ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ବାଳ ଶ୍ରମିକ ବିରୋଧ ଦିବସ ଅବସରରେ ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

ବିଶ୍ୱ ବାଳ ଶ୍ରମିକ ବିରୋଧ ଦିବସ ଅବସରରେ ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

 ସମଗ୍ର ବିଶ୍ୱରେ ଶିଶୁ ଶ୍ରମିକ ବିରୋଧରେ ସଚେତନତା ସୃଷ୍ଟି ନିମନ୍ତେ ୨୦୦୨ ମସିହାରୁ ପ୍ରତିବର୍ଷ ଜୁନ ୧୨ ତାରିଖକୁ ଶିଶୁ ଶ୍ରମିକ ବିରୋଧ ଦିବସ ରୂପେ ପାଳନ କରାଯାଉଥିବା ବେଳେ ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ ଇମାନୁଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ପରିସରରେ ମଧ୍ୟ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ବାଳ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ଅତିଥି ଭାବରେ ସହକାରୀ ଶ୍ରମିକ ଅଧିକାରୀ ତୁଳସିରାମ ମାଝୀ, ବରିଷ୍ଠ ଆଇନଜୀବୀ ଚିନ୍ତାମଣୀ ପାତ୍ର, ହରିଶଚନ୍ଦ୍ର ବାଗ, ସଂଯୁକ୍ତା ପଣ୍ଡା ଓ ଏହି ସଂସ୍ଥା ର ସଭାପତି ଧନିରାମ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲ। ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ କହିଥିଲେ ଯେ ଶିଶୁ ଶ୍ରମିକ ର ହାର ବଢିବା ପଛରେ ନିରକ୍ଷରତା, ଦାରିଦ୍ର୍ୟତା ଓ ସଚେତନତା ର ଘୋର ଅଭାବ ରହିଛି। ଶିଶୁଟି ଯେଉଁ ହାତରେ କଲମ ଧରିବା କଥା ସେଇ ହାତରେ ଯଦି ହାତୁଡି ଧରିବ ତେବେ ଏହାଠୁ ଘୃଣ୍ୟକାମ ଆଉ କିଛି ନହୋଇପାରେ।ଶିଶୁଟି ତାର ପାଠ ପଢିବା ବୟସରେ ବାଳ ଶ୍ରମିକ ରୂପେ କାର୍ଯ୍ୟ କରି ନିଜ ଶିକ୍ଷା,ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ବୋଲି ବକ୍ତବ୍ୟ ରଖିବା ସହ ଶିଶୁ ମାନଙ୍କ ର ବିଭିନ୍ନ ଅଧିକାର ଯଥା ମାଗଣା ଶିକ୍ଷ୍ୟା, ବଞ୍ଚିବାର ଅଧିକାର, ସୁରକ୍ଷା ଅଧିକାର ବିଷୟରେ କହିଥିଲେ। ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସହକାରୀ ଶ୍ରମିକ ଅଧିକାରୀ ଶ୍ରୀ ମାଝୀ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ବିରୋଧ କରିବା ପାଇଁ ସରକାର ଙ୍କ ତରଫରୁ ନିଆଯାଉଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଶ୍ରମିକ। ଏହି ସଭା କୁ ଶ୍ରୀମତୀ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ ଓ ଶ୍ରୀ ଧନିରାମ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

Youths in Kantabanji Make Waves with Cow Service

masiha

ବେହେରାପାଟି ସ୍କୁଲ ପାଚିକା ତଦନ୍ତ ରେ ବିଡ଼ିଓ ଙ୍କ ସମେତ ତିନି ଅଧିକାରୀ 

Sunil Chandra Nayak

ଏ.ଆଇ.ଡି.ଏସ୍‌.ଓ.ପକ୍ଷରୁ ଗୋପବନ୍ଧୁଙ୍କ ୧୪୯ତମ ଜୟନ୍ତୀ-୨୦୨୫ ନିରାଡ଼ମ୍ବର ଭାବରେ ପାଳିତ 

Sunil Chandra Nayak

Leave a Comment

error: Content is protected !!