ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ରମା ଦେବୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ 

ମା’ ରମା ଦେବୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ 

କଟକ : କଟକ ସଦର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟପୂଜା ଭବନରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ସର୍ବ ଦଳୀୟ ନେତ୍ରୀ ମା’ ରମା ଦେବୀଙ୍କ ୪୦ ତମ ଶ୍ରାଦ୍ଧ ଉତ୍ସବ ସଭାପତି ସରୋଜ ନଳିନୀ ପରିଜା, ଉପଦେଷ୍ଟା ଇଞ୍ଜିନିୟର ସେବକ ଶ୍ରୀକାନ୍ତ,କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ, ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ,ସମାଜସେବୀ ସନ୍ତୋଷ କୁମାର ଭୋଇ,ସାମ୍ବାଦିକ ଦୀପ୍ତି ରଞ୍ଜନ ଶତପଥୀ,ସାମ୍ୱାଦିକ ସୁଧୀର କୁମାର ଶତପଥୀଙ୍କ ଉପସ୍ଥିତିରେ ତାଙ୍କର ସ୍ମୃତି ଚାରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ମା ରମା ଦେବୀ ସ୍ବାଧିନତା ସଂଗ୍ରାମରେ ଯୋଗ ଦେଇ ବହୁବାର ଜେଲ୍ ଯାଇଥିଲେ । ନାରୀ ମାନଙ୍କୁ ସ୍ବାଧିନତା ସଂଗ୍ରାମରେ ସାମିଲ କରାଇଥିଲେ । ପାଇଖିନା ସଫା କରିବା,ଅସ୍ପୃଶତା ନିବାରଣ , ହରିଜନ ସେବା,ନିଶା ନିବାରଣ , ଆଦିବାସୀ ଅଞ୍ଚଳରେ ଶିକ୍ଷାର ପ୍ରସାର,ବାଳିକା ମାନଙ୍କୁ ଶିକ୍ଷା ଆଦି ବହୁ ସଂସ୍କାର ମୂଳକ କାର୍ଯ୍ୟରେ ତାଙ୍କର ଅବଦାନ ଅବିସ୍ମରଣୀୟ । ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନା ଦ୍ଵାରା ସିକଲ ସେଲ୍ ସଚେତନତା କାର୍ଯ୍ୟକ୍ରମ କାଶୀପୁର ବ୍ଲକ୍‌ରେ ଶୁଭାରମ୍ଭ

masiha

ଜିଲ୍ଲା ସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ 

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ପଞ୍ଚମ ଦିନ ସଂକଳ୍ପ ର ନାଟକ ଏମିତି ବି ହୁଏ ଓ ଆମେ ନାଟୁଆ ର ନାଟକ ଅନ୍ୟ ଆକାଶ ମଞ୍ଚସ୍ଥ 

masiha

Leave a Comment

error: Content is protected !!