ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡରାମାଳି ସମାଜର ସାମ୍ବାଦିକ ସମ୍ମିଳନୀ ସମାଜରେ ଫାଟ ସୃଷ୍ଟି ଉଦ୍ଦେଶ୍ୟକୁ ନିନ୍ଦା

ପଣ୍ଡରାମାଳି ସମାଜର ସାମ୍ବାଦିକ ସମ୍ମିଳନୀ

ସମାଜରେ ଫାଟ ସୃଷ୍ଟି ଉଦ୍ଦେଶ୍ୟକୁ ନିନ୍ଦା

ଜୁନାଗଡ଼,୨୦/୬(ମନୀସ)କଳାହାଣ୍ଡି ଜିଲ୍ଲା ପଣ୍ଡରାମାଳି ସମାଜ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜୁନାଗଡ଼ ଲଙ୍କେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।ଗତ ୪,୫,୨୦୨୫ ଦିନ ଚାହାରବାହାଲ ଠାରେ ସମାଜର ସମ୍ବିଧାନ ଅନୁଯାୟୀ ଜିଲ୍ଲା ସ୍ତରୀୟ ପଣ୍ଡରାମାଳି ସମାଜର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତା ଚୟନ କରଯାଇଥିଲା।ଏହି ଦିନ ଜିଲ୍ଲାର ସବୁ ବ୍ଲକର କୋଣାଅନୁକୋନରୁ ସହସ୍ରାଧିକ ସାମାଜିକ ଲୋକ ଅଂଶ ଗ୍ରହଣ କରି କର୍ମକର୍ତ୍ତା ଚୟନ ଓ ସ୍ୱୀକୃତି ପ୍ରଦାନ କରିଥିଲେ।ହେଲେ ସମ୍ପ୍ରତି ସଙ୍ଗଠନକୁ ମଜଭୁତ କରିବା ବଦଳରେ ପୁଣି ଏକ ବୈଠକ ଗଡ଼ିଆଜୋର ଠାରେ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ କରାଯାଉଥିବା ଚେଷ୍ଟାକୁ ନିନ୍ଦା କରାଯାଇଥିଲା।ଆଗାମୀ ଦିନରେ ସଂଗଠନକୁ ମଜଭୁତ କରାଯିବା ସହ ବିଭ୍ରାନ୍ତି ସୃଷ୍ଟିକାରୀଙ୍କ ଠାରୁ ସାମାଜିକ ଲୋକେ ଦୁରେଇ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆହ୍ୱାନ ଦେଇଥିଲେ।ଏହି ସମ୍ମିଳନୀରେ କୁଳପତି ପ୍ରକାଶ ଚନ୍ଦ୍ର ନାଏକ,ସଭାପତି ଈଶ୍ୱର ପୂଝାରୀ,ସା ସମ୍ପାଦକ ଦୁର୍ଯ୍ୟୋଧନ ନାଏକ,ବିଷ୍ଣୁ ନାଏକ,ଧନୁର୍ଜ୍ୟ ମାଝୀ, ବାଲ୍ମୀକି ନାଏକ,ଲକ୍ଷଣ ଭୋଇ,ଦୁର୍ଗା ନାଏ କ,ଭବାନୀ ବଣିଆ, ଲୋକେଶ ନାଏକ,ଅଜାମ୍ବିଳ ପୁଝରୀ, ରତନ ନାଏକ,ସୋମ୍ୟ ନାଏକ ଆଇନ ପରାମର୍ଶ Prof ଦୁର୍ଗାପ୍ରସାଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀରାଜନାଥ ସିଂହଙ୍କ ଆସନ୍ତା ୨୨ତାରିଖରେ ନବରଙ୍ଗପୁର ଗସ୍ତକୁ ନେଇ ବିଜେପିର ପ୍ରସ୍ତୁତି ବୈଠକ 

masiha

ଜବରଦଖଲରେ ଥିବା ସରକାରୀ ସମ୍ପତ୍ତି ଉଦ୍ଧାର କେବେ ? ମୋହନ ସରକାରଙ୍କ ନିର୍ଦ୍ଦେଶ ଖଇରାରେ କାର୍ଯ୍ୟକାରୀ ହେବ ତ ?

masiha

ଦାବି ମୁତାବକ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ପଦୋନ୍ନତି ସୀମାକୁ କମାଇ ଦେଇଥିବାରୁ  ଲକ୍ଷ୍ମୀପୁର ଶିକ୍ଷକ ସଂଗଠନ ତରଫରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଧନ୍ୟବାଦ ଜଣାଇଲେ

Sunil Chandra Nayak

Leave a Comment

error: Content is protected !!