ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ

ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କିରିକିଟା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାରେ ମିଳୁଥିବା ସାହାଯ୍ୟ ସହଯୋଗ ଉପରେ ଆଲୋଚନା କରିଥିଲେ । ଖଡ଼ିଆଳ ବନଖଣ୍ଡ ଅଧିକାରୀ ଆଜିଜ ଖାନ, ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁରମି ସୁରେନ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ। ପୁଷ୍ପାଞ୍ଜଳି ନନ୍ଦ, ଖଡ଼ିଆଳ ବିଡ଼ିଓ ନରସିଂହ ଗଡବା, ସ୍ଥାନୀୟ ସରପଞ୍ଚ ଛବି ମାଝି ପ୍ରମୁଖ ଯୋଗଦେଇ ପ୍ରବାସୀ ଶ୍ରମିକଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଲୋକେ ଗାଁରେ ରହି କାମ କରିବାକୁ ସମସ୍ତେ ସଚେତନ କରିଥିଲେ । ସମସ୍ତ ବିଭାଗୀୟ ଅଧିକାରୀ ମାନେ ସାମିଲ ହୋଇ ନିଜ ନିଜ ବିଭାଗ ତରଫରୁ ମିଳୁଥିବା ସୁବିଧା ଉପରେ ଲୋକଙ୍କୁ ବୁଝାଇ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ  ରାଜ୍ୟରେ ପ୍ରଥମ ୧୦ ଜଣ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର

Sunil Chandra Nayak

ପାଠାଗାର ରେ ଭାଗବତ ଚର୍ଚ୍ଚା 

masiha

ଦାବି ପୁରଣ ସକାଶେ ଚତୁର୍ଥ ଶ୍ରେଣୀ କର୍ମଚାରିଙ୍କ ବୈଠକ

Sunil Chandra Nayak

Leave a Comment

error: Content is protected !!