ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃନ୍ଦାବାହାଲ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

ବୃନ୍ଦାବାହାଲ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନର୍ଗତ ବୃନ୍ଦାବାହାଲ ଗ୍ରାମପଞ୍ଚାୟତର ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଥାଉକି ବିଗତ ଦିନ ମାନଙ୍କରେ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୮ ଗୋଟି ମୁଖ୍ୟ ଦାବି ନେଇ ବିଭିନ୍ନ ଉପାୟ ମାଧ୍ୟମରେ ସରକାରଙ୍କୁ ଅବଗତି କରାଯାଇଥିଲା । କିନ୍ତୁ ସେଥିମଧ୍ୟରୁ ଗୋଟିଏ ମାତ୍ର ଦାବି ପୂରଣ ହୋଇ ପାରିଛି ଆଉ ୭ ଗୋଟି ମୁଖ୍ୟ ଦାବି ଗୁଡ଼ିକ ବାରମ୍ବାର ସରକାରଙ୍କ ଦ୍ବାରସ୍ଥ ହେବା ସତ୍ତ୍ଵେ ଆଜି ପର୍ଯ୍ୟନ୍ତ ପୂରଣ ହେବାତ ଦୂରର କଥା ଏଥିପ୍ରତି ସରକାର କୌଣସି ପ୍ରକାର କର୍ଣ୍ଣପାତ କରୁ ନାହାନ୍ତି । ତେଣୁ ଡ୍ରାଇଭର ମହାସଂଘ ବାଧ୍ୟହୋଇ ଗତ ମାର୍ଚ୍ଚ ୨୯ ତାରିଖ ୨୦୨୫ ରିଖ ଠାରୁ ଦୀର୍ଘ ୬ ଦିନ ଲୋୟର ପି ଏମ୍ ଜି ରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ତଥାପି କୌଣସି ସମସ୍ୟାର ସମାଧାନ ହୋଇପାରି ନଥିଲା । ଯାହା ଦ୍ବାରା ଡ୍ରାଇଭର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ସମସ୍ତ ଡ୍ରାଇଭର ମାନଙ୍କ ଗୋଟିଏ ନିଷ୍ପତ୍ତି ଆଗାମୀ ଏକ ମାସ ମଧ୍ୟରେ ସରକାର ସମସ୍ୟାର ସମାଧାନ ନକରି ଯଦି ଅଣଦେଖା କରନ୍ତି, ତେବେ ଆସନ୍ତା ଜୁଲାଇ ମାସ ୮ ତାରିଖ ୨୦୨୫ରିଖ ଠାରୁ କୌଣସି ଡ୍ରାଇଭର ଗାଡ଼ି ଚଲେଇବୁ ନାହିଁ ଏବଂ ଷ୍ଟିଅରିଙ୍ଗ ଛାଡ଼ିବୁ, ଦରକାର ପଡିଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ସରକାରଙ୍କୁ ଅସହଯୋଗ କରିବା ପାଇଁ ବାଧ୍ୟ ହେବୁ। ଯାହାଦ୍ବାରା ପରିବହନ ବ୍ୟବସ୍ଥାରେ ବାଧାପ୍ରାପ୍ତ ହେବାସହ ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ରହିଛି । ଯଦି ସେହି ସମୟ ମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜେ କିମ୍ବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେଥି ପାଇଁ ସରକାର ଦାୟି ରହିବେ ବୋଲି ସଂଘ ପକ୍ଷରୁ ସିଧା ସଳଖ ରୋକ୍ ଠୋକ୍ ଭାବେ ଚେତାବନୀ ଦିଆଯାଇଛି । ଏଥିରେ ବୃନ୍ଦାବାହାଲ ଡ୍ରାଇଭର ମହାସଂଘର ସଭାପତି ଶ୍ରୀଯୁକ୍ତ ଵୁଡୁ ବାଗ, ସମ୍ପାଦକ ପ୍ରହଲ୍ଲାଦ ରାଉତ, ରବିନ୍ଦ୍ର କୁମାର ରାଉତ, ସରୋଜ ରଣା, ରାଜିବ ଘିଭେଳା, ସତ୍ୟ ମଙ୍ଗରାଜ, ରାଜିବ ମେହେର, ବୈଷ୍ଟବ ଗୌଡ଼, ସୁବାସ ବିଶି, ପଞ୍ଚାନନ ରାଉତ, ଗୁରୁବାରୁ ଭାଟି, ରୋମାଞ୍ଚଲ ବାନ୍ଧିଛୋଡ, ଦିବ୍ୟ ମେହେର, ରସିକ ବାଗ, ଦେଶରାଜ ବାଗ ଓ ପଞ୍ଚାୟତ ର ସମସ୍ତ ଡ୍ରାଇଭର ମିଶି ବୃନ୍ଦାବାହାଲ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଦୀନେଶ କୁମାର ରାଉତ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଅଗ୍ନିରେ ଦଗ୍ଧ ହୋଇଗଲା ଗୁହାଳ ସହ ବାଛୁରୀ, ଦୁଇଟି ଗାଈ ଅର୍ଦ୍ଧଦଗ୍ଧ

Sunil Chandra Nayak

ନୂତନ ବର୍ଷର ଅଭିନନ୍ଦନ ୨୦୨୫

masiha

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!