ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ

ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ

ଧର୍ମଗଡ ୧୭/୬/୨୦୨୫ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ର ଚିତ୍ରଶିଳ୍ପୀ ସଂଘ ଆନୁକୁଲ୍ୟରେ ଏକ ସାଧାରଣ ବୈଠକ ଜେନାଡଙ୍ଗର ଛିଲାପା ଗାଁ ଠାରେ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଲଲିତ ବାଣୁଆ ସଭାପତିତ୍ବ ପରିଚାଳନା କରୁଥିଲାବେଳେ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଧର୍ମଗଡ ବ୍ଳକର ଚିତ୍ରଶିଳ୍ପୀ ସଂଘ ର ସଭାପତି ରିଖିରାମ ସାଗର ଏବଂ ସମ୍ମାନୀତ ଅତିଥି ଭାବେ ଧନିରାମ ଦୁର୍ଗା ଏହି ବୈଠକ କୁ ମାଁ ଭଣ୍ଡାର ଘରୁଣୀ ଫଟୋ ରେ ପୁଷ୍ପ ମାଲ୍ୟାର୍ପଣ କରି ଉଦ୍ ଘାଟନ କରିଥିଲେ । ସଂଘ କୁ କେମିତି ଦୃଢ ଶକ୍ତି କରି ଚିତ୍ରଶିଳ୍ପୀ ମାନଙ୍କର କେମିତି ଭାଇଚାରା ସୃଷ୍ଟି କରିବା ସ ହିତ କଳା କୁ ବଞ୍ଚାଇ ରଖିବାକୁ ହେବ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ରେ ଆସୁଥିବା କମ କୁ କେମିତି ସଂଘ ଜରିଆରେ କାମ ହେବ ତାହା ପୁଙ୍ଖାନୁପୁଙ୍ଖା ଆଲୋଚନା ର ଆବଶ୍ୟକ ଅଛି ସଂଘ ଜରିଆରେ କାମ ହେଳେ ସଂଘ ର ଅନେକ କଳାକାର ନିଜର ଜୀବନ ଜୀବିକା ପ୍ରତିପୋଷଣ ହୋଇ ରୋଜ ଗାର କ୍ଷମ ହୋଇପାରିବେ।ଏହି ତମାମ ସମସ୍ୟା ଉପରେ ଅଭି ଭାଷଣ ରଖିଥିଲେ ।ଆମ ଧର୍ମଗଡ ମାଟିର ଗର୍ଭ ଓ ଗୈାରବ ର କଥା ଏହି ମାଟିରୁ ଜଣେ କଳାକାର ରାଜ୍ୟସ୍ତରରେ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ନବିନ ସରାପ ତାସହିତ କଳାହାଣ୍ଡି ଜିଲ୍ଲା ଚିତ୍ରଶିଳ୍ପୀ ସଂଘ ର ସଂପାଦକ ଭାବରେ ନିର୍ବାଚିତ ହଳଧର ନିଆଲ ଙ୍କୁ ଏହି ବୈଠକରେ ସମ୍ବର୍ଦ୍ଧିତ କରାଗଲା ଏବଂ ନୂତନ ଭାବରେ ଧର୍ମଗଡ ବ୍ଳକ ସ୍ତରୀୟ କମିଟିର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା ନୂତନ ସଭାପତି ଅଜିତ କୁମାର ସେନା , ଉପସଭାପତି ପରଦେଶି ସୁନାନୀ, ସଂପାଦକ ଦିପକ ମୁଣ୍ଡ,ସହ ସଂପାଦକ ଲଲିତ ମୋହନ ବାଣୁଆ, କୋଷାଧ୍ୟକ୍ଷ ଭାବେ କର୍ମଜୟ ନାଏକ ଚୟନ କରାଯାଇଥିଲା ପ୍ରେମଚନ୍ଦ ତାଣ୍ଡି,ମହିଧର ସାଗର,ଅଜିତ ବାଗ, ବସନ୍ତ କୁମାର ମହାରଣା, ସରୋଜ ବାଗ, କାଳିଆ ସୁନାନୀ, କୈଳାସ ଜାଳ ,ଟିକଚନ ପରା ଭୋଇ ଏବଂ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ଚନ୍ଦ୍ରମଣି ସା ସହିତ ଧର୍ମଗଡ ବ୍ଳକ ସତାଧିକ ଚିତ୍ରଶିଳ୍ପୀ ଯୋଗଦେଇଥିଲେ ସର୍ବଶେଷରେ ଜଗଦିଶ ଦୁର୍ଗା ବୈଠକର ଧନ୍ୟବାଦ ଅର୍ପଣ ସହିତ ସଭା ସାଙ୍ଗ କରି ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ର ୫ ଦିନିଆଁ କେରଳ, କର୍ଣ୍ଣାଟକ, ତାମିଲନାଡୁ ଗସ୍ତ ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ 

masiha

ଗୁନଙ୍ଗବେଡ଼ା ଗାଁ ର ବରିଷ୍ଟ ନାଗରିକ ଶ୍ରୀଯୁକ୍ତ ଋଷି ସାହୁ ଙ୍କ ଦେହାନ୍ତ

masiha

DSP Prashant Sahoo honored with international Kalki Gaurav Award 2024.

masiha

Leave a Comment

error: Content is protected !!