ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରି‍ଂ ଥାନା ! ବଡଡାଳିମା ଗାଁରେ ସାପ କାମୁଡ଼ାରେ ଦେଢ଼ ବର୍ଷର ଶିଶୁକନ୍ୟା ମୃତ

ତିରି‍ଂ ଥାନା ! ବଡଡାଳିମା ଗାଁରେ ସାପ କାମୁଡ଼ାରେ ଦେଢ଼ ବର୍ଷର ଶିଶୁକନ୍ୟା ମୃତ

ମୟୂରଭଂଜ – ୨୪/୦୬ — ଚାଲିଛି ବର୍ଷା ଋତୁ । ବର୍ତ୍ତମାନ ପ୍ରଜନନ ଋତୁ ।ସାପମାନେ ଖାଦ୍ୟ ଓ ଗାତରେ ପାଣି ପଶୁଥିବାରୁ ସାପମାନେ ବାହାରକୁ ଖାଦ୍ଯ ଅନ୍ବେଷଣରେ ବାହାରୁଛି ।କିନ୍ତୁ ଦୁର୍ଗମ ଇଲାକାରେ ବସବାସ କରୁଥିବା ଅଂଚଳଵାସୀ ବିଶେଷତଃ ଆଦିବାସୀମାନେ ସଚେତନ ଅଭାବ ଓ ଗରୀଵତାକୁ ନେଇ ସେମାନେ ଶୋଇବା ପାଇଁ ଖଟ କିଣି ପାରୁ ନାହାଁନ୍ତି ।ଯାହାଫଳରେ ଚଟାଣରେ ଶୋଉଛନ୍ତି ଗରୀବ ଗୁରୁବା ଜନସାଧାରଣ ।ପାହାଡିଆ ଅଂଚଳରେ ଗୋଖର ,ନାଗ ,ଚିତି,ରଣା ସାପ ବିଶେଷତଂଃ ଦେଖା ଯାଆନ୍ତି ।ଅନ୍ଧାରି ସୁଯୋଗ ଦେଖି ସେମାନେ ଘର ଭିତରେ ପଶି ଯାଆନ୍ତି ।ତାଙ୍କ ହାବୁଡାରେ ଯିଏ ପଡନ୍ତି ସେମାନେ ଦଂଶନ କରିବାକୁ ଛାଡନ୍ତି ନାହିଁ ।ସାପ କାମୁଡ଼ାରେ ଵାମନଘାଟୀ ଉପଖଣ୍ଡରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ।ସୂଚନାଯୋଗ୍ୟ ସୋମବାର ରାତିରେ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ଗ୍ରାମର କାର୍ତ୍ତିକ ସିଂ ପରିବାର‌ଲୋକେ ଖାଇପିଇ ଶୋଇଥିଲେ ।ରାତିରେ ଏକ ବିଷାକ୍ତ ସାପ କାର୍ତିକର ଦେଢ ବର୍ଷର କୁନି ଝିଅ ଲକ୍ଷ୍ମୀ ସି ଝକୁ କାମୁଡି ଦେଇଥାଲା ,ଯାହାଫଳରେ ପିଲାକଳଟି କାନ୍ଦି ଉଠିଥିଲା ।ଘର ଲୋକେ ତାଙ୍କୁ ବେସରକାରୀ ଅଟୋରେ ରାଇରଙ୍ଗପୁର‌ ଚିକାତ୍ସାଳୟକୁ ଆଣିଥିଲେ ।ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ ।ତିରିଂ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୫/୨୫ ରୁଜୁ କରି ମଙ୍ଗଳବାର ଦିନ‌ଶଵ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ଝିଅକୁ ହରାଇ ବାପ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମିସହା ନିଉଜ

Related posts

କେଲିଆ ଶୈବପୀଠ ରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଶିକ୍ଷକ ଯୋଗାଣ ଦାବୀ ରେ ଧାରଣା ତେନ୍ତୁଳିଆପଡ଼ା ସ୍କୁଲ ଗେଟ ରେ ପଡିଲା ତାଲା

masiha

ପେଙ୍ଗୁଇନ ଖଣି କମ୍ପାନୀର ରାଇକଳା (କୋଇଡା) ଖଣି ଠିକାଦାର ମାନଙ୍କ ଦ୍ବାରା ଶ୍ରମିକ ଶୋଷଣ ଓ ତ୍ରିପାକ୍ଷୀୟ ଚୁକ୍ତିନାମା ଲାଗୁ ନ କରିବା ପ୍ରତିବାଦରେ କେନ୍ଦ୍ରୀୟ ଆଂଚଳିକ ଶ୍ରମ କମିଶନର, ସେକ୍ଟର-୫ , ରାଉରକେଲା କାର୍ଯ୍ୟାଳୟରେ ଏଆଇଟିୟୁସିର ଧାରଣା

masiha

Leave a Comment

error: Content is protected !!