ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ 

ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ 

ରାଉରକେଲା: ଭାରତ ବିକାଶ ପରିଷଦ ରାଉରକେଲା ଶାଖା ର ମହିଳା ଶାଖା ତରଫରୁ ପାନପୋଷ ସ୍ଥିତ ରଘୁନାଥପଲୀ ୟୁ ପି ସ୍କୁଲରେ ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବନ୍ଦିତା ମାହାତୋ ଙ୍କ ଆବାହକତ୍ଵ ତଥା କାର୍ଯ୍ୟକ୍ରମ ସମ୍ପାଦିକା ମଞ୍ଜୁ ମେହେର ଙ୍କ ସଂଯୋଜନାରେ ପ୍ରାନ୍ତୀୟ ମହିଳା ସଚିବ ଡ଼ଃ କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ପର୍କ, ସହଯୋଗ, ସଂସ୍କାର,ସେବା ଓ ସମର୍ପଣ ସମ୍ପର୍କରେ ଆଲୋଚନା କରିଥିଲେ। ଉପଦେଷ୍ଟା ରବି ଦାସ , କୋଷାଧ୍ୟକ୍ଷ ଅସୀମ ଗୁପ୍ତା ପ୍ରମୁଖ ଯୁବ ସଂସ୍କାର ଶିବିର ର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍କୁଲର ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ବାଳ ବିଭାଗରେ ତଥା ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଯୁବ ସଂସ୍କାର ଶିବିର ରେ ଅଂଶଗ୍ରହଣ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅପର୍ଣ୍ଣା ସାମଲ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ପରିଷଦ ତରଫରୁ ଅଞ୍ଜୁ କକ୍କଡ, ଗୀତା ଦାସ, ନଳିନୀ ମହାପାତ୍ର, ଉଷା ଦାସ,ଭାରତୀ ଗୁପ୍ତା, ପ୍ରାଞ୍ଜଳୀ ନାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ କକ୍କଡ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ଶେଷରେ ସମ୍ପାଦିକା ବନ୍ଦିତା ମାହାତୋ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ସିନି ଟାଟା ଟ୍ରଷ୍ଟ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶସ୍ତା ଓ ସୁଲଭ ମୂଲ୍ୟରେ ତରଭୁଜ ବିକ୍ରୟ କେନ୍ଦ୍ର ଉଦଘାଟିତ 

masiha

୭୭ତମ ବନ ମହୋତ୍ସବରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ବୃକ୍ଷ ରୋପଣ

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

Leave a Comment

error: Content is protected !!