ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ – ବାହାଘର ପ୍ରୋସେସନ ସାରି ଫେରୁଥିବା ବେଳେ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ, ୧୦ କଳାକାର ଆହତ

ବାହାଘର ପ୍ରୋସେସନ ସାରି ଫେରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ମା ମେଲୋଡି ବ୍ୟାଣ୍ଡପାର୍ଟି ଗାଡ଼ି ବାଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ କଳାକାର ଆହତ ହୋଇଛନ୍ତି। ମୃତକ ନୂଆପଡ଼ା ଜିଲ୍ଲାର ପ୍ରଫୁଲ୍ଲ ବାଗ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆହତମାନଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ର ମା ମେଲୋଡି ବ୍ୟାଣ୍ଡପାର୍ଟିର କଳାକାରମାନେ ଗୋଲାମୁଣ୍ଡା ବ୍ଲକକୁ ଗତକାଲି ସନ୍ଧ୍ୟାରେ ବିବାହ ପ୍ରୋସେସନ ପାଇଁ ଯାଇଥିଲେ। ରାତିରେ ପ୍ରସେସନ ସାରି ବ୍ୟାଣ୍ଡପାର୍ଟି ଗାଡ଼ିରେ ଫେରୁଥିବା ବେଳେ ବଣ୍ଡାକୋଟରା ଛକ ନିକଟରେ ରାତି ପ୍ରାୟ ୩ ଟା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପ୍ରଫୁଲ୍ଲ ବାଗଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ କଳାକାରମାନେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଅସଂଜତ ଏ ସଂଜ

Sunil Chandra Nayak

ଉମରକୋଟ୍ ୟୁ ଭି ୫୨ ବଙ୍ଗିୟ ଗ୍ରାମରେ ମା କାଳି ପୁଜା ମହା ଆଡମ୍ବରରେ ପାଳିତ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

Leave a Comment

error: Content is protected !!