ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓରାଘାଟ ଆଇରନ ଖଣି ରେ ଆନ୍ତର୍ଜାତିକ ଯୋଗ ଦିବସ ମହା ଆଡ଼ମ୍ବର ରେ ପାଳନ 

ଓରାଘାଟ ଆଇରନ ଖଣି ରେ ଆନ୍ତର୍ଜାତିକ ଯୋଗ ଦିବସ ମହା ଆଡ଼ମ୍ବର ରେ ପାଳନ 

 କୋଇଡା :ଓରାଘାଟ ଆଇରନ ଖଣି ମେସର୍ସ ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଚଳିତ ଜୁନ ମାସ ୧୪ ତାରିଖ ଦିନ ସିତାରାମ ରୁଙ୍ଗଟା ରିକ୍ରିଏସନ କ୍ଳବ ରେ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯୋଗ ସପ୍ତାହ ର ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଟି କମ୍ପାନୀ ର ସି.ଜି.ଏମ ସୁଭାଷ ଚନ୍ଦ୍ର ପ୍ରଧାନ ,ଅତିରିକ୍ତ ଜି.ଏମ ଶ୍ରୀ ରଞ୍ଜିତ କୁମାର, ଏ.ଜି.ଏମ (ମେକାନିକାଲ)ମୁକ୍ତିକାନ୍ତ ପଣ୍ଡା , ଭୂତତ୍ୱ ବିଭାଗ ସିନିୟର ମେନେଜର ବି. ଡି.ସାହୁ ,ପୋର୍ଶନେଲ ବିଭାଗ ର ପ୍ରବନ୍ଧକ ସମୀର ରଞ୍ଜନ ଦାସ ଓ ରାମେଶ୍ୱର ପାଇକରାଏ ଙ୍କ ନେତୃତ୍ୱରେ ହୋଇଥିଲା।ତେବେ ଯୋଗ ସପ୍ତାହ ର ଶେଷ ଦିନ ତଥା ଜୁନ ୨୧ ତାରିଖ ରେ ବିଶ୍ଵ ଅନ୍ତର୍ଜାତୀୟ ଯୋଗ ଦିବସରେ ଉଦଯାପନ ର କାର୍ଯ୍ୟକ୍ରମ ରହିଛି ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ କମ୍ପାନୀ ର ସମସ୍ତ କର୍ମଚାରୀ ଏବଂ ଅଧିକାରୀ ମାନେ ବେଶ ଉତ୍ସାହ ର ସହ ଯୋଗ କରିବାର ଦେଖିବାକୁ ମିଳିଥିଲା। ଏହି ଯୋଗ ଅବସରରେ କମ୍ପାନୀ ର ପ୍ରବନ୍ଧକ ସମୀର ରଞ୍ଜନ ଦାସ ସମସ୍ତ ଙ୍କୁ ନିୟମିତ ଭାବେ ଯୋଗ କରିବା ସହ ଶରୀର କୁ ସୁସ୍ଥ ରଖିବା ପାଇଁ ସପଥ କରାଇଥିଲେ।

କୋଇଡା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ

Related posts

ତୁମୁଣିଖୋଲ ଗାଁ : ବିଭିନ୍ନ ସମସ୍ୟା ଘେରରେ ବିଦ୍ଯୁତ ସଂଯୋଗରୁ ବଞ୍ଚିତ, ଅନ୍ଧାରରେ ଗ୍ରାମବାସୀ 

Sunil Chandra Nayak

ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ପଶ୍ଚିମ ଓଡିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା ମହିଳା ଫୁଟ୍‍ବଲ ହଷ୍ଟେଲରେ ପୁରୁଷ କୋଚ.

masiha

Leave a Comment

error: Content is protected !!