ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶମ ବାର୍ଷିକ ରଜ ମହୋତ୍ସବ – ୨୦୨୫ ମହା ସମାରୋହ ରେ ଅନୁଷ୍ଠିତ

ଦଶମ ବାର୍ଷିକ ରଜ ମହୋତ୍ସବ – ୨୦୨୫ ମହା ସମାରୋହ ରେ ଅନୁଷ୍ଠିତ

କେନ୍ଦ୍ରାପଡ଼ା : ଚଳିତ ବର୍ଷ ଶ୍ରୀ ଶ୍ରୀ ବୁଢ଼ୀ ମଙ୍ଗଳା ଯୁବକ ସଂଘ ଆନୁକୂଲ୍ୟରେ ରାଜନଗର ଗଳିଦାଣ୍ଡର ଆରାଧ୍ୟା ଦେବୀ ମା ବୁଢ଼ୀ ମଙ୍ଗଳାଙ୍କ ଦିବ୍ୟ ପ୍ରାଙ୍ଗଣରେ ତ୍ରିଦିବସୀୟ ଦଶମ ବାର୍ଷିକ ରଜ ମହୋତ୍ସବ – ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଅଛି | ପହିଲି ରଜ ଅବସରରେ ସଭାମଞ୍ଚରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ଶରତ ଚନ୍ଦ୍ର ମହାପାତ୍ର , ମୁଖ୍ୟ ବକ୍ତା ଭାବେ ରାଜନଗର ପ୍ରେସ କ୍ଲବ ସଭାପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ରାଉତରାୟ , ସମ୍ମାନିତ ଅତିଥି ଭାବେ ଜୟଦୁର୍ଗା ବଣିକ ସଂଘ ପୂର୍ବତନ ସଭାପତି ପଣ୍ଡିତ ଶଙ୍କର୍ଷଣ ମିଶ୍ର , ରାଜନଗର ସରପଞ୍ଚ ପ୍ରତିନିଧି ରମଣୀ ରଞ୍ଜନ ମହାପାତ୍ର , ସମିତି ସଭ୍ୟା ସୁମିତ୍ରା ସେଠୀ, ଗ୍ରାମ୍ୟ କମିଟି ସମ୍ପାଦକ ଶ୍ରୀଯୁକ୍ତ ଅଭିରାମ ସାହୁ , ଯୁବକ ସଂଘ ଉପଦେଷ୍ଟା ବିଜୟ କୁମାର ପ୍ରଧାନ ମହୋଦୟ ଉପସ୍ଥିତ ଥିଲେ | ସଭା ଆରମ୍ଭରୁ ଗଳିଦାଣ୍ଡର କୁନି ପ୍ରତିଭା ଋଷିର ଆକସ୍ମିକ ବିୟୋଗ ଓ ଅହମଦାବାଦର ବିମାନ ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରାଯାଇଥିଲା | ଇତ୍ୟବସରରେ ଜୀବନ ବ୍ୟାପୀ ସାଧନା ପାଇଁ ପଣ୍ଡିତ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ” ରାଜନଗର ରତ୍ନ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା | ପରେ ପରେ ଷ୍ଟାର ମ୍ୟାଜିକ ଶୋ,ଭଦ୍ରକ ଦ୍ୱାରା ଯାଦୁଗରୀ ପ୍ରଦର୍ଶନ କରାଯାଇଥିବା ବେଳେ ରଜ ସଂକ୍ରାନ୍ତିରେ ଶ୍ରୀକ୍ଷେତ୍ର ଭଜନ ମଞ୍ଚ ,କଟକ ଦ୍ୱାରା ଭଜନ ସନ୍ଧ୍ୟା ଏବଂ ଶେଷ ରଜ ଅବସରରେ ବୀଣାପାଣି କଳାନିକେତନ , ମଦନପୁର ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା | ଆହୁରି ମଧ୍ୟ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ,ପୁଚି, ଲୁଡୋ ଆଦି ଅନେକ ଖେଳକୁଦ ପ୍ରତିଯୋଗିତା କରାଯାଇଥିଲା | କାର୍ଯ୍ୟକ୍ରମକୁ ଯୁବକ ସଂଘ ସଭାପତି ଶିବାନନ୍ଦ ରାଉତ, ସମ୍ପାଦକ ଚନ୍ଦ୍ରକାନ୍ତ ସେଠୀ, ଆବାହକ ଡ଼ଃ ଅମୀୟ ରଞ୍ଜନ ପରିଡା ,ଚନ୍ଦନ ପତି, ପ୍ରିୟବ୍ରତ ସାହୁ, ଅଭିରାମ ସାହୁ , ସହଦେବ ସେଠୀ , ଭରତ ସାହୁ , ରଜତ ପରିଡା, ସମୀର ସିଂ, ଦୀନବନ୍ଧୁ ସୂତାର ଆଦି କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ ଏବଂ ଗ୍ରାମ୍ୟ କମିଟି ସଭାପତି ଭିକାରୀ ବଳ , ଜୟରାମ ସେଠୀ , ବୈକୁଣ୍ଠ ବଳ, ଅନିରୁଦ୍ଧ ପରିଡା ଆଦି ସହଯୋଗ କରିଥିଲେ |

କେନ୍ଦ୍ରାପଡ଼ା ରୂ ଜିଲ୍ଲାପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଶକ୍ତି ସଂରକ୍ଷଣ ଏବଂ ଧାରଣୀୟ ଭବନ ସଂହିତା (ECSBC) ନିୟମ ଏବଂ ଅନୁପାଳନ ପ୍ରକ୍ରିୟା ଉପରେ ଦୁଇ ଦିନିଆ ତାଲିମ ଶିବିର

Sunil Chandra Nayak

୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଆସନ୍ତା ୧୪ରେ….

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କଲେକ୍ଟେଟ୍ ରେ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!