ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରୀକ୍ଷା ସମୟ ପରିବର୍ତ୍ତନ ପାଇଁ ପରାମର୍ଶ

  ଭବାନିପାଟଣା -:   ଆଜି କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ସ୍ଥିତ ମାଣିକେଶ୍ବରୀ ହାଇସ୍କୁଲ ଠାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ ଛାତ୍ର ଛାତ୍ରୀ ମାନେ ଶହ ଶହ ସଂଖ୍ୟାରେ ଆସି ଏଠିକାର ମାଣିକେଶ୍ବରୀ ହାଇ ସ୍କୁଲ ରେ ନବୋଦୟ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା  ଏଗାର ଘଣ୍ଟା ତିରିଶ ମିନିଟ ରୁ ଏକଟା ତିରିଶ ମିନିଟ ପର୍ଯ୍ୟନ୍ତ ହୋଇଥିଲା। ଅଭିଭାବକ ଓ   ଛାତ୍ର ଛାତ୍ରୀ ମାନଙ୍କ କହିବା ଅନୁଯାୟୀ  ପରୀକ୍ଷା ଠିକ ହୋଇଥିବା ବେଳେ ପ୍ରଚଣ୍ଡ ଖରା ରେ ପରୀକ୍ଷା ହେଉଥିବାରୁ ଦୁଃଖ  ପ୍ରକାଶ କରିଥିଲେ. ଏଣୁ ସରକାର ଏହି ସମୟ କୁ ପରିବର୍ତନ କରିବାପାଇଁ ପରାମର୍ଶ ଦେଇ ଥିଲେ.। କାରଣ ନବୋଦୟ ରେ ପଢିବା ପାଇଁ ଛାତ୍ର ଛାତ୍ରୀ ଓ   ଅଭିଭାବକ ମାନେ  ଆଶାୟୀ  ଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ଦୂର ଦୁରାନ୍ତ ରୁ ଆସି ସମସ୍ତେ ଖରା ପାଇଁ ବହୁତ ହଇରାଣ ହେଉଥିବା ପ୍ରକାଶ କରିବା ସହ ପରୀକ୍ଷା ସକାଳ  ଛ ଟାରୁ ନ ଟା ପର୍ଯ୍ୟନ୍ତ କଲେ ଭଲ ହୁଅନ୍ତା ବୋଲି ଆମ ପ୍ରତନିଧି ଆଗରେ ପ୍ରକାଶ କରିଥିଲେ ।ଭବାନୀପାଟଣା ରୁ ଖିରୋଦ କୁମାର ମଙ୍ଗରାଜ ରିପୋର୍ଟ,

Related posts

ଖାସବାହାଲ ଠାରେ ବ୍ଲକ ସ୍ତରୀୟ ଯାଦବ ସମାଜ ବୈଠକ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଗନ୍ନାଥ ଜଣାଣ

Sunil Chandra Nayak

ରାଜପୁରରେ ମା ଡୋକରି ଦେବୀଙ୍କ ଦଶହରା ଓ କୁମାରତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!