ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଲୁମି ଜଳପ୍ରପାତ ରେ ଦୁଇ ନାବାଳକ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଘଟଣା କୁ ନେଇ ସନ୍ଦେହ ଘେରରେ ଉଭୟ ପରିବାରବର୍ଗ!

ଗୁଲୁମି ଜଳପ୍ରପାତ ରେ ଦୁଇ ନାବାଳକ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଘଟଣା କୁ ନେଇ ସନ୍ଦେହ ଘେରରେ ଉଭୟ ପରିବାରବର୍ଗ!

ନବରଙ୍ଗପୁର:(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମିର୍ଗାନ ସାହି ରେ ବସବାସ କରୁଥିବା ଅଭିରାମ ସୁନା ଙ୍କ ପୁଅ ଆଲୋକ ସୁନା ଏବଂ ହେମନ୍ତ ନାୟକ ଙ୍କ ପୁଅ କିରଣ ନାୟକ ବିଗତ ରବିବାର ଦିନ ତାଙ୍କ ତିନି ସାଙ୍ଗ ଙ୍କ ସହ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଗୁଲୁମି ଜଳ ପ୍ରପାତକୁ ବୁଲିବାକୁ ଯାଇଥିଲେ । ପରେ ରବିବାର ଅପରାହ୍ନ ୪ଟା ବେଳେ ଆଲୋକ ଏବଂ କିରଣ ଦୁଇ ଜଣ ପାଣି ରେ ନିଖୋଜ ରହିଥିବା ଖବର ସାମ୍ନା କୁ ଆସିଥିଲା। ଖବର ପାଇ କୋଷାଗୁମୁଡା ରୁ ଆଲୋକ ଏବଂ କିରଣ ଙ୍କ ପରିବାର ଘଟଣା ସ୍ଥଳରେ ପହଂଚିଥିଲେ ଏବଂ କୋଟପାଡ଼ ଥାନା ଏବଂ ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲା। କୋଟପାଡ଼ ଥାନା ଏବଂ ଅଗ୍ନିଶମ ବିଭାଗଙ୍କ ତତ୍ପରତା ପରେ ତୁରନ୍ତ ଗୁଲୁମି ଜଳ ପ୍ରପାତ ରେ ନିଖୋଜ ଦୁଇ ନାବାଳକ ଙ୍କୁ ପାଣିରୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା, କିନ୍ତୁ ସନ୍ଧ୍ୟା ହେବା ସକାଶୁ ଅଗ୍ନିଶମ ବିଭାଗ ତରଫରୁ ସୋମବାର ଦିନ ପୁନଃ ପାଣିରୁ ନାବାଳକ ଙ୍କ ମୃତଦେହ କୁ ଖୋଜିବା ପରେ ସୋମବାର ଦିନ ଅପରାହ୍ନ ସମୟରେ ଆଲୋକ ସୁନାଙ୍କ ମୃତ ଶରୀର ଠାବ କରାଯାଇଥିଲା, କିନ୍ତୁ କିରଣ ନାୟକ ଙ୍କ ମୃତ ଶରୀରର ସନ୍ଧାନ ମିଳିନଥିବା ବେଳେ ପୁଣି ଆରଦିନ ଅର୍ଥାତ ମଙ୍ଗଳବାର କିରଣ ର ମୃତ ଶରୀର ଠାବ କରାଯାଇଥିଲା ଉଭୟ ନାବାଳକ ଙ୍କ ମୃତ ଶରୀର କୁ ଉଦ୍ଧାର କରାଯାଇ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶବ ବ୍ୟବଚ୍ଛେଦ କରାଯାଇ ଉଭୟ ପରିବାରଙ୍କୁ ହସ୍ତାନ୍ତର କରିଥିଲେ। ମଙ୍ଗଳବାର ଦିନ ଉଭୟଙ୍କୁ ନିଜ ନିଜ ଧର୍ମ ରୀତିନୀତି ଅନୁଯାଇ ସମାଧି ଦେଇଥିବା ଦେଖିବାକୁ ମିଳିଥିଲା। ଏହି ଦୁଃଖଦ ଘଟଣା ସମ୍ପୂର୍ଣ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।କୋଷାଗୁମୁଡା ସଦର ଠାରେ ଦୁଃଖର ବାତାବରଣ ଦେଖିବାକୁ ମିଳିଥିଲା। ବର୍ତମାନ ନାବାଳକ ଆଲୋକ ସୁନା ଏବଂ କିରଣ ନାୟକ ଉଭୟ ଙ୍କ ପରିବାର ଏବଂ ବନ୍ଧୁବର୍ଗ ଏହି ଦୁଇ ଜଣଙ୍କ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଘଟଣା ଉପରେ ସମ୍ପୂର୍ଣ ସନ୍ଦେହ କରୁଥିବା ସୂଚନାଯୋଗ୍ୟ । ଅନ୍ୟପଟେ କୋଟପାଡ଼ ପୋଲିସ ଆଲୋକ ଏବଂ କିରଣ ଙ୍କ ସହ ଯାଇଥିବା ଅନ୍ୟ ତିନି ଜଣ ସାଙ୍ଗଙ୍କୁ ଅଟକ ରଖି ପଚାର ଉଚୁରା କରୁଥିବା ଜଣା ପଡିଛି। ପରିବାର ବର୍ଗଙ୍କ କହିବା ପ୍ରକାରେ ପାଞ୍ଚ ଜଣ ସାଙ୍ଗ ଯେତେବେଳେ ବୁଲିବାକୁ ଯାଇଥିଲେ ତ କେବଳ ଦୁଇ ଜଣ କଣ ପାଇଁ ପାଣି ଭିତରକୁ ଯାଇଥିଲେ? ଯଦିବା ଦୁଇଜଣ ପାଣି ଭିତରେ ଗାଧୋଇବା କୁ ଗଲେ ତ ତାଙ୍କ ସାଙ୍ଗରେ ଯାଇଥିବା କିଛି ପିଲା ମାନେ ଏହି ଦୁଇ ଜଣ ଙ୍କୁ ଗଭୀର ପାଣି ଭିତରେ ଯିବା ବେଳେ ଅଟକାଇଲେ ନାହି କାହିଁକି ନା କିଛି ଭିତିରିଆ କାରସାଦି ରହିଛି ବୋଲି ଏପରି ମୃତ୍ୟୁ ଉପରେ ଉଭୟ ପରିବାର ସନ୍ଦେହ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ଘଟଣା ଉପରେ କୋଟପାଡ଼ ପୋଲିସର ତଦନ୍ତ କେତେ ଦୂର ମୃତକ ଦ୍ୱୟଙ୍କ ପରିବାର କୁ ନ୍ୟାୟ ଦେଇପାରୁଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲା ପଡିଆ ସମ୍ପର୍କିତ ଖେଳ ସମ୍ପନ୍ନ

masiha

ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ୧୨ଟି ପଞ୍ଚାୟତ ଅଞ୍ଚଳବାସୀ, ନେଲେ ସାମୁହିକ ଶପଥ

Sunil Chandra Nayak

ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକ ଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ 

Leave a Comment

error: Content is protected !!