ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ; ପୋଖରିଢିପା ଗ୍ରାମ୍ୟ ରାସ୍ତା ଅବରୋଧକୁ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ; ଲକ୍ଷ୍ମୀ ବସ ହେବାରୁ ଗ୍ରାମବାସୀ ବଞ୍ଚିତ

ରାଇରଙ୍ଗପୁର ବ୍ଳକ ; ପୋଖରିଢିପା ଗ୍ରାମ୍ୟ ରାସ୍ତା ଅବରୋଧକୁ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ; ଲକ୍ଷ୍ମୀ ବସ ହେବାରୁ ଗ୍ରାମବାସୀ ବଞ୍ଚିତ

ମୟୂରଭଂଜ- ୧୫/୦୬ — ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତର ପୋଖରୀଢିପା ସାହିର ଗ୍ରାମ୍ୟ ରାସ୍ତାକୁ ବିରେଶ ପାତ୍ରଙ୍କ ପୁତ୍ର ଶିବାପାତ୍ର ନିଜ ଜମି କହି ଗତ ୨ ଫେବୃଆରୀ ୨୫ ମସିହାରୁ ଅବରୋଧ କରି ଆସୁଛନ୍ତି । ‌ ସେହି ରାସ୍ତା ଦେଇ ଗତ ସରକାରର ଲକ୍ଷ୍ମୀ ବସ ଏବଂ ଏବେକାର ସରକାରର ଆମ ବସ୍ ସେହି ରାସ୍ତା ଦେଇ ଯିବା ଆସିବା କରି ପାରୁ ନାହିଁ ।ତେଣୁ ଗ୍ରାମବାସୀମାନେ ବ୍ଳକ କାର୍ଯ୍ୟାଳୟକୁ ବିଭିନ୍ନ‌କାମ ପାଇଁ ଯାଇ ପାରୁ ନାହାଁନ୍ତି ।ବେସରକାରୀ ବସରେ ଗଲେ ଅଧିକ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ।ଠିକ୍ ସମୟରେ ବସ ସେବା ପାଉ ନାହାଁନ୍ତି ।ଏହାକୁ ନେଇ ସେମାନେ ବ୍ଲକରେ ବାରମ୍ବାର ଲିଖିତ ଅଭିଯୋଗ କରୁଛନ୍ତି ।ସେମାନଙ୍କ କହିବା ଅନୁଯାୟୀ ଆରଆଇ ଯାଇ ସେହି ରାସ୍ତା ମାପଚୁପ କରିଥିଲେ ।ସେହି ରାସ୍ତାଟି ସରକାର ଜମିରେ ଅଛନ୍ତି ।କିନ୍ତୁ ଶିବା ପାତ୍ର କହୁଛି ସେହି ରାସ୍ତାଟି ତାଙ୍କ ଜମି ଦେଇ ଯାଇଛି ।ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନଙ୍କୁ ସାକ୍ଷାତ କରି ବିହିତ ପଦକ୍ଷେପ ନେବାପାଇଁ ଅନୁରୋଧ କରି ସେମାନଙ୍କୁ ନ୍ୟାୟ ଦିଅନ୍ତୁ ବୋଲି କହିଥିଲେ ।

 ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

MP Rajya Sabha Shri Niranjan Bishi Demands Conferment of Bharat Ratna on Bhagaban Birsa Munda (Posthumously)

Sunil Chandra Nayak

ଦୀର୍ଘଦିନ ପରେ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ଡାକ୍ତର

Sunil Chandra Nayak

ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!