ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଟିଏ କୋଠରୀରେ ଚାଲିଛି ବିଦ୍ୟାଳୟ 

ଗୋଟିଏ କୋଠରୀରେ ଚାଲିଛି ବିଦ୍ୟାଳୟ 

ବନ୍ଧୁଗାଁ ତା,୨୩/୦୭/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରୁ ଶିକ୍ଷାବିଭାଗର ଏକ ବିକଳ ଚିତ୍ର ସମାନାକୁ ଆସିଛି।ଗୋଟିଏ କୋଠରୀରେ ପାଠ ପଢା ଶହ ଅଫିସ କାର୍ଯ୍ୟ ଚାଲୁଚି। ଏପରିକି ସେଇ ଗୋଟିଏ କୋଠରୀ ରେ ପିଲାଙ୍କ ମଧ୍ୟାନ ଭୋଜନ ସାମଗ୍ରୀ ମଧ୍ୟ ରହୁଛି।ଏହି ଭଳି ଦୃଶ୍ୟ ବନ୍ଧୁଗାଁ ବ୍ଲକ ସଦର ଠାରୁ ଦୁଇ କିଲୋମିଟର ଦୂର ଦାସିନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଦେଖିବାକୁ ମିଳିଛି। ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ଯାଏଁ ୯୬ ଜଣ ଛାତ୍ର ଛାତ୍ରୀ ଅଧୟନ କରୁଥିବା ବେଳେ ପ୍ରଥମରେ ୨୩, ଦ୍ୱତୀୟରେ ୨୪, ତୃତୀୟରେ ୧୧,ଚତୁର୍ଥରେ ୨୧ ଓ ପଞ୍ଚମ ଶ୍ରେଣୀରେ ୧୧ ଜଣ ଛାତ୍ର ଛାତ୍ରୀ ଅଛନ୍ତି। ଏତେ ସଂଖ୍ୟକ ଛାତ୍ର ଛାତ୍ରୀ ଙ୍କ ପାଇଁ ମାତ୍ର ଗୋଟିଏ କୋଠରୀ ରହିଛି। ସେଇ ଗୋଟିଏ କୋଠରୀ ସବୁ କ୍ଷେତ୍ରରେ ବ୍ୟବହାର ହେଉଛି।ସକାଳ ହେଲେ ପାଠ ପଢା ବିଦ୍ୟାଳୟ ଛୁଟି ପରେ ତାହା ଗୋଦାମ ଗୃହ।ଏଥି ସହ ଛାତ୍ର ଛାତ୍ରୀଙ୍କ ପାଇଁ କୌଣସି କୋଠରୀ ନଥିବାରୁ ପିଣ୍ଡାରେ ବସିକି ପାଠ ପଢା ଚାଲିଥିବା ବେଳେ ରୋଷେଇ ଘର ନଥିବାରୁ ବର୍ଷ ବର୍ଷ ଧରି ଖୋଲା ମେଲାରେ ମଧ୍ୟାନ୍ନ ଭୋଜନ ରୋଷେଇ ହେଉଛି।ଏହି ସମସ୍ୟାକୁ ନେଇ ଅଭିଭାବକ ମାନେ ବିଦ୍ୟାଳୟ ର ସିଆରସିସିଙ୍କ ଠୁ ଆରମ୍ଭ କରି ଏବିଇଓ,ବିଇଓ,ବିଡ଼ିଓ,ଡ଼ିଇଓ ଙ୍କ ଯାଏଁ ଅବଗତ କରାଇଥିଲେବି ଏଯାଏଁ କିଛି ଫଳ ପ୍ରଦ ହେଲନାହିଁ।ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ତାଙ୍କ ଫୋନ ନଲାଗିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନି।ଅପର ପଟେ ବିଦ୍ୟାଳୟ ସମୁଖରେ ଏକ ନୂତନ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭ ହେଇଛି ହେଲେ ତାହା ଅତିଶୀଘ୍ର ସାରିବାକୁ ସବୁ ମହଲରେ ଦାବି ହୋଇଛି।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

କାଳ ବୈସାଖି ତାଣ୍ଡବ – ଉଡେଇଲା ଘରର ଆଜ୍ ବେଷ୍ଟର  ସିଟ , ପର ପିଣ୍ଡାରେ ୨ ଗ୍ରାମବାସି

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ଭାଲୁ,ଅଞ୍ଚଳବାସୀ ଆତଙ୍କିତ

masiha

ନବମ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ।ଧାରଣାରେ ସାମିଲହେଲେ ଗୋଲାମୁଣ୍ଡାବାସୀ

masiha

Leave a Comment

error: Content is protected !!