ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ରେଡ ଦଳ ଚମ୍ପିୟାନ

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରେଡ ଦଳ ଚମ୍ପିୟାନ

ନବରଙ୍ଗପୁର:(୧୬|୬){ରବି ନାରାୟଣ ମହାନ୍ତି}ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆନ୍ତଃ ଜିଲ୍ଲା ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ର ଫାଇନାଲ ମ୍ୟାଚ୍ ରେ ରେଡ କମ୍ବାଇନ ସ୍କୁଲ ଦଳ ଗ୍ରୀନ କମ୍ବାଇନ୍ ସ୍କୁଲ ଦଳକୁ ୧୦ ରନରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି ରେଡ କମ୍ବାଇନ୍ ସ୍କୁଲ ୩୧.୫ ଓଭର ରେ ନିଜର ସମସ୍ତ ୱିକେଟ ହରାଇ ୨୧୪ ରନ କରିଥିବା ବେଳେ ଏହାର ଜବାବରେ ଗ୍ରୀନ କମ୍ବାଇନ୍ ସ୍କୁଲ ଦଳ ନିର୍ଦ୍ଧାରିତ ୪୦ ଓଭର ଖେଳି ଦଳର ୫ ୱିକେଟ ହରାଇ ୨୦୪ ରନ କରିବାରେ ସକ୍ଷମ ହୋଇଥିଲେ। ରେଡ କମ୍ବାଇନ୍ ସ୍କୁଲ ଦଳର ଯୁବରାଜ ପାଇକ ଉଭୟ ବ୍ୟାଟିଂ ରେ ୩୨ ରନ ସେହିପରି ବୋଲିଂ ରେ ୨ଟି ୱିକେଟ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ୍ ପଦକ ହାସଲ କରିଥିଲେ। ଉଦଯାପନୀ ଉତ୍ସବରେ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟ ୨୦୩୦ କୁ ଆଖି ଆଗରେ ରଖି ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ କରିବା ଲକ୍ଷ୍ୟରେ ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ସଂଘର ସହ ସମ୍ପାଦକ ଏମ.ବାଲା କ୍ରିଷ୍ଣା ରାଓ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଅନେକ ପ୍ରତିଭାର ଅନ୍ୱେଷଣ ହୋଇପାରିଛି ବୋଲି କହିଥିଲେ । ସଂଘର ସଭାପତି ଦେବାଶିଷ ପଟ୍ଟନାୟକ, ଉପ ସଭାପତି ଶୁଭେନ୍ଦୁ ବେହେରା କ୍ରୀଡାବିତ୍ ମାନଙ୍କୁ ଶୁଭେଛା ଜଣାଇଛନ୍ତି। ଟୁର୍ଣ୍ଣାମେଣ୍ଟଟି ସୁଚାରୁ ରୁପେ ସଂଘର ବରିଷ୍ଟ ସଦସ୍ୟ ଅଶୋକ ନାୟକ, ଶଶାଙ୍କ ଶେଖର ବେହେରା, ଜିଲ୍ଲା କ୍ରିକେଟ କୋଚ୍ ଜି. ଚନ୍ଦ୍ରଶେଖର, କ୍ୟୁରେଟର ଦୁର୍ଯ୍ୟ ହରିଜନ ପ୍ରମୁଖ ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଖେଳା ଯାଇଥିବା ୪ ଗୋଟି ଦଳରୁ ଓଡ଼ିଶା କ୍ରିକେଟ ସଂଘ ଏକ ୩୦ ଜଣିଆ ଖେଳାଳିଙ୍କ ତାଲିକା ନବରଙ୍ଗପୁର କ୍ରିକେଟ ସଂଘ କୁ ପ୍ରେରଣ କଲା ପରେ ସେଇ ଖେଳାଳିଙ୍କୁ ନେଇ ଦୁଇ ଦଳ ଗଠନ କରାଯାଇ ମ୍ୟାଚ୍ କରାଯିବା ପରେ ଏକ ପନ୍ଦର ଜଣିଆ ନବରଙ୍ଗପୁର ଜିଲ୍ଲା କ୍ରିକେଟ ଦଳ ଘୋଷଣା କରାଯିବ ବୋଲି କ୍ରିକେଟ ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉଦଯାପିତ 

masiha

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳର ପ୍ରାକ୍ତନ ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସଙ୍କ “ଖେଲୋ ଇଣ୍ଡିଆ ” ଯୁବ କ୍ରୀଡ଼ା – ୨୦୨୪ର ଭାର ଉତ୍ତୋଳନରେ ବିରଳ ରୌପ୍ୟପଦକ ହାସଲ 

masiha

ଜୁଣବଳଦାରେ ପ୍ରିମିୟର ଲିଗ ସିଜିନ ୧ ଉଦଘାଟିତ

masiha

Leave a Comment

error: Content is protected !!