ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନ ତା ବାଟରେ, ନେତା ତାଙ୍କ ବାଟରେ  ଉନ୍ନୟନ କାର୍ଯ୍ୟକୁ ନେଇ ବିଜେପିର ଦାବି ପତ୍ର

ପ୍ରଶାସନ ତା ବାଟରେ, ନେତା ତାଙ୍କ ବାଟରେ 
ଉନ୍ନୟନ କାର୍ଯ୍ୟକୁ ନେଇ ବିଜେପିର ଦାବି ପତ୍ର 

ଯାଜପୁର ୨୪ ଜୁଲାଇ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକରେ ସରକାରଙ୍କ ବିଭିନ୍ନ ଉନ୍ନୟନକାର୍ଯ୍ୟ ଠିକଣା ଭାବେ ହେଉନି। ବିରୋଧୀ ଦଳ ଓ କର୍ମୀଙ୍କ କଥାରେ ବ୍ଲକ ପ୍ରଶାସନ ଉଠ ବସ ହେଉଛି | ପ୍ରଧାନ ମନ୍ତ୍ରୀଆବାସ , ଅନ୍ତୋଦୟ ଗୃହ ଯୋଜନା, ବିକଶିତ ଗାଁ, ବିକଶିତ ଓଡ଼ିଶା ଭଳି ବହୁ ଜନ କଲ୍ୟାଣକାରୀ ଯୋଜନା ବିଞ୍ଝାରପୁର ବ୍ଲକରେ ଠିକଣା ଭାବେ କାର୍ଯ୍ୟକାରୀ ହେଉନି ବୋଲି ଗତକାଲି ବିଜେପି ନେତ୍ରୀ ବବିତା ମଲ୍ଲିକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଡ଼ିଓ ଙ୍କ ନିକଟରେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଜଣେ ବି ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ଓ ହିତାଧିକାରୀ ଚୟନ ରେ ସ୍ବଚ୍ଛତା ପାରଦର୍ଶିତା ରହିବା ଦିଗରେ ପ୍ରଶାସନ ଯତ୍ନବାନ ହେଉ ବୋଲି ବିଜେପି ପକ୍ଷରୁ ବିଡିଓ ଙ୍କୁ ପ୍ରଦାନ କରାଯାଇ ଥିବା ଦାବି ପତ୍ରରେ ରହିଛି। ଏହି ପ୍ରତିନିଧି ଦଳରେ ବିଜେପି ନେତା ନିରଂଜନ ବେଉରିଆ , ଜିତେନ୍ଦ୍ର ବିଶ୍ୱାଳ , ଶିବପ୍ରସାଦ ଧଳ , ସଞ୍ଜୟ ପତି , ମନୋରଞ୍ଜନ ସାହୁ , ବିଜନ ସାମଲ , ରମେଶ ମଲ୍ଲିକ , ଜ୍ୟୋତିପ୍ରକାଶ ନାୟକ , ତରୁଣ ସାମଲ , ଦିଲ୍ଲୀପ ନାୟକ , ଯଦୁମଣି ଧଳ ଓ କୁଞ୍ଜ ବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ତେବେ ଏସଂପର୍କରେ ବିଡିଓ କୁହନ୍ତି ଯେ ସରକାରୀ ନୀତି ନିୟମ ଓ ମାର୍ଗଦର୍ଶିକା କୁ ଆଖି ଆଗରେ ରଖି ବ୍ଲକ୍ ପ୍ରଶାସନ ସବୁ କାମ କରୁଛି। ତେବେ ଚାପରେ ପ୍ରଶାସନ ଚାପି ହୋଇ ଯିବନି। ଯାହା ଆଇନତ କରଣୀୟ ତାହା ସର୍ବଦା ଅନୁପାଳନ କରିବାକୁ ପ୍ରଶାସନ ଚେଷ୍ଟିତ।

Related posts

ରେଡକ୍ରସ ଦିବସରେ ଧର୍ମଗଡ ରେଡକ୍ରସ୍ ଟାଉନ୍ ହଲ୍,  ଅର୍ଥ ଅଭାବରୁ ଅଧାରେ ଅଟକିଛି ନିର୍ମାଣ କାମ

ବିଧାୟକଙ୍କ ଦ୍ୱାରା ସ୍ଵଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ

masiha

Leave a Comment

error: Content is protected !!