ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାସ ମାସ ଧରି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ : ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ

ମାସ ମାସ ଧରି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ : ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ

କନ୍ଧମାଳ, ତା, ୧୩/୦୬:(ମନିସ): କନ୍ଧମାଳ ଜିଲ୍ଲା କ.ନୁଆଗାଁ ତହସିଲ ଅନ୍ତର୍ଗତ ଵଣ୍ଡଗୁଡ଼ା ପଞ୍ଚାୟତରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମାସ ମାସ ଧରି ଖୋଲୁ ନ ଥିବାରୁ ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ ହୋଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କଲେ ବି ରାଜସ୍ୱ ଅଧିକାରୀଙ୍କ ଦେଖା ମିଳୁନାହିଁ । ଫଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଆଗରୁ ଲୋକେ ସବୁ ସୁବିଧା ପାଉଥିଲେ । କିନ୍ତୁ ଗତ କିଛି ମାସ ହେବ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଲୋକେ ସରକାରୀ ସୁବିଧା ପାଇ ପାରୁନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ଵଣ୍ଡଗୁଡ଼ା ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ମାସ ମାସ ଧରି ବନ୍ଦ ରହୁଥିବା ବେଳେ ଗ୍ରାମବାସୀଙ୍କ ବିଭିନ୍ନ କାମ ବାବଦକୁ ସମ୍ପୃକ୍ତ ଅଧିକାରୀ ଲୋକଙ୍କୁ ଟଙ୍କା ମାଗୁଥିବା ମଧ୍ୟ ଅଭିଯୋଗ ହୋଇଛି । ବାସ୍ତବରେ ତୃଣମୂଳ ସ୍ତରରୁ ଜନସାଧାରଣଙ୍କ ସେବା କରିବା ପାଇଁ ସରକାର ସମ୍ପୃକ୍ତ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। କିନ୍ତୁ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଏବେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହି କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରି ଲୋକଙ୍କ ପାଇଁ କାମ କରୁଥିବା ଅଧିକାରୀଙ୍କୁ ଏଠାରେ ନିୟୋଜିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ଏନେଇ କ.ନୁଆଗାଁ ତହସିଲଦାର ଆନନ୍ଦ କୁମାର ପଣ୍ଡାଙ୍କୁ ପଚାରିବାରୁ ନିଜ କର୍ମଚାରୀଙ୍କ ଦୋଷ ଲୁଚାଇବାକୁ ଯାଇ ନିଜ କର୍ମଚାରୀଙ୍କ ସପକ୍ଷରେ କହିବା ସହ ଅଧିକ କିଛି କହିବାକୁ ମନା କରିଦେଇଥିଲେ । ପରେ ଘଟଣା ସମ୍ପର୍କରେ ସବୁ ଜାଣି ମଧ୍ୟ କିଛି ନଜାଣିବା ଭଳି ମନ୍ତବ୍ୟ ଦେଇଛନ୍ତି । ସରକାର କହୁଛନ୍ତି ଆମ ସରକାର ଲୋକଙ୍କ ସରକାର । କିନ୍ତୁ ଏଠି ମାସ ମାସ ଧରି କାର୍ଯ୍ୟାଳୟରେ ତାଲା ଝୁଲୁଥିବା ବେଳେ ଲୋକେ ସେବା ପାଇବାରୁ ବଞ୍ଚିତ ଅଛନ୍ତି । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ବଡବିଲରେ ସଫଳ କନ୍ୟା ଶିବିର ଆୟୋଜିତ

Sunil Chandra Nayak

ସାଂସଦ ଶ୍ରୀ ନିରଞ୍ଜନ ବିଶି ରାଜ୍ୟସଭାରେ ବିପିଏଲ ରାସନ କାର୍ଡ ହିତାଧିକାରୀଙ୍କ ସମ୍ପର୍କରେ କଲେ ପ୍ରଶ୍ନ 

masiha

ପାପଡ଼ାହାଣ୍ଡିବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!