ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ କୋରାପୁଟରେ ପେନସନ ଅଦାଲତ,ଦୁଇ ଜିଲ୍ଲାରୁ ୮୧ ଜଣ ପେନସନଧାରୀ ପଞ୍ଜୀକୃତ 

କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ କୋରାପୁଟରେ ପେନସନ ଅଦାଲତ,ଦୁଇ ଜିଲ୍ଲାରୁ ୮୧ ଜଣ ପେନସନଧାରୀ ପଞ୍ଜୀକୃତ 

ମିଳିତ ଜନ ଶୁଣାଣୀ ଆପତ୍ତି ଅଭିଯୋଗକୁ ନେଇ ସମୀକ୍ଷା 

କୋରାପୁଟ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ କୋରାପୁଟ ସଦଭାବନା ସଭାଗୃହ ଠାରେ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପେନସନ ଅଭିଯୋଗ ନିର୍ଦ୍ଦେଶକ ତଥା ସାଧାରଣ ପ୍ରଶାସନର ସ୍ବତନ୍ତ୍ର ସଚିବ ନିହାର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭରେ ପେନସନ ମଞ୍ଜୁରୀ ଅଧିକାରୀ ମାନଙ୍କୁ ନେଇ ପେନସନ ସଂକ୍ରାନ୍ତୀୟ ସମୀକ୍ଷା କରାଯାଇଥିଲା ।ଦୁଇ ଜିଲ୍ଲାର ୫୦୦ ବିଚାରାଧୀନ ପେନସନ ଉପରେ ସମୀକ୍ଷା କରାଯାଇଥିଲା ବୋଲି ଶ୍ରୀ ଦାଶ କହିଛନ୍ତି।ତୁରନ୍ତ ଫଇସଲା କରିବାକୁ ମଞ୍ଜୁରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।କୋରାପୁଟ ଜିଲ୍ଲାର ୭୨ ଏବଂ ମାଲକାନଗିରି ଜିଲ୍ଲାର ୯ ଏହିପରି ସମୁଦାୟ ୮୧ ଜଣ ପେନସନଧାରୀଙ୍କ ଆଲୋଚନା କରାଯାଇ ସମାଧାନ କରାଯାଇଥିବା ସେ କହିଛନ୍ତି।ଅବସର ଦିନ ଫାଇନାଲ ପେନସନ ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଯେଉଁ ମାନଙ୍କ ନାମରେ ବିଭିନ୍ନ କେସ ରହିଛି ସେମାନଙ୍କ ଅବସର ପୂର୍ବରୁ ସମାଧାନ କରାଯାଇ ଫାଇନାଲ ପେନସନ ଦେବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ସାଧାରଣ ଲୋକଙ୍କ ଆପତ୍ତି ଓ ଅଭିଯୋଗ ମିଳିତ ଜନ ଶୁଣାଣୀରେ କିପରି ସମାଧାନ କରାଯାଉଛି ଏବଂ ଆଇନଗତ ବାଧକ ପାଇଁ ସମାଧାନ ହୋଇ ପାରୁ ନ ଥିବା ବିଭିନ୍ନ କେଶକୁ ନେଇ ସମୀକ୍ଷା କରାଯାଇଥିଲା ବୋଲି ସେ କହିଛନ୍ତି। ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ କିପରି ଜନ ଶୁଣାଣୀରେ ସମାଧାନ କରାଯିବ ସେଥି ପ୍ରତି ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ସଂଜୟ କୁମାର, ସଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ରଶ୍ମିରଞ୍ଜନ ସାହୁ, ଉପ ସଚିବ ଅସିତ କୁମାର ପାଣି, ଜୟପୁର ଉପ ଜିଲ୍ଲାପାଳ ଏ ସସ୍ୟା ରେଡ୍ଡୀ,ଆଇଏଏସ ପ୍ରୋବେସାନେରୀ ସନ୍ତୋଷ କୁମାର ପାତ୍ର, ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ,କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ବିକ୍ରମଦେବ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ମହେଶ୍ୱର ଚନ୍ଦ୍ର ନାୟକ, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ,ଡେପୁଟି କଲେକ୍ଟର ସୁବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ସଧାରଣ ପ୍ରଶାସନ ଓ ସଧାରଣ ଅଭିଯୋଗ ଏବଂ ପ୍ରଧାନ ମହାଲେଖାଗାର ର ମିଳିତ ସହଯୋଗରେ ପେନସନ ଅଦାଲତ ଆୟୋଜନ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ବଞ୍ଜରା ସମାଜର ପାରମ୍ପରିକ ବାଲିଯାତ୍ରା ତିଜ୍ ଉତ୍ସଵ ଉଦଯାପିତ

masiha

କାଦେବାହାଲ ବିଦ୍ୟାଳୟର ଦ୍ବିତୀୟ ବାର୍ଷିକ ଉତ୍ସବ 

masiha

ନୂଆପଡ଼ା ଜିଲ୍ଲା ତୀଖାଲି ଲୋୟର ଜଳ ସେଚନ ପ୍ରକଳ୍ପ ରେ ଜଳ ସ୍ତର୨୬୩.୦୭୦ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡ ରେ ୯୧.୧୦୧ କି ଜଳ ପ୍ରବେଶ

masiha

Leave a Comment

error: Content is protected !!