ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାର ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ , ଯୋଗ ଦ୍ବାରା ସୁସ୍ଥ ସମାଜ ଗଠନ ସମ୍ଭବ 

ବାସନ୍ତୀ ପାଠାଗାର ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ , ଯୋଗ ଦ୍ବାରା ସୁସ୍ଥ ସମାଜ ଗଠନ ସମ୍ଭବ 

 ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର, ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡ ଓ ଲାୟନ୍ସ କ୍ଲବ ରାଉରକେଲା ସ୍ମାର୍ଟ ସିଟି ର ମିଳିତ ଆନୁକୂଲ୍ୟରେ ପାଠାଗାର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ତଥା ଯୋଗ ଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ,ଲାୟନ୍ସ କ୍ଲବ ୨ ର ଉପସଭାପତି ଗଭର୍ଣ୍ଣର ଦୁର୍ଗେଶନନ୍ଦିନୀ ବିଶ୍ବାଳ, ଜୋନ୍ ଅଧ୍ୟକ୍ଷ ଲାୟନ ସରୋଜ ପାତ୍ର,ଲାୟନ ଲଲାଟେନ୍ଦୁ ଚୈ।ଧୁରୀ, ଲାୟନ ସୂର୍ଯ୍ୟମଣି ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୋଗ ଦିବସ ପାଳନ ର ଆବଶ୍ୟକତା ଓ ଯୋଗ ଦ୍ବାରା କିପରି ଏକ ସୁସ୍ଥ ସମାଜ ଗଠନ ସହ ଭାଇଚାରା,ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ତଥା ଶାରିରୀକ, ମାନସିକ ସୁସ୍ଥତା ସମ୍ପର୍କରେ ଆଲୋଚନା କରିଥିଲେ। ମନ ଓ ମସ୍ତିସ୍କର ମିଳନ କେବଳ ଯୋଗ ଦ୍ବାରା ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ଶ୍ରୀ ଆଚାର୍ଯ୍ୟ, କବିତା ଦାଶ ଓ ରବିନ୍ଦ୍ର ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯୋଗାଭ୍ୟାସ କରାଯାଇଥିଲା। ଯୋଗ ମଧ୍ୟରେ ଜ୍ଞାନ ମୁଦ୍ରା, ବାୟୁ ମୁଦ୍ରା,କପାଳ ଭାରତୀ,ଓଲମ ବିଲମ, ପ୍ରାଣାୟମ, ସୁଖାସନ,ସିଦ୍ଧାସନ,ପଦ୍ମାସନ,ବଜ୍ରାସନ, ଦଣ୍ଡାସନ,ଶୀତଳି ପ୍ରାଣାୟାମ,ଭ୍ରମରି ପ୍ରାଣାୟମ, ମୁର୍ଚ୍ଛା ପ୍ରାଣାୟମ,ହାସ୍ୟାସନ, ଧ୍ୟାନମୁଦ୍ରା,ତାଡାସନ,ବୃକ୍ଷାସନ, ଅର୍ଦ୍ଧ ଚକ୍ରାସନ,ଭଦ୍ରାସନ ବକ୍ରାସନ ପ୍ରମୁଖ ଆସନ କରାଯାଇଥିଲା। ଏହି ଅବସରରେ ସଦସ୍ୟ ବିଷ୍ଣୁଚରଣ ସାହୁ ଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ପୁଷ୍ପଗୁଛ ଦିଆଯାଇ ଶୁଭେଚ୍ଛା ଜଣାଇବା ପରେ ସମସ୍ତଙ୍କ ମଧ୍ୟରେ କେକ୍ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଭାଷିନୀ ସାହୁ, ପ୍ରିୟା ପାତ୍ର, ସଂଯୁକ୍ତା ପାତ୍ର, ସଂଗୀତା ପାତ୍ର, ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ,ବିଭୁଦତ୍ତ ବେହେରା, ବିଦ୍ୟୁତପ୍ରଭା ସାବତ,ଅଜୟ ପ୍ରଧାନ, ମନୋରଞ୍ଜନ ମିଶ୍ର, ଗଦାଧର ରଥ,କମଳା ଆଚାର୍ଯ୍ୟ, ଗୀତାଞ୍ଜଳି ମହାରଣା, ନିରୁପମା ଚାନ୍ଦ, ସ୍ବର୍ଣ୍ଣଲତା ଘଡେଇ, ସସ୍ମିତା ମହାନ୍ତି, ସୈାଦାମିନୀ ମିଶ୍ର, ରୁକ୍ମିଣୀ ଅଗ୍ରୱାଲ, ରୀନା ପାତ୍ର, ସୁନିତା ସ୍ବାଇଁ, ସସ୍ମିତା ଭଞ୍ଜଦେଓ ପ୍ରମୁଖଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ କବିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧୦୪ ଦିନରେ ୩୨% ଲକ୍ଷ୍ୟ ସାଧନ: ବ୍ରହ୍ମପୁରରେ ବନ୍ଧ୍ୟାକରଣ ଅଭିଯାନ ଆଗୁଆ

ବୀର ବାଲ ଦିବସ ପାଳିତ

masiha

ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ଡାକ୍ତର ନିଯୁକ୍ତି ଦାବିରେ ଆମରଣ ଅନଶନ ଚତୁର୍ଥ ଦିନରେ ସମର୍ଥନ ଦେଇ ଧାରଣା ରେ ବସିଲେ ବିବେକ ସେନା ର ରାଷ୍ଟୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ

Sunil Chandra Nayak

Leave a Comment

error: Content is protected !!