ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଏମସି ତରଫରୁ ବିଶ୍ଵ ଯୋଗ ଦିବସ ପାଳିତ 

ଆରଏମସି ତରଫରୁ ବିଶ୍ଵ ଯୋଗ ଦିବସ ପାଳିତ 

ରାଉରକେଲା, ୨୧ ଜୁନ ୨୦୨୫: ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ବାର୍ତ୍ତା ନେଇ ବିଶ୍ୱର କୋଣ ଅନୁକୋଣରେ ଶନିବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଲେବର ଟେନାମେଣ୍ଟ ଓ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ଦ୍ଵାରା ଯୋଗ ଓ ପ୍ରାଣାୟାମ କରାଯାଇଥିଲା। ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଯୋଗ ଶିବିରରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ବିଶେଷ ଏଥିରେ ସାମିଲ୍ ହୋଇଥିଲେ। 

ଦୁଇଟି ସ୍ଥାନରେ ଅନୁଷ୍ଠିତ ଯୋଗ ଶିବିରରେ ଉପଜିଲ୍ଲାପାଳ ପାନପୋଷ ଶ୍ରୀ ବିଜୟ କୁମାର ନାୟକ , ରାଉରକେଲା ମହାନଗର ନିଗମ ଯୁଗ୍ମ ପୌରାୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାୟକଙ୍କ ସହ ସହାୟକ ପୌରାୟୁକ୍ତ ଅଜିତ୍ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫlତିମା ଏକ୍କା, ବିଭିନ୍ନ ସରକାରୀ ବିଭାଗ ଓ ଆରଏମସିର ଅଧିକାରୀ ଓ କର୍ମଚାରୀ, ଆଶାକର୍ମୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏବଂ ସ୍ଥାନୀୟ ଅଧିବାସୀ ସାମିଲ ନେଇଥିଲେ। ଏହି ଅବସରରେ ଗୋଟିଏ ଗଛ ମା’ଙ୍କ ନାମରେ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ଵନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ସମାଜସେବୀ ଡ଼ା. ପି.ସି. ସାହୁ ଓ ପତ୍ନୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ପଞ୍ଚମ ଦିନରେ ଜିଲ୍ଲା ଦାବୀ ନେଇ ଧାରଣା , ସମ୍ମାନ ଓ ସ୍ୱାଭିମାନ ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ : କ୍ରିୟାନୁଷ୍ଠାନ କମିଟି

masiha

ସରକାରଙ୍କ ବିକାଶର ଫୋକସରେ ରାଷ୍ଟ୍ରପତିଙ୍କ ଵାଇଦାପୋଷୀ ଗ୍ରାମ ! ବାଇଦାପୋଷୀ ଗ୍ରାମରେ ପ୍ରସ୍ତାବିତ ପ୍ରକଳ୍ପ ନାମରେ ସରକାରୀ ଜମି ଉଚ୍ଛେଦ ନେଇ ଗୃହ ଭଙ୍ଗା ବନ୍ଦ କରିବା ଦାବିରେ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ 

masiha

Leave a Comment

error: Content is protected !!