ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରମ୍ବାର ସରକାରୀ ଜମି ହଡପ ଅଭିଯୋଗ ହେବା ପରେ ପ୍ରଶାସନର ତତ୍ପରତା |ଷ୍ଟଲ, କୋଠା ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନୋଟିସ 

ବାରମ୍ବାର ସରକାରୀ ଜମି ହଡପ ଅଭିଯୋଗ ହେବା ପରେ ପ୍ରଶାସନର ତତ୍ପରତା |ଷ୍ଟଲ, କୋଠା ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନୋଟିସ 

ନବରଙ୍ଗପୁର: (୧୯|୬)(ରବି ନାରାୟଣ ମହାନ୍ତି)-ରାଜ୍ୟରେ ବିଜେଡି ଶାସନ ସତ୍ତାରେ ଥିବା ବେଳେ କିଛି ଦଳୀୟ ପ୍ରତିନିଧି ଓ ବରିଷ୍ଠ କର୍ମୀ ନିଜ କ୍ଷମତାର ଦୁରୁପ ଯୋଗ କରି ସରକାରୀ ଜମି ସବୁରେ ମାଡିବସି କେଉଁଠି କୋଠା, କେଉଁଠି ଷ୍ଟାଲ ତ ଆଉ କେଉଁଠି ଆଉ କଣ ସବୁ ନିର୍ମାଣ କରି ଚାଲିଥିଲେ |ସ୍ଥାନୀୟ ଜନତା ଯେତେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର ଅଭିଯୋଗ ଶୁଣିବାକୁ କେହି ନଥିଲେ, ଓଲଟା ସେମାନଙ୍କୁ ଡରେଇ ଧମକାଇ ଚୁପ ରଖୁଥିଲେ |ବିଜେଡି ନେତାମନ୍ତ୍ରୀଙ୍କ ଗୁଣ୍ଡାରାଜକୁ ଭୟକରି ସାଧାରଣ ଲୋକେ ମୁହଁ ଖୋଲିବାକୁ ଭୟ କରୁଥିଲେ |ହେଲେ ରାଜ୍ୟରେ ବିଜେପି ସରକାର ଶାସନକୁ ଆସୁଆସୁ ଏବେ ସବୁ ଗୁମର ଧୀରେ ଧୀରେ ଖୋଲିବାକୁ ବସିଛି |ଏମିତି କିଛି ଗୁମର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ ବି ବାହାରିଛି |ବିଜେପି ସରକାର ଶାସନକୁ ଆସିବାପରେ ସ୍ଥାନୀୟ ଲୋକ ନିର୍ଭୟରେ ସରକାରୀ ଜମି ହଡପ କରାଯିବ, ସରକାରୀ ଜମି ଉପରେ ବେନିୟମ ଭାବେ ଷ୍ଟଲ, କୋଠା ନିର୍ମାଣ କରିବା ଆଦି ଅଭିଯୋଗ ଜିଲ୍ଲାପାଳଙ୍କୁ ବାରମ୍ବାର ଦେବା ପରେ ଜିଲ୍ଲାପାଳ ମଧ୍ୟ ବର୍ତ୍ତମାନ ଆକ୍ସନ ମୁଡ଼ରେ ଥିବା ଜଣାପଡିଛି |କିଛି ବିଜେଡି ନେତା ନିଜ କ୍ଷମତାର ଦୁରୁପ ଯୋଗ କରି ଯେଉଁ ଯେଉଁ ସରକାରୀ ଜାଗା ସବୁ ମାଡି ବସିଥିଲେ, ସେସବୁ ଜାଗା ଗୁଡିକୁ ଚିହ୍ନଟ କରି ତା ଉପରେ ନିର୍ମିତ କୋଠା, ଷ୍ଟଲ ଆଦିକୁ ଭାଙ୍ଗିଦେବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଏକ ନୋଟିସ ହୋଇଥିବା ସୂଚନା ମିଳିଛି |ବର୍ତ୍ତମାନ ଦେଖିବାକୁ ବାକି ରହିଲା ରାଜସ୍ବ ବିଭାଗ କେବେ ପଦକ୍ଷେପ ନେଉଛି ଓ ଦୋଷୀ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି, ଦେଖିବାକୁ ଚାହିଁ ରହିଛନ୍ତି ଜନତା ଜନାର୍ଦ୍ଦନ,ତାହା ସମୟକୁ ଅପେକ୍ଷା?

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲାକୁ ଜି.ସି.ସି. ସହର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫୋରମ୍‍ 

Sunil Chandra Nayak

ପଞ୍ଚାୟତ ବାସୀ ଙ୍କ ପ୍ରଶ୍ନ,କେବେ ଆସିବ କୁକୁଡାବାଇ ପଞ୍ଚାୟତ ରେ ଲକ୍ଷ୍ମୀ ବସ

masiha

ରାୟଗଡ଼ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ

masiha

Leave a Comment

error: Content is protected !!