ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଏମସି ତରଫରୁ ବିଶ୍ଵ ଯୋଗ ଦିବସ ପାଳିତ 

ଆରଏମସି ତରଫରୁ ବିଶ୍ଵ ଯୋଗ ଦିବସ ପାଳିତ 

ରାଉରକେଲା, ୨୧ ଜୁନ ୨୦୨୫: ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ବାର୍ତ୍ତା ନେଇ ବିଶ୍ୱର କୋଣ ଅନୁକୋଣରେ ଶନିବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଲେବର ଟେନାମେଣ୍ଟ ଓ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ଦ୍ଵାରା ଯୋଗ ଓ ପ୍ରାଣାୟାମ କରାଯାଇଥିଲା। ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଯୋଗ ଶିବିରରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ବିଶେଷ ଏଥିରେ ସାମିଲ୍ ହୋଇଥିଲେ। 

ଦୁଇଟି ସ୍ଥାନରେ ଅନୁଷ୍ଠିତ ଯୋଗ ଶିବିରରେ ଉପଜିଲ୍ଲାପାଳ ପାନପୋଷ ଶ୍ରୀ ବିଜୟ କୁମାର ନାୟକ , ରାଉରକେଲା ମହାନଗର ନିଗମ ଯୁଗ୍ମ ପୌରାୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାୟକଙ୍କ ସହ ସହାୟକ ପୌରାୟୁକ୍ତ ଅଜିତ୍ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫlତିମା ଏକ୍କା, ବିଭିନ୍ନ ସରକାରୀ ବିଭାଗ ଓ ଆରଏମସିର ଅଧିକାରୀ ଓ କର୍ମଚାରୀ, ଆଶାକର୍ମୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏବଂ ସ୍ଥାନୀୟ ଅଧିବାସୀ ସାମିଲ ନେଇଥିଲେ। ଏହି ଅବସରରେ ଗୋଟିଏ ଗଛ ମା’ଙ୍କ ନାମରେ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁରଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଢଉପଦା ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର

masiha

Leave a Comment

error: Content is protected !!