ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା 

ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା 

ନବରଙ୍ଗପୁର:( ତା ୨୫.୭.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ବନ ବିଭାଗ ର ଚରକବନ ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସୁଚନା ଅନୁଯାୟୀ ଓଡ଼ିଶା ସରକାର ଙ୍କ ସାଧାରଣ ପ୍ରଶାସନ ଓ ଜନ ଶୁଣାଣୀ ବିଭାଗ ବିଜ୍ଞପ୍ତି ପତ୍ର ସଂଖ୍ୟା ୨୪୮୮୬ ତା ୨୨/୭/୨୦୨୫ ରିଖ କ୍ରମେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ରୂପେ ବଦଳି ଆଦେଶ ହୋଇଛି ଏବଂ ପତ୍ର ସଂଖ୍ୟା ୨୪୮୭୪ ତା ୨୨.୭.୨୦୨୫ ରିଖ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ ରୂପେ ପଞ୍ଚାୟତିରାଜ ନିର୍ଦେଶକ ଡ ମହେଶ୍ବର ସ୍ୱାଇଁ ଯୋଗ ଦେବେ।ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ପ୍ରାୟ ସମସ୍ତ ବିଭାଗୀୟ ଅଧିକାରୀ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା ସମାରୋହ ରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍, ଡି ଏଫ୍ ଓ ଶୁଭେନ୍ଦୁ ପ୍ରସାଦ ବେହେରା ,ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପି ଏ, ଆଇ ଟି ଡି ଏ ରାଜୀବ ଲୋଚନ ସାହୁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଜରୁରୀ ଶାଖା ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ହିମାଂଶୁ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରି ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉପରେ ନିଜର ମତାମତ,ଅନୁଭୂତିକୁ ପ୍ରକାଶ କରିବାକୁ କହିଥିଲେ।ବିଭିନ୍ନ ବିଭାଗୀୟ ଅଧିକାରୀ ସି ଡି ଏମ ଓ,ସି ଡି ଭି ଓ, ଏସ ଇ, ଆର୍ ଏଣ୍ଡ ବି,କୃଷି ସ୍କିମ୍ ଅଧିକାରୀ, ବି ଡି ଓ ତେନ୍ତୁଳିଖୁଣ୍ଟି,, ଡି ଡି ପ୍ଲାନିଂ,ଡି ଏସ ଡବ୍ଲୁ ଓ ,ଡି ପି ଏମ (ଓ ଏଲ ଏମ ),ସହକାରୀ ସି ଇ ଓ, ଓର ମାସ,ସହକାରୀ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଜିଲ୍ଲାପାଳଙ୍କ ଦିଗଦର୍ଶନ , ପରାମର୍ଶ, କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା ସହ ନିଜସ୍ଵ ଅନୁଭୂତି,ଉତ୍ତମ ବ୍ୟବହାର,ଫାଇଲ ଅନୁମୋଦନ ଓ ସମସ୍ତ ବିଭାଗୀୟ ବୈଠକ, ମାନନୀୟ ମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ସଭାର ଉତ୍ତମ ପରିଚାଳନା,ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ତୃଣମୂଲ ସ୍ତରରେ ସଫଳ ରୂପାୟନ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ। ମଞ୍ଚାଷୀନ ଅତିଥି ଗଣ ଜିଲ୍ଲାପାଳଙ୍କୁ ଏକ ଭଲ ମଣିଷ ଭାବେ ବିବେଚନା କରି ବିଶେଷ କରି ସ୍କୁଲରେ ଛାତ୍ର ମାନଙ୍କୁ ପାଠ ପଢ଼ାଇବା, ଜନ ଅଭିଯୋଗ ଶୁଣାଣୀ ରେ ସାଧାରଣ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା, ମଣ୍ଡେଇ,ବିକାଶ ମେଳା, ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ର ସଫଳ ରୂପାୟନ ପାଇଁ ଅଧିକାରୀଂକୁ ଉଚିତ ପରାମର୍ଶ ଓ ନିଜେ ଅନ୍ତର୍ଭୂକ୍ତ ରହି ତ୍ଵରାନିତ କରିବା, କାମ କୁ ଶୀଘ୍ର ସମାପନ ଓ ଚାପମୂକ୍ତ ରହିବାକୁ ପରାମର୍ଶ ଦେବା ଉପରେ କହିଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟରେ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଏକ ଟିମ୍ ହିସାବରେ କାର୍ଯ୍ୟ ନିର୍ବାହ କରି ଜିଲ୍ଲାକୁ ଆଗେଇ ନେବାରେ ତାଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଧାର୍ଯ୍ୟ ଲକ୍ଷ୍ୟ ପୁରଣ ଦିଗରେ ଅହରହ ଉଦ୍ୟମ,ନିଜର ଟିମ୍ ର ସୁପରିଚାଳନା,ସାଧାରଣ ଲୋକଙ୍କ ତଥା ହିତାଧିକାରୀଙ୍କ ସମସ୍ୟା କୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବା ଉପରେ ନିଜ ଅନୁଭୂତି ପ୍ରକାଶ କରି ଏକ ସଚ୍ଚୋଟ ସରକାରୀ କର୍ମଚାରୀ ହିସାବରେ ନିଜକୁ ଗଢ଼ିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ ଓ ସଦିଚ୍ଛା ଉପହାର ଦେଇ ଅଧିକାରୀ ମାନେ ସମ୍ଭର୍ଦ୍ଧନା ଜଣାଇ ଦେଇଥିଲେ।ପରେ ସମସ୍ତେ ନୈଶ୍ୟ ଭୋଜିରେ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନୂତନ ଉଦ୍ୟୋଗ କର୍ମଶାଳା

Sunil Chandra Nayak

ବିଜାତଳା ସିଡିପିଓଙ୍କ ମନୋମୁଖୀ କାର୍ଯ୍ଯ ନେଇ ଅଙ୍ଗନୱାଡିକର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ଦ୍ବାରସ୍ଥ          

Sunil Chandra Nayak

Leave a Comment

error: Content is protected !!