ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା – ୨୦୨୫ (ଷଷ୍ଠ ସଂସ୍କରଣ) ଅନୁଷ୍ଠିତ 

ସ୍ବାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା – ୨୦୨୫ (ଷଷ୍ଠ ସଂସ୍କରଣ) ଅନୁଷ୍ଠିତ 

କଟକ : କଟକ ସଦର ୪୨ ମୌଜା ବରାଳ ଗ୍ରାମର ସାମାଜିକ ସଂଗଠନ ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା – ୨୦୨୫ (ଷଷ୍ଠ ସଂସ୍କରଣ) କଳପଡ଼ା ମାନ୍ୟବର ପ୍ୟାଲେସରେ ଅନୁଷ୍ଠିତ ହୋଇ ସର୍ବମୋଟ ଜୁନିଅର ଗ୍ରୁପରେ ୩୭ ଜଣ ଓ ସିନିୟର୍ ଗ୍ରୁପରେ ୨୭ ଜଣ ପ୍ରତିଯୋଗୀନୀ ଅଂଶ ଗ୍ରହଣ କରିଥିଲେ । ସଙ୍ଘର ପ୍ରତିଷ୍ଠାତା ସଂଗଠକ ଇଂ.ବିରଞ୍ଚି ନାରାୟଣ ଭୂୟାଁଙ୍କର ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ଆଇନଜୀବୀ ସଞ୍ଜୀବ ବିଶ୍ଵାଳ,କବି ବାମଦେବ ସ୍ବାଇଁ,ସମାଜସେବୀ ସୁବାଷ ଚନ୍ଦ୍ର ସାହୁ,ଶିକ୍ଷୟତ୍ରୀ ମଞ୍ଜୁଳା ସାହୁ,ଶିକ୍ଷୟତ୍ରୀ ସରୋଜିନୀ ରଥ, ନାଟ୍ୟକାର ଆଶୋକ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ । ପୁରସ୍କାର ବିତରଣୀ ସଭାରେ ଉପଦେଷ୍ଟା ସମରେନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ପ୍ରଦୀପ୍ତ ବିଶ୍ଵାଳ,ଇଂ. ତୋଫାନ ଜେନା,ଅଧ୍ୟକ୍ଷ ବିଶ୍ୱଜିତ୍ ରାୟ,ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟର ସଭାପତି ପ୍ରଫେସର୍ ମନୋଜ ନାୟକ,ବିଶିଷ୍ଟ କଳାକାର ବବି ଇସଲାମ,ରିଶୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଯୋଗିତାରେ ସିନିୟର ଗ୍ରୁପର ୧ମ ସ୍ଥାନରେ ବିଦୁସ୍ମିତା ରାଉତ କିଶୋନନଗର ମହାବିଦ୍ୟାଳୟ,୨ୟ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦାସ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଦଧିବାମନପୁର ଓ 

୩ ୟ ସ୍ଥାନରେ ଦେବି ଦେବଜାନୀ ପାଣି ଶ୍ରୀ ଜୟଦେବ ଜୟଦେବ ମହାବିଦ୍ୟାଳୟ ନଖରା ଅଧିକାର କରିଥିବା ବେଳେ ଜୁନିଅର ଗ୍ରୁପରେ ୧ମ ସ୍ଥାନରେ ଦୀପ୍ତି ରାଣୀ ସାହୁ ଆଦର୍ଶ ବିଦ୍ୟାଳୟ କଟକ,୨ୟ ସ୍ଥାନରେ ପ୍ରଲିପ୍ସା ରାଉତରାୟ ,କେଳିକଦମ୍ବ ଉଚ୍ଚ ବିଦ୍ୟାଳୟ ଯଶପଡା ଓ ସ୍ଵାତୀ ସ୍ୱାଗତିକା ଚୌଧୁରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପୋତାପୋଖରୀ ୩ୟ ସ୍ଥାନ ଅଧିକାର କରିଥିଲେ । ସଙ୍ଘର ସମ୍ପାଦକ ଇଂ.ସୁରଜ୍ ବେହେରା,ସମ୍ପାଦିକା ସୁଶ୍ରୀ ପ୍ରଗତି ସ୍ବାଇଁ,ଆଞ୍ଚଲ ପରିଡ଼ା,ସିତୁଲ, ସୁଜାତା ପରିଡ଼ା,ପ୍ରଣତି ସ୍ବାଇଁ,ମଦନ ମୋହନ ରାଉତ,ଆଦିତ୍ୟ ଭୂୟାଁ,ଦୀପିକା ସାହୁ,ଦେବୀ ପ୍ରସାଦ ରାଉତରାୟ,ମେରି ପାଣି,ରୂପ ନାରାୟଣ ସ୍ବାଇଁ,ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ମାଟ୍ରିକ ଟପ୍ପର,କଲେଜ ଟପ୍ପର ଓ ବିଭିନ୍ନ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ମୁଖ୍ୟ ପରିଚାଳକ ଶିକ୍ଷାବିତ୍ ସୂର୍ଯ୍ୟ ନାରାୟଣ ଭୂୟାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ଶ୍ରୀରାମ ନବମୀ ପାଇଁ ଗ୍ରାମ ଉତ୍ସବମୁଖର

masiha

ପୂଜାରିଗୁଡା : କମ୍ପ୍ୟୁଟର ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ 

Sunil Chandra Nayak

Leave a Comment

error: Content is protected !!