ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରମିକ ଦିବସ ଉପଲକ୍ଷେ ସୁକାନ୍ତ ଖଣ୍ଡା ଙ୍କ କବିତା ମୁଁ ଅଧାରୁ ପାଠ ଛାଡି଼ଥିବା ଛାତ୍ର

ଶ୍ରମିକ ଦିବସ

ମୁଁ ଅଧାରୁ ପାଠ ଛାଡି଼ଥିବା ଛାତ୍ର।

ସୁକାନ୍ତ ଖଣ୍ଡା

 

ବାପାଙ୍କ ଅକାଳ ବିୟୋଗ ପରେ

ଅନ୍ଧକାର ମୋ ଦଶଦିଶ

ମାଆ ଯିଏ ଘରର ଚାରିକାନ୍ଥ ଭିତରେ ସାଇତା

ଅଣ୍ଟା ଭିଡି଼ଲା ଆମର ଭରଣ ପୋଷଣ ସକାଶେ।

 

ଆମେ ତିନି ଭାଇ ଓ ଭଉଣୀ

ମୁଁ ବଡ଼ ପୁଅ ତାଙ୍କର

କେମିତି ଦେଖିବି କୁହ

ମାଆର ଆଖିରେ ଅନନ୍ତ ଲୁହକୁ?

 

ମୁଁ ଚିରିଦେଇ ଫିଙ୍ଗିଦେଲି ପାଠବହି

ମାଆ ଦେଖିକି ଅସରାଏ ଲୁହ ଢାଳିଦେଲେ

କୁଢେ଼ଇ ଆଣି କହିଲେ ଧନରେ

ଏ ତୁ କଣ କଲୁ 

ଯିଏ ମଣିଷର ଶ୍ରେଷ୍ଠ ଧନ ତାକୁ…?

 

ଲୁହ ପୋଛି ଦେଇ କହିଲି

ମାଆ ତୋର ଦୁଃଖ ଅସହ୍ଯ 

ଏ ଡହଡ଼ହ ଖରାରେ ତୁ କେମିତି 

ପର ଘରେ କାମ କରିବୁ ଯେ..?

 

ଦେଖ !

ମୁଁ ସଜେଇ ହେଲିଣି ନିଜକୁ

ଗୋଟେ ଶ୍ରମିକର ଜୀବନ

ଗୋଟେ ଦାଦନ ପାଇଁ ଯିବାକୁ ହେବ

କେଉଁ ଦୂର ରାଜ୍ଯକୁ

ତୋ ମୁଖରେ ମୁଠାଏ ହସ ଫୁଟିବାକୁ। 

 

ଆଜି ତ ଶ୍ରମିକ ଦିବସ

ତାଙ୍କୁ କୋଟିଏ ପ୍ରଣାମ ଆଉ ଧନ୍ଯବାଦ

ଯିଏ ଠିକ ସମୟରେ ଦାଉଦାଉ ହୋଇ 

ଠିଆ ହେଲେ ମୋହରି ଆଗରେ।

 

କୋଟି ଆଶୀର୍ବାଦ ମାଗିଲି 

ଆଉ ଶ୍ରମିକଟିଏ ହୋଇ ଚାଲିଲି ସେଠିକି 

ଯେଉଁଠି ମୁଠାଏ ଖାଇବାକୁ ମିଳିବ

ବଞ୍ଚି ରହିବାକୁ ଓ ବାକିତକ ସମୟ କଟେଇବାକୁ।

                     

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Related posts

ପ୍ରତିମା ଶତପଥି ଙ୍କ କବିତା ଆସ ମା ଅବତରୀ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଦୁର୍ଗେ ଦୁର୍ଗତି ନାଶିନୀ

Sunil Chandra Nayak

ମୋଟେର ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଅଧିବାସ ଓ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!