ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଆତ୍ମା ର ଅଧ୍ୟକ୍ଷଅଶୋକ ପଟ୍ଟନାୟକ ଙ୍କ ପରଲୋକ 

ଜୁନାଗଡ଼ ଆତ୍ମା ର ଅଧ୍ୟକ୍ଷଅଶୋକ ପଟ୍ଟନାୟକ ଙ୍କ ପରଲୋକ 

ଜୁନାଗଡ଼ ,୨୨ା୬(ମନୀସ): ମୃତ୍ୟୁ କାହାକୁ କେତେବେଳେ କେମିତି ନେବ କେହି କହିପାରିବେ ନାହିଁ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ (୫୫) ରବିବାର ଘରର ଛାତକୁ ଯାଇଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରଲୋକ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଅନେକ ବ୍ୟକ୍ତି ବିଶେଷ ସୋସିଆଲ ମିଡିଆରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି। ଅଶୋକ ଆତ୍ମାର ଅଧ୍ୟକ୍ଷ ସହ ଗଛ ଲଗାଇ ପରିବେଶ ରକ୍ଷା କରୁଥିବାରୁ ତାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହାସହ ଜଣେ ଆଇନଜୀବୀ ଓ ଅଧ୍ୟାପକ ଭାବେ ମଧ୍ୟ ବେଶ ପରିଚିତ ରହିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବଜ୍ରପାତରେ ତିନି ମେଣ୍ଢା ମୃତ , ମେଣ୍ଢା ଚରାଳି ଆହତ

Sunil Chandra Nayak

ନିର୍ବାଚନ କାର୍ଯ୍ୟରେ ଯୋଗ ନଦେଲେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ 

masiha

ଭଟାଙ୍ଗପଦରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ 

masiha

Leave a Comment

error: Content is protected !!