ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବାଳିକା ପିଡିତା ପରିବାର କୁ ଭେଟିଲେ ଭାଜପା ପ୍ରତିନିଧି ଦଳ

ନାବାଳିକା ପିଡିତା ପରିବାର କୁ ଭେଟିଲେ ଭାଜପା ପ୍ରତିନିଧି ଦଳ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ଦୁର୍ଗମ କୁଟ୍ରୁ ଗ୍ରାମ ର ଜଣେ ନାବାଳିକା କୁ ଦୁଷ୍କର୍ମ ହୋଇଥିବା ନେଇ ଆମପାଣି ଥାନା ରେ ପିଡିତା ପକ୍ଷରୁ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକ ନକୁଳ ବେହେରା କୁ ଗିରଫ କରି ଏହି ଘଟଣା ରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। 

ତେବେ ଏହି ସମ୍ବେଦନଶୀଳ ଘଟଣା କୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଧର୍ମଗଡ ବିଧାୟକ ଙ୍କ ନିର୍ଦ୍ଦେଶ ରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଧର୍ମଗଡ ବିଧାୟକ ଙ୍କ କୋକସରା ବ୍ଲକ ପ୍ରତିନିଧି ତ୍ରିନାଥ ଶବର ଙ୍କ ନେତୃତ୍ୱରେ ରେ କୁଟ୍ରୁ ଗ୍ରାମ ରେ ପହଞ୍ଚି ନାବାଳିକା ପୀଡ଼ିତା ପରିବାର ଙ୍କୁ ସାକ୍ଷାତ କରିବା ସହ ଏହି ଘଟଣା ରାଜ୍ୟ ସରକାର ପିଡିତା ପରିବାର ପ୍ରତି ସହାନୁଭୂତି ପ୍ରକାଶ କରିଛନ୍ତି ଓ ଦୋଷୀ ପ୍ରତି ତୁରନ୍ତ ପଦକ୍ଷେପ ନିଆଯାଇଛି ଅଭିଯୁକ୍ତ କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳ ରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ,କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ,ଆମପାଣି ମଣ୍ତଳ ସମ୍ପାଦକ ତୁଲାରାମ ନାଏକ, ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ବିଜେପି ଯୁବନେତା ଚକ୍ରଧର ବେଶ୍ରା ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପରିବାର କୁ ସମବେଦନା ଓ ସାହସ ଦେଇଥିଲେ।ପରେ ପ୍ରତିନିଧି ଦଳ କୋକସରା ଗୋଷ୍ଠି ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ଙ୍କୁ ସାକ୍ଷାତ କରି ପିଡିତା ପରିବାର କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ। ବିଡ଼ିଓ ମଧ୍ୟ ପିଡିତା ପରିବାର ପ୍ରତି ସମବେଦନା ଜଣାଇବା ସହ ସରକାରୀ ସ୍ତରରେ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୋ ମାଟି ମୋ ଦେଶ ଅଭିଯାନର ଅମୃତ କଳସ ଯାତ୍ରା

masiha

ଏକତ୍ର ର ନାଟ୍ଯ ଆଲୋଚନାଚକ୍ର , କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ: ନବୀନ ପରିଡା 

ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଅଛି । ଯୋଗ୍ୟତା ହିସାବରେ ପିଲାଙ୍କୁ ଗଢନ୍ତୁ…

Sunil Chandra Nayak

Leave a Comment

error: Content is protected !!