ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ ର ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ ର ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଡାବୁଗାଁ, ୨୪/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସଦରମହକୁମାସ୍ଥିତ ରାଜ୍ୟ ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ ତରଫରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ୪ ଦଫା ସମ୍ବଳିତ ଏକ ଦାବିପତ୍ର ସଂଘ କର୍ମକର୍ତ୍ତା ମାନେ ତାଙ୍କ ବାସ ଭବନରେ ମଙ୍ଗଳବାର ପୂର୍ବାହ୍ନ ରେ ପ୍ରଦାନ କରିଛନ୍ତି | ଏହି ଦାବିପତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ଷେତ୍ର କର୍ମଚାରୀ ନିଯୁକ୍ତି, କ୍ୟାଡର ପୁର୍ନଗଠନ, ୨୦୨୩ ମସିହାରେ ନିଯୁକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ତାଲିମ ପ୍ରଦାନ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ବଦଳି ପ୍ରକ୍ରିୟାରେ ପାରଦର୍ଶିତା ଓ ସ୍ଵଛତା ପାଳନ କରାଯାଉ ଭଳି ୪ ଟି ଦାବି ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତଥା ରାଜ୍ୟ ସଂଘ ସଭାପତି ଯତୀନ ପାଣିଗ୍ରାହୀ, ସମ୍ପାଦକ ଗୌରାଙ୍ଗ କୁଆଁର, ସୁବ୍ରତ କିଶାନ, ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲୋକଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର, ଆନନ୍ଦିତ ହେଉଛନ୍ତି ଯାତ୍ରୀ

Sunil Chandra Nayak

ମା’ର କୀଚକେଶ୍ବରୀ କୋଚି ଶିକ୍ଷାନୁଷ୍ଠାନରେ ସ୍ଵାଧୀନତା ଦିବସ, ପ୍ରତିଭା ଅନ୍ଵେଷଣ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଆଦିବାସୀ ଅଧିଷ୍ୟୁତ ଗ୍ରାମ ପଞ୍ଚାୟତ ଖଳିଆପାଲି ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୮୨୦ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!