ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ ପାଳନ ସମାରୋହରେ ଯୋଗ ଦେବେ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା

ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ ପାଳନ ସମାରୋହରେ ଯୋଗ ଦେବେ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା

ସୁନ୍ଦରଗଡ଼ ଜିଲ୍ଲା ର ମିସା ଅନ୍ତର୍ଗତ ବନ୍ଦୀ ହୋଇଥିବା ୨ ଜଣ ହେବେ ସମ୍ବର୍ଦ୍ଧିତ

 ସୁନ୍ଦରଗଡ଼ ୨୪/୦୬/୨୫: ଆସନ୍ତା କାଲି ଭୁବନେଶ୍ୱର ଠାରେ ପାଳନ କରାଯିବ ସମ୍ବିଧାନ ହତ୍ୟା ଦିବସ। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ସୁନ୍ଦରଗଡ଼ରୁ ବାହାରିଲେ ଅଂଶଗ୍ରହଣକାରୀ। 

 ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆକ୍ଟ୍ (ମେଣ୍ଟେନନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ) ଅନ୍ତର୍ଗତ ବନ୍ଦୀ ରହିଥିବା ସୁନ୍ଦରଗଡ଼ର ଦୁଇ ଜଣ ବ୍ୟକ୍ତିତ୍ଵ ମଧ୍ୟ ଯୋଗ ଦେବେ ଏହି କାର୍ଯ୍ୟକ୍ରମରେ। ସେମାନେ ହେଲେ ବାଲିଶଙ୍କରା ବ୍ଲକ ର ଶ୍ରୀ ଦୁର୍ଗା ଚରଣ ପଟେଲ ଏବଂ ବଡ଼ଗାଁ ବ୍ଲକର ଶ୍ରୀ ସନାତନ ନାଏକ। ଏହି ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ସେହିଭଳି ଜିଲ୍ଲାରୁ ଅନ୍ୟ ୨୨ ଜଣ ଅଂଶଗ୍ରହକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଆଜି ଅଂଶଗ୍ରହଣକାରୀଙ୍କ ଗାଡ଼ିକୁ ସୁନ୍ଦରଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାବା ସାହେବ ଆମ୍ବେଦକର ଜାଗୃତି ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

masiha

ଆରଦା ରାଜସ୍ୱ ଗ୍ରାମର ସୀମା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବୀ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

Leave a Comment

error: Content is protected !!