ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ ର ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ ର ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଡାବୁଗାଁ, ୨୪/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସଦରମହକୁମାସ୍ଥିତ ରାଜ୍ୟ ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ ତରଫରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ୪ ଦଫା ସମ୍ବଳିତ ଏକ ଦାବିପତ୍ର ସଂଘ କର୍ମକର୍ତ୍ତା ମାନେ ତାଙ୍କ ବାସ ଭବନରେ ମଙ୍ଗଳବାର ପୂର୍ବାହ୍ନ ରେ ପ୍ରଦାନ କରିଛନ୍ତି | ଏହି ଦାବିପତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ଷେତ୍ର କର୍ମଚାରୀ ନିଯୁକ୍ତି, କ୍ୟାଡର ପୁର୍ନଗଠନ, ୨୦୨୩ ମସିହାରେ ନିଯୁକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ତାଲିମ ପ୍ରଦାନ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ବଦଳି ପ୍ରକ୍ରିୟାରେ ପାରଦର୍ଶିତା ଓ ସ୍ଵଛତା ପାଳନ କରାଯାଉ ଭଳି ୪ ଟି ଦାବି ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତଥା ରାଜ୍ୟ ସଂଘ ସଭାପତି ଯତୀନ ପାଣିଗ୍ରାହୀ, ସମ୍ପାଦକ ଗୌରାଙ୍ଗ କୁଆଁର, ସୁବ୍ରତ କିଶାନ, ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାୟଗଡ଼ାର ଲାଇଫ୍‌ଲାଇନ୍ ଅଭୋର ବ୍ରିଜ୍ ତଳେ ବାରମ୍ବାର ନିଆଁ! ତୀବ୍ର ତାପରେ କଂକ୍ରିଟ୍ ସ୍ଲାବ୍ ଓ ଷ୍ଟିଲ୍‌ର ସ୍ଥାୟିତ୍ୱ ପ୍ରତି ବିପଦ ଆଶଙ୍କା; ବୈଷୟିକ ଯାଞ୍ଚ ଦାବି

Sunil Chandra Nayak

ଖୋଲିଲା ବିଦ୍ୟାଳୟ, ମଧ୍ୟାହ୍ନ ଭୋଜନ କୁ ନେଇ ଚିନ୍ତାରେ ଶିକ୍ଷକ ଓ ଅଭିଭାବକ 

masiha

ଜୁନାଗଡ଼ ଡ଼ିଗ୍ରୀ ମହାିଦ୍ୟାଳୟ ଠାରେ ବିଶ୍ଵ ଏଡ଼ସ ଦିବସ ପାଳିତ

masiha

Leave a Comment

error: Content is protected !!