ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ବେନିୟମ ପାର୍କିଂ ଉଚ୍ଛେଦ, ଏନଫର୍ସମେଣ୍ଟ୍ ଉପରେ ଗୁରୁତ୍ଵାରୋପ

ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

ବେନିୟମ ପାର୍କିଂ ଉଚ୍ଛେଦ, ଏନଫର୍ସମେଣ୍ଟ୍ ଉପରେ ଗୁରୁତ୍ଵାରୋପ

ସୁନ୍ଦରଗଡ଼, ୨୪/୦୭/୨୫ : ଆଜି ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ ଙ୍କ ଅଧ୍ୟକ୍ଷତାରେ ସଦଭାବନା ଭବନ ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ ଦୁର୍ଘଟଣା ହ୍ରାସ ଓ ସଡ଼କ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା।

     ବୈଠକରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ,ରାଉରକେଲାଙ୍କ ତରଫରୁ ନିଜ ନିଜ ଅଞ୍ଚଳ ଅନ୍ତର୍ଗତ ସଡ଼କ ଦୁର୍ଘଟଣା ତଥ୍ୟ, ସଡ଼କ ଦୁର୍ଘଟଣା ରୋକିବା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଉପସ୍ଥାପନ କରିଥିଲେ।ବୈଠକରେ କ୍ରମାଗତ ଏନଫୋର୍ସମେନ୍ତ କରାଯିବା, ସଡ଼କ ସୁରକ୍ଷା ନିୟମ ଉଲଂଘନ କରୁଥିବା ଚାଳକ ମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରବ୍ଦ କରାଯିବା, ପାଟ୍ରୋଲିଂ କୁ ବଢେଇବା , ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା, ବେନିୟମ ପାର୍କିଂ ଉଚ୍ଛେଦ, ନିୟମିତ ଏନଫର୍ସମେଣ୍ଟ କରାଯିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ରାସ୍ତା ମରାମତି, ରାସ୍ତାରେ ଆଲୋକିକରଣ, ବ୍ଲାକ ସ୍ପଟ, ରାସ୍ତା ନିକଟରେ ଥିବା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକ ସଡ଼କ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବା ସହିତ ସମସ୍ତ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଶେଷ କରି ରାସ୍ତା ରେ ଗୋରୁ ଗାଈ ମାନଂକ ଦ୍ଵାରା ଦୁର୍ଘଟଣା ଘଟୁଥିବାରୁ ଏଥି ପ୍ରତି ପଦକ୍ଷେପ ଗ୍ରହଣ କରାଯିବାକୁ ପୌରପାଳିକାର ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସଡ଼କ ଦର୍ଘଟଣା କୁ ହ୍ରାସ କରିବା ନିମନ୍ତେ ବିଭାଗ ଦ୍ଵାରା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା । ବୈଠକ ରେ ସୋଲାସିୟମ ଯୋଜନା (solatium fund) ଉପରେ ମଧ୍ୟ ଜନସଚେତନତା ସୃଷ୍ଟି କରାଯିବା ଉପରେ ଆଲୋଚନା କରାଯାଇଥିଲା। 

ଜିଲ୍ଲାରେ ସଡ଼କ ଦୁର୍ଘଟନା ହ୍ରାସ ଦିଗରେ ସମସ୍ତ ଅଂଶୀଦାର ତଥା ବିଭାଗୀୟ ଅଧିକାରୀ ମାନେ ବିଶେଷ ଧ୍ୟାନ ଦିଆଯିବାକୁ ଅତିଥି ମାନେ ଆଲୋଚନା କରିଥିଲେ ଏବଂ ବିଶେଷ କରି ଏନଫର୍ତ୍ସମେଣ୍ଟ କରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ। ବୈଠକରେ ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବୈଭବ ସାମନ୍ତ ସିଂହାର, ସୁନ୍ଦରଗଡ଼ର ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଦଲାନୀ, ସୁନ୍ଦରଗଡ଼ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅମିତ ଟୁଡୁ , ଏସ .ଡି .ପି. ଓ. ଶ୍ରୀ ନିର୍ମଳ କୁମାର ମହାପାତ୍ର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଟ୍ରକ ମାଲିକ ସଂଘ, ବସ ମାଲିକ ସଂଘର ସଭ୍ୟ, କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ତାନଶ୍ରୀ

masiha

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ୍ ମହାସଭା ବଲାଙ୍ଗୀର ଦ୍ୱାରା ସମୀକ୍ଷା ବୈଠକ

masiha

ହାଟବାଦଡାରେ ଧାନ ମଣ୍ଡି ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!