ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାହାଡ ଶିଖର ସମେତ ଅନ୍ୟାନ୍ୟ ଅନୁଷ୍ଠାନରେ ପାଳନ ହେଳା ଅନ୍ତର୍ଜାତୀୟ ଯୋଗ ଦିବସ 

ପାହାଡ ଶିଖର ସମେତ ଅନ୍ୟାନ୍ୟ ଅନୁଷ୍ଠାନରେ ପାଳନ ହେଳା ଅନ୍ତର୍ଜାତୀୟ ଯୋଗ ଦିବସ 

ରୁପ୍ରା, ୨୧/୬ (ଅଜୟ ସେନାପତି ) : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ସମେତ କର୍ମେଗାଁ, ମୁସ୍କୁଟି, ଗିଗିନା, ଭାନପୁର୍, ଭୀମକେଲା ଓ ଟକର୍ଲା ପଞ୍ଚାୟତ ଅଧିନ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଶନିବାର ସକାଳୁ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଏହି ଅବସରରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ତଥା ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ମାଧ୍ୟମରେ “ଯୋଗ ପାଇଁ ଏକ ପୃଥିବୀ ଏକ ସ୍ବାସ୍ଥ୍ୟ” ବାର୍ତ୍ତା ସହିତ ଯୋଗ ସଙ୍ଗମ ଆୟୋଜନ କରାଯାଇଛି, ଏହି ପରିପ୍ରେକ୍ଷୀରେ ରୁପ୍ରା ନିକଟସ୍ଥ ୧ହଜାର  ଫୁଟ୍ ଉଚ୍ଚତା ବିଶିଷ୍ଟ ଟାଙ୍ଗିରି ପାହାଡ ଶିଖରରେ ଏଭରେଷ୍ଟ୍  ଆରୋହୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଶିକ୍ଷକ ଯୋଗବ୍ୟାସ ଭୋଇଙ୍କର ନେତୃତ୍ୱରେ ୯ ଜଣିଆ ଦଳ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ ।  ଏହି ପର୍ବତାରୋହୀ ଦଳରେ କେସିଙ୍ଗା ଅଞ୍ଚଳର ପର୍ବତାରୋହୀ ଧନପତି ବାଗ, କ୍ରୀଡାବିତ୍ କବିଚନ୍ଦ୍ରପୁରର ରଞ୍ଜୁ ରଣା, ବଡଡୁଙ୍ଗୁରୀଗୁଡାର ବିକାଶ ଗହୀର, ମ. ରାମପୁର ଅଞ୍ଚଳର ସସ୍ମିତା ରଣା, ପୂଜା ଭୋଇ ଓ ସରିତା ଦୀପ, ତୁଳାପଡାର ଗୀତାଞୀଳି ମାଝୀ ଓ ବାଳିପଡାର ଅଜୟ ମାଝୀ ପ୍ରମୁଖ ଭାଗ ନେଇଥିଲେ ।

ଏହି ପର୍ବତାରୋହୀ ଦଳ ସକାଳ ୧୦ ଘଣ୍ଟା  ସମୟରେ ଟାଙ୍ଗିରି ପାହାଡକୁ ଚଢିବା ଆରମ୍ଭ କରି ତିନୋଟି ପାହାଡ ଅତିକ୍ରମ କରି ଘଣ୍ଟାଏ ପରେ ରାଜାରାଣୀ ଶିଖରରେ ପହଞ୍ଚି ଯୋଗ ଦିବସ ଉପରେ ସ୍ଲୋଗାନ ଦେବା ସହିତ ଯୋଗାସନ, ପ୍ରଣାୟମ୍, ଓମ୍ ଉଚ୍ଚାରଣ କରି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ। ଯୋଗ କରିବା ଦ୍ବାରା ଜଣେ ସୁସ୍ଥ, ମାନସିକ, ବୌଦ୍ଧିକ ବିକାଶ, ସାହସ, ଏକାଗ୍ରତା ଶକ୍ତି, ଆତ୍ମ ବିଶ୍ୱାସର ବୃଦ୍ଧି ଘଟିଥାଏ ବୋଲି ଓଡିଶା ପର୍ବତାରୋହଣ ଓ ସ୍ପୋର୍ଟସ୍ କ୍ଲାଇମିଙ୍ଗ୍ ସଂସ୍ଥାନର ସଦସ୍ଯମାନେ ପ୍ରକାଶ କରିଥିଲେ । ପାହାଡ ଶିଖରରେ ପାଖାପାଖି ଏକ ଘଣ୍ଟା ରହି ପାହାଡରୁ ତଳକୁ ସୁରକ୍ଷିତ ଭାବରେ ଓହ୍ଲାଇ ଆସିଥିଲେ। ଆଗାମୀ ଦିନରେ ଦୁଃସାହସିକ ପର୍ବତାରୋହଣ ଅଭିଯାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ କଳାହାଣ୍ଡି ତଥା ଓଡ଼ିଶାର ଅନେକ ଯୁବକ ଯୁବତୀମାନଙ୍କର ଭବିଷ୍ୟତ ନିର୍ମାଣରେ କାର୍ଯ୍ୟ କରିବେ ବୋଲି ଏଭରେଷ୍ଟ୍ ଆରୋହୀ ଶ୍ରୀ ଭୋଇ ପ୍ରକାଶ କରିଥିଲେ ।

ସେହିପରି ଭାନପୁର୍ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଅନନ୍ତ ରାମ ମାଝୀଙ୍କ ନେତୃତ୍ବରେ ଯୋଗଗୁରୁ ଶମ୍ଭୁ ହାତୀ ଯୋଗ ଶିଖାଇ ଥିବାବେଳେ ସୁନିଲ, ପିଙ୍କୁ, ପୁରୁନ୍ଦର, ଅଶୋକ, ପ୍ରଶାନ୍ତ, ରଘୁ, ନୀତେଶ, ଅମନ, ସଞ୍ଜୟ,ଭଗବାନ, ମାୟା, ଦୁର୍ଯୋଧନ, ନଭାନ, ରାମ, କୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ଜନତା ପାର୍ଟି ରୁପ୍ରା ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ଗୁଣନିଧି ସାହୁଙ୍କ ନେତୃତ୍ୱରେ ଟକର୍ଲା ସାପ୍ତାହିକ ବଜାର ପଡିଆ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା।

Related posts

କାମାକ୍ଷାନଗରର ଗର୍ବ ଓ ଗୌରବ ସତ୍ୟ ଶଙ୍କର ପତି : ନିଟ୍ ପରୀକ୍ଷାରେ ଆଣିଲେ ସଫଳତା 

Sunil Chandra Nayak

କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦର ହେମନ୍ତ କବିତା ଆସର

masiha

Leave a Comment

error: Content is protected !!