ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଆତ୍ମା ର ଅଧ୍ୟକ୍ଷଅଶୋକ ପଟ୍ଟନାୟକ ଙ୍କ ପରଲୋକ 

ଜୁନାଗଡ଼ ଆତ୍ମା ର ଅଧ୍ୟକ୍ଷଅଶୋକ ପଟ୍ଟନାୟକ ଙ୍କ ପରଲୋକ 

ଜୁନାଗଡ଼ ,୨୨ା୬(ମନୀସ): ମୃତ୍ୟୁ କାହାକୁ କେତେବେଳେ କେମିତି ନେବ କେହି କହିପାରିବେ ନାହିଁ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ (୫୫) ରବିବାର ଘରର ଛାତକୁ ଯାଇଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରଲୋକ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଅନେକ ବ୍ୟକ୍ତି ବିଶେଷ ସୋସିଆଲ ମିଡିଆରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି। ଅଶୋକ ଆତ୍ମାର ଅଧ୍ୟକ୍ଷ ସହ ଗଛ ଲଗାଇ ପରିବେଶ ରକ୍ଷା କରୁଥିବାରୁ ତାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହାସହ ଜଣେ ଆଇନଜୀବୀ ଓ ଅଧ୍ୟାପକ ଭାବେ ମଧ୍ୟ ବେଶ ପରିଚିତ ରହିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ

masiha

ଧର୍ମଗଡ ଡାକ୍ତରଖାନାରେ କେବଳ ଡାକ୍ତର ନୁହେଁ, ଷ୍ଟେଚର ର ବି ଅଭାବ,  ଆମ୍ବୁଲାନ୍ସ ଚକ ପଂଚର ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ

masiha

କୋକସରା ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ପରେ ବିଦାୟ ସମ୍ବର୍ଦ୍ଧନା 

Leave a Comment

error: Content is protected !!