ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଞ୍ଚଳା ପଞ୍ଚାୟତ ରେ ବିକାଶ ବାହନ ଯାତ୍ରା 

ଅଞ୍ଚଳା ପଞ୍ଚାୟତ ରେ ବିକାଶ ବାହନ ଯାତ୍ରା 

ଡାବୁଗାଁ, ୨୦/୬ (ମ.ନି.ସ.)- ଓଡିଶା ସରକାରଙ୍କ ଦ୍ଵାରା ସ୍ଥିରୀକୃତ ବିକାଶ ବାହନ ଯାତ୍ରା ଶୁକ୍ରବାର ଅଞ୍ଚଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ବ୍ଲକ ଅଧ୍ୟକ୍ଷା ଵୀଣା ମାଝୀ, ସରପଞ୍ଚ ରମେଶ ମାଝୀ, ଭାଜପା ର ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ନରେଶ ସିଂ, ନରୁ ସିଂ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଯୋଗାଣ ନିରିକ୍ଷକ ସିପ୍ରା ସାମଲ , ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, , ମେଦନା ରାଜସ୍ୱ ନିରିକ୍ଷକ ଅମିତ ଭକ୍ତ , ବିପିସି ଆରଏଚ ଯୋଗେନ୍ଦ୍ର ମାଝି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏଡି ପ୍ରସାଦ ସମେତ ବିଭିନ୍ନ ବିଭାଗୀୟ ଅଧକାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଗ୍ରାମର ଭଦ୍ର ବ୍ୟକ୍ତି ଓ ଜନପ୍ରତିନିଧି ଏବଂ ଗ୍ରାମବାସି ମାନେ ଉପସ୍ଥିତ ଥିଲେ । ଏଥିରେ ସରକାର ଙ୍କ ବିଭିନ୍ନ ବିଭାଗରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ଏଲଇଡି ମାଧ୍ୟମରେ ଅବଗତ କରାଯାଉଛି | ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ଚାଲିଥିବା ସରକାର ଙ୍କ ଜନହିତକର ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ |ଏଥିରେ ହିତାଧୀକାରୀ ଙ୍କୁ ଜବ୍ କାର୍ଡ , ପେନସନ କାର୍ଡ, ରାଶାନ କାର୍ଡ ବଣ୍ଟନ କରାଯାଇଥିଲା |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଉରକେଲା ପାୱାର ହାଉସ୍ ରୋଡ୍ ପାର୍କିଂର ଏକ ବନ୍ଦ କିଓସ୍କରୁ ମୃତଦେହ ଠାବ

Sunil Chandra Nayak

ପ୍ରଧ୍ୟାପିକା ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ଶୋକ

Sunil Chandra Nayak

ବିଏସ ପଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

masiha

Leave a Comment

error: Content is protected !!