂଯୋଗ, ପ୍ରତ୍ୟେକ ଛାତ୍ରାବାସରେ ଶୌଚାଳୟ ଓ ଜଳଯୋଗାଣର ସୁନିଶ୍ଚିତତା ଏବଂ ସ୍କୁଲ୍ ପରିଷରର ସମସ୍ତ କଚ୍ଚାରାସ୍ତାକୁ ପେଭର୍ ବ୍ଲକ୍ ବିଛାଇବା ନିମନ୍ତେ ମତପ୍ରକାଶ ପାଇଥିଲା । ଏଥିସହିତ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ଅଧିନରେ ଆର୍ଥିକ ବର୍ଷ 2024-25ରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ ଯଥା କୃଷି, ଜଳସେଚନ, ଲଘୁ ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ପ୍ରଭୃତି ଉପରେ ବିଶଦ୍ ଆଲୋଚନା କରାଯାଇ ଚଳିତ ଆର୍ଥିକ ବର୍ଷ 2025-26ର କାର୍ଯ୍ୟଖସଡା ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯାଇଥିଲା । ଜିଲ୍ଲାରେ ଜଙ୍ଗଲ ଜମି ଅଧିକାର ଆଇନ୍ 2006 ର କାର୍ଯ୍ୟକାରୀ ଉପରେ ଆଲୋଚନା ହୋଇଥିଲା । ଧରତୀଆବା – ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନାରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଅନୁମୋଦିତ ବିଭିନ୍ନ ପ୍ରକଳ୍ପ ଓ ଚିହ୍ନଟ ହୋଇଥିବା 572 ଗ୍ରାମରେ ଜୁନ୍ 12 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ସଚେତନତା କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁନିଲ କୁମାର ତାଣ୍ଡି, ଉପ ନିର୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ସୁଦାମ ବିଶ୍ୱାଳ, ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ନିର୍ବାଚିତ ପ୍ରତିନିଧି ପ୍ରମୂଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତ୍ରୁଟି ପୂର୍ଣ୍ଣ ଚେକ ଡେମ୍ ନିର୍ମାଣ ସାଙ୍ଗକୁ ମରାମତି ଅଭାବ ଯୋଗୁଁ ଜଳସେଚନର ଲକ୍ଷ୍ୟ ହାସଲ କରିପାରୁନାହିଁ, ଚାଷୀ ମୁଣ୍ଡରେ ଚଡ଼କ

Sunil Chandra Nayak

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି : ବିଡିଓଙ୍କୁ ଅଟକାଇଲେ ମହିଳା

Sunil Chandra Nayak

କନ୍ଧମାଳ ଜିଲ୍ଲାର ଗଣଶିକ୍ଷା ବିଭାଗ ରେ ବ୍ୟାପଜ ବଦଳି ଆଦେଶ ଜାରୀ 

Leave a Comment

error: Content is protected !!