ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗଢ, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଣ୍ଠୁଏ ଆଣ୍ଠୁଏ ପାଣି ନେଇ ଛାତ୍ରଛାତ୍ରୀ ହନ୍ତସନ୍ତ

ରାଇରଙ୍ଗପୁର ଗଢ, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଣ୍ଠୁଏ ଆଣ୍ଠୁଏ ପାଣି ନେଇ ଛାତ୍ରଛାତ୍ରୀ ହନ୍ତସନ୍ତ

 ମୟୂରଭଂଜ- ୨୪/୦୬ —  ସାମାନ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ହାଲ ଵେହାଲ । ଖାଲ ଖମାଲରେ ପାଣି ଭର୍ତ୍ତି ।ଲୋକେ,ଛାତ୍ରଛାତ୍ରୀ ଥିବା ଯିବାଆସିବାରେ ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି ।ଆଜି ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ଗଢ ଗ୍ରାମର ସରକାରୀ ୟୁପି ସ୍କୁଲ୍ ପରିସରରେ ଆଣ୍ଠୁଏ ଆଣ୍ଠୁରଏପାଣି । ଭିତର ରାସ୍ତା ପାଣି ପଚ୍ ପଚ୍ ।ସେହିଭଳି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସନ୍ନିକଟ ଇନ୍ଦିରାଗାନ୍ଧୀ ଶିଶୁ ଉଦ୍ୟାନ ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି ।ଜଳ ନିଷ୍କାସନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆ ଯାଇ ନ ଥିବାରୁ ପାଣି ଛିଡ଼ା ହୋଇ ରହିଛି ।ଯାହା ଫଳରେ କୁନି କୁନି ପିଲାମାନେ ପାଣି ଭିତରେ ବହୁ କଷ୍ଟରେ ଶ୍ରେଣୀ ଗୃହକୁ ଯାଉଛନ୍ତି ।କେତେବେଳେ ଖାଲ ଖମାଲରେ ଶିଶୁ ମାନେ ପଡ଼ିଯିବେ, ଘଟଣ ଅଘଟଣ ଓ ଘଟିବ କହି ହେବ ନାହିଁ ।ଏହାକୁ ନେଇ ଅଭିଭାବକ ,ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଚିନ୍ତିତ ।ବର୍ଷା ଋତୁ ଆରମ୍ଭ ନ ହେଉଚୁ ଆଜି ଏଭଳି ଅବସ୍ଥା ।ପୁଣି ଆଗକୁ ୪ ଦିନ ଧରି ଲଘୁଚାପ ଜନିତ ବର୍ଷା ଓଡ଼ିଶାକୁ ଛେଚିବ ।ତେଣୁ ପ୍ରଶାସନ କୁନି କୁନି ପିଲାଙ୍କୁ କୁତ୍ରିମ ବନ୍ୟା ପାଣିରୁ ସୁରକ୍ଷା ଦେବା ପାଇଁ ଅଭିଭାବକ ମହଲ ଦାବି କରୁଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମାଉଣ୍ଟ ଏଭରେଷ୍ଟ ଦିବସ ପାଳିତ

ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

ବିଜାତଳାରେ ବ୍ଳକ ସ୍ତରୀୟ ବାଲ୍ୟ ବୈଜ୍ଞାନିକ ମେଳାରେ ୫୨ ପ୍ରକଳ୍ପ ପଂଜିକୃତ 

masiha

Leave a Comment

error: Content is protected !!