ସାହିତ୍ୟ ଅଗଣା©ମଧୁମିତା ମିଶ୍ର ଙ୍କ କବିତା = ସନେଟ୍… ବଣ୍ଟାବଣ୍ଟି by masihaJune 22, 20250445 Share0 ସନେଟ୍… ବଣ୍ଟାବଣ୍ଟି ନିଜକୁ ବାଣ୍ଟିବା ସହଜ ନୁହେଁରେ ଏକଥା ତୁ କାହୁଁ ବୁଝିବୁ ବାଣ୍ଟିହେଲା ପରେ କେତେ କଷ୍ଟ ହୁଏ ତୁ ତାହା କି ଜାଣିପାରିବୁ ଗୋଟିଏ ତ ପ୍ରାଣ ଗୋଟିଏ ଶରୀର ତଥାପି ଭାଗରେ ବାଣ୍ଟି କହିବି କଥା ଏ ମନ ଦେଇ ଶୁଣ ମନ ମୋର ହୁଏ ଘାଣ୍ଟି ଜନମ ନେଇ ଯେ କୋଳରେ ବଢ଼ଇ ଚନ୍ଦ୍ରକଳା ପରି ହୋଇ ଦିନେ ବେଦୀପରେ ହୋଇଯାଏ ପର ଆଉ କାହାର ବୋଲାଇ ନାମକୁ ବାଣ୍ଟଇ ମମତା ବାଣ୍ଟଇ କୋହକୁ ପଣତେ ରଖି ମନର ବେଦନା କୁହେନାହିଁ କେବେ ହୁଏ ନାହିଁ କେବେ ଦୁଃଖୀ କୋଳରେ ଧରିଣ କର୍ତ୍ତବ୍ୟ ବାଣ୍ଟଇ ସମୟ ବାଣ୍ଟିକି ଦିଏ ଛାତିର ଅମୃତ ଦେହର ରକତ ନିଗାଡି ସେ ଖୁସି ପାଏ ସବୁ ସନ୍ତାନଙ୍କୁ ସମାନ ଦେଖଇ ନିଜେ ବାଣ୍ଟି ହୋଇ ରୁହେ ଜୀବନ ଧାରାରେ ବୋହି ଯାଇ ସଦା ସଭିଙ୍କୁ ସେ ତୋଷୁଥାଏ ଦିନେ ବାଣ୍ଟି ହୁଏ ଦିନ କଣ୍ଟ ଧରି କିଏ ତା’ ଭାର ବୋହିବ ବାର୍ଦ୍ଧକ୍ୟ ଆସିଲେ ଭାଳେଣି ପଡ଼ଇ ମା’ କା’ ଭାଗେ ପଡ଼ିବ ©ମଧୁମିତା ମିଶ୍ର ଭୁବନେଶ୍ୱର ୯୪୩୮୪୭୦୮୦୭