ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫ୍ରାନ୍ସ କୁ ରପ୍ତାନୀ ହେଲା ସୁନ୍ଦରଗଡ଼ ର ଆମ୍ବ

ଫ୍ରାନ୍ସ କୁ ରପ୍ତାନୀ ହେଲା ସୁନ୍ଦରଗଡ଼ ର ଆମ୍ବ

ସୁନ୍ଦରଗଡ଼, ୨୪/୦୬/୨୫: ଆଜି ସୁନ୍ଦରଗଡ଼ ଜିଲ୍ଲାର ଆମ୍ବ ରପ୍ତାନୀ ସଫଳତାର ସହ ରପ୍ତାନୀ ହୋଇଅଛି ସୁଦୂର ଫ୍ରାନ୍ସ କୁ। ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରୁ ୧୮ କ୍ୱିଣ୍ଟାଲ ଆମ୍ରପାଲି ପ୍ରଜାତିର ଆମ୍ବ ଫ୍ରାନ୍ସକୁ ରପ୍ତାନି କରାଯାଇଛି। ଜିଲ୍ଳା ପ୍ରଶାସନ ଏବଂ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ଏପିସି ପ୍ରକଳ୍ପ ଅଧୀନରେ ଗଠିତ ମହିଳା ଚାଷୀ ଉତ୍ପାଦକ ଗୋଷ୍ଠୀ ଆଲୋକପ୍ରଭା ମହିଳା ଚାଷୀ ଉତ୍ପାଦକ କମ୍ପାନୀ ଲିମିଟେଡ୍ ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। ଆଜି ଆମ୍ବ ଭରା ଏହି ଗାଡି କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ଉପ-ନିର୍ଦ୍ଦେଶକ, ଉଦ୍ୟାନ କୃଷି ଶ୍ରୀ ସୁକାନ୍ତ ନାୟକ, ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ, ଉଦ୍ୟାନ କୃଷି ବିଭାଗ ର ଅନ୍ୟାନ୍ୟ ଅଧିକାରୀ, ଆଲୋକପ୍ରଭା ମହିଳା ଚାଷୀ ଉତ୍ପାଦକ କମ୍ପାନୀ ଲିମିଟେଡ୍ ର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ପଦକ୍ଷେପ ଜିଲ୍ଲାର ମହିଳା ଚାଷୀଙ୍କୁ ସ୍ବାବଲମ୍ବୀ କରିବା ସହ ବିଶ୍ୱ ବଜାରରେ ଓଡ଼ିଶାର କୃଷି ଉତ୍ପାଦକୁ ସ୍ୱୀକୃତି ଦେବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରିଷିଡା ରେ ମନ୍ କି ବାତ୍ କାର୍ଯ୍ୟକ୍ରମ 

ମୟୂରଭଞ୍ଜ ଜିଲ୍ଲା ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

masiha

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

Sunil Chandra Nayak

Leave a Comment

error: Content is protected !!