ଅଞ୍ଚଳା ପଞ୍ଚାୟତ ରେ ବିକାଶ ବାହନ ଯାତ୍ରା
ଡାବୁଗାଁ, ୨୦/୬ (ମ.ନି.ସ.)- ଓଡିଶା ସରକାରଙ୍କ ଦ୍ଵାରା ସ୍ଥିରୀକୃତ ବିକାଶ ବାହନ ଯାତ୍ରା ଶୁକ୍ରବାର ଅଞ୍ଚଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ବ୍ଲକ ଅଧ୍ୟକ୍ଷା ଵୀଣା ମାଝୀ, ସରପଞ୍ଚ ରମେଶ ମାଝୀ, ଭାଜପା ର ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ନରେଶ ସିଂ, ନରୁ ସିଂ,
ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଯୋଗାଣ ନିରିକ୍ଷକ ସିପ୍ରା ସାମଲ , ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, , ମେଦନା ରାଜସ୍ୱ ନିରିକ୍ଷକ ଅମିତ ଭକ୍ତ , ବିପିସି ଆରଏଚ ଯୋଗେନ୍ଦ୍ର ମାଝି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏଡି ପ୍ରସାଦ ସମେତ ବିଭିନ୍ନ ବିଭାଗୀୟ ଅଧକାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଗ୍ରାମର ଭଦ୍ର ବ୍ୟକ୍ତି ଓ ଜନପ୍ରତିନିଧି ଏବଂ ଗ୍ରାମବାସି ମାନେ ଉପସ୍ଥିତ ଥିଲେ । ଏଥିରେ ସରକାର ଙ୍କ ବିଭିନ୍ନ ବିଭାଗରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ଏଲଇଡି ମାଧ୍ୟମରେ ଅବଗତ କରାଯାଉଛି | ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ଚାଲିଥିବା ସରକାର ଙ୍କ ଜନହିତକର ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ |ଏଥିରେ ହିତାଧୀକାରୀ ଙ୍କୁ ଜବ୍ କାର୍ଡ , ପେନସନ କାର୍ଡ, ରାଶାନ କାର୍ଡ ବଣ୍ଟନ କରାଯାଇଥିଲା |
ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

