ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଥାନା ! ବଜ୍ରପାତରେ ମହିଳା ଚାଷୀ ମୃତ ହୋଇଥିବାବେଳେ ବ୍ଳକ ସମ୍ମୁଖରେ ବଳଦ ମୃତ୍ୟୁ

ତିରିଂ ଥାନା ! ବଜ୍ରପାତରେ ମହିଳା ଚାଷୀ ମୃତ ହୋଇଥିବାବେଳେ ବ୍ଳକ ସମ୍ମୁଖରେ ବଳଦ ମୃତ୍ୟୁ

 ମୟୂରଭଂଜ – ୨୫/୦୬ —   ତିରିଂ ଥାନା ଅଂଚଳରେ ବଜ୍ରପାତରେ ମହିଳା ଚାଷୀର ମୁଣ୍ଡ ଗଡିଲା ।ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ରେଙ୍ଗେଲବେଡା ଗ୍ରାମ ପଞ୍ଚାୟତର ଭଗାଵନ୍ଦି ଗ୍ରାମର ଜଣେ ମହିଳା ଚାଷୀ ଅାଜି ବୁଧବାର ଅପରାହ୍ନ ୩ ଟା ବେଳେ ବିଲରେ ଚାଷ କାମ କରୁଥିବାବେଳେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ମୃତ ମହିଳା ହେଲେ ଭଗାବନ୍ଦି ଗ୍ରାମର ରାମରାୟ ଟୁଡୁଙ୍କ ପତ୍ନୀ ଦୁଲାରୀ ଟୁଡୁ (୪୫) ।

  ସେହିଭଳି ତିରିଂ ବ୍ଳକ ସମ୍ମୁଖରେ ଚଡ଼କ ମାରିବାରୁ ଏକ ବନ୍ଦର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।ଦୁଲାରୀ ଟୁଡୁଙ୍କ ମୃତ୍ୟୁରେ ସମାଜସେବୀ ପାର୍ଥ ସାରଥୀ ଷଡ଼ଙ୍ଗୀ ଶୋକ ପ୍ରକାଶ କରିବା ସହ ତୁରନ୍ତ ତାଙ୍କୁ ସରକାରୀ ସହାୟତା ମିଳିବା ଏବଂ ମୃତ ବଳଦର ମାଲିକକୁ ସହାୟତା ପାଇଁ ଦାବି କରିଛନ୍ତି ।ଚାଷ ସମୟରେ ହଳୁଆ ବନ୍ଦକୁ ହରାଇ ଚାଷୀ ଚିନ୍ତାରେ ପଡ଼ିଛି ।ଆଗକୁ କିଭଳି ଚାଷ କରିବ ତାହାକୁ ନେଇ ଚାଷୀଟି ଭାଙ୍ଗି ପଡ଼ିଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଇଟା ବାଲି ପଥର ପଡିଛି କାମ କରିବା ପାଇଁ ମିସ୍ତ୍ରୀ ମଜୁରିଆ ମାନେ ମିଳୁ ନାହାନ୍ତି

Sunil Chandra Nayak

ଦେଓବନ୍ଦ ଜଙ୍ଗଲ ପରିବେଶ ଯତ୍ନ ଓ ସୁରକ୍ଷାରେ ବେଲଝରି ଗ୍ରାମବାସୀ

masiha

ଶ୍ରୀ ଜଗନ୍ନାଥ କଥାମୃତ ଶିକ୍ଷା ଶିବିର ନିମନ୍ତେ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!