ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଗଣତନ୍ତ୍ରର ହତ୍ୟାକାରୀ : କଳାଦିବସ ପାଳିଲା ବିଜେପି

କଂଗ୍ରେସ ଗଣତନ୍ତ୍ରର ହତ୍ୟାକାରୀ : କଳାଦିବସ ପାଳିଲା ବିଜେପି

ରାଉରକେଲା : ରାଉରକେଲା ଭାରତୀୟ ଜନତା ପାର୍ଟି ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ଜୁନ୍ ୨୫ ଆଜିର ଦିନରେ କଂଗ୍ରେସ ଦଳ ଦେଶର ଗଣତନ୍ତ୍ରକୁ ହତ୍ୟାକରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥବାର ୫୦ ବର୍ଷ ପୂର୍ଣ୍ଣକୁ ଭାଜପା ସମଗ୍ର ଭାରତରେ ଏକ କଳା ଦିବସ ରୂପେ ପାଳନ କରିଛି ା 

ଗଣତନ୍ତ୍ରର ମୂଲ୍ୟବୋଧକୁ ହତ୍ୟା କରି ସର୍ବବୃହତ ଗଣତନ୍ତ୍ରର ଆତ୍ମାକୁ କଂଗ୍ରେସ ନେତୃତ୍ୱାଧିନ ସରକାର ଏବଂ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗଣତନ୍ତ୍ର ପାଇଁ ଏକ କଳା ଅଧ୍ୟାୟ ସୃଷ୍ଟି କରିଥିଲେ ା ସେତେବେଳେ ଗଣମାଧ୍ୟମରେ ସ୍ୱାଧୀନତା ଛଡାଇ ନିଆଗଲା, ହଜାର ହଜାର ରାଜନୈତିକ ବ୍ୟକ୍ତି, ଛାତ୍ର, ବୁଦ୍ଧିଜୀବୀ, ସାମାଜିକ କାର୍ଯ୍ୟର୍କାଙ୍କୁ ଗିରଫ କରାଯାଇ ଜେଲରେ ଭର୍ତ୍ତି କରାଯାଇଥିଲା ା ଫଳସ୍ୱରୂପ ଗଣତନ୍ତ୍ର ରାଷ୍ଟ୍ରରେ ଜଣେ ନାଗରିକର ସମସ୍ତ ମୌଳିକ ଅଧିକାର ଛଡାଇ ନିଆଯାଇଥିଲା ା ଦୁଃଖ ଏବଂ ପରିତାପର ବିଷୟ ଯେଉଁ କଂଗ୍ରେସ ଦଳ ଗଣତନ୍ତ୍ର ହତ୍ୟାକାରୀ, ବିଭିନ୍ନ ସମୟରେ ଧାରା ୩୫୬ର ଅପବ୍ୟବହାର କରି ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ରାଜ୍ୟର ନିର୍ବାଚିତ ସରକାରକୁ ଭାଙ୍ଗିଛନ୍ତି ସେମାନେ ଆଜି ଗଣତନ୍ତ୍ର ହତ୍ୟା ଦିବସ ପାଳନ କରୁଛନ୍ତି ା କେନ୍ଦ୍ରରେ ଅଟଳ ସରକାର ଏବଂ ମୋଦି ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ଶାସନ ବ୍ୟବସ୍ଥାରେ କେବେ ମଧ୍ୟ ଧାରା ୩୫୬କୁ ଅପବ୍ୟବହାର କରିନାହାନ୍ତି କି କୌଣସି ରାଜ୍ୟ ସରକାରଙ୍କୁ ଭାଙ୍ଗି ରାଷ୍ଟ୍ରପତି ଶାସନ ଜାରି କରିନାହାନ୍ତି ା ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ଆଜିର ଦିନକୁ କଳା ଦିବସ ପାଳନ କରିବା ଏକ ହାସ୍ୟାସ୍ପଦ ଘଟଣା ବୋଲି ରାଜ୍ୟ ପ୍ରବକ୍ତା ଧିରେନ ସେନାପତି କହିଛନ୍ତି ା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେର୍କେଟା, ବରିଷ୍ଠ ନେତା ଜଗବନ୍ଧୁ ବେହେରା, ନୃସିଂହ ଜେନା, ରମେଶ ଅଗ୍ରୱାଲ, କେ ଏନ ଦୁବେ ସାର ପ୍ରଭୃତି ବକ୍ତବ୍ୟ ରଖିଥିଲେ ଏବଂ ମନୋଜ ସେନାତି ସଭା ପରିଚାଳନା କରିଥିଲେ ା ବିଭିନ୍ନ ମଣ୍ଡଳର ସଭାପତି ବୃନ୍ଦଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା କଳା ବ୍ୟାଚ୍ ପରିଧାନ କରି ଏହି ଦିବସକୁ କଳା ଦିବସ ରୂପେ ପାଳନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜୁ ଜୟନ୍ତୀ ରେ ବିଜେଡି ର ଜନସମାବେଶ

Sunil Chandra Nayak

କଂଗ୍ରେସର ନିର୍ବାଚନୀ ଶୋଭାଯାତ୍ରା ଓ ସାଧାରଣ ସଭା  ଭାଜପା ଓ ବିଜେଡି ଉପରେ ବର୍ଷିଲେ-ଭକ୍ତ ଦାସ

masiha

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ର ଘରେଘରେ କଂଗ୍ରେସ ଘରେଘରେ ହାତ କାର୍ଯ୍ୟକ୍ରମ ଆରମ୍ଭ

masiha

Leave a Comment

error: Content is protected !!