ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମପୁର ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ରେ ବିଜେପି ର ବାଜିମାତ୍ । ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

କଲମପୁର ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ରେ ବିଜେପି ର ବାଜିମାତ୍ । ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ରେ ଆଜି ଵ୍ଲକ ଅଧ୍ୟକ୍ଷ ନିର୍ବାଚନ ରେ ବିଜେପି ର ବାଜିମାତ୍ ହୋଇଛି ।ପୂର୍ବତନ ଅଧ୍ୟକ୍ଷ ଅନାସ୍ଥା ରେ ହାରିବା ପରେ ଆଜି ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଧ୍ୟକ୍ଷ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥଲା । ବିଜେପି ସମର୍ଥନ ରେ ଏକମାତ୍ର ପ୍ରାର୍ଥୀ ଭାବରେ କଲମପୁର ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଜ୍ୟୋତି ନାଏକ ଅଧ୍ୟକ୍ଷ ପଦପାଇଁ ନାମାଙ୍କନ ଭରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ନାମାଙ୍କନ ନ ଭରିବାରୁ ଜ୍ୟୋତି ନାଏକ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଥିଲେ। ସୂଚନା ଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ଏହି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଅନାସ୍ଥା ଆଗତ କରିଥିଲେ । ପରେ ସେ ଅନାସ୍ଥା ଭୋଟରେ ପଦ ହରାଇଥିଲେ।

 ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ତାଲିମ ଅନୁଷ୍ଠିତ 

Sunil Chandra Nayak

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା ସାହୁ 

masiha

ଜମି ଅଧିଗ୍ରହଣ କ୍ଷତିପୂରଣ ଦାବି, ବିଜୁ ଏକ୍ସପ୍ରେସ ୱେ ଅବରୋଧ କଲେ ହିତାଧିକାରୀ

masiha

Leave a Comment

error: Content is protected !!