ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦ ଜବତ: ୨ ଗିରଫ

ମଦ ଜବତ: ୨ ଗିରଫ

ବସ୍ତା,୨୫।୭ : ବସ୍ତା ଅବକାରୀ ବିଭାଗ ପକ୍ଷରୁ ବସ୍ତା ଥାନା ଅନ୍ତର୍ଗତ ଜୟନଗରପାଟଣା ଓ ନଳବାହାର ଠାରେ ଚଢାଉ କରାଯାଇ ୨ ମଦ ବେପାରୀଙ୍କୁ ଗିରଫ୍ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୫ ଲିଟର ଦେଶୀମଦ ଜବତ ହୋଇଛି। ଗିରଫ୍ ଅଭିଯୁକ୍ତ ମାନେ ହେଲେ ଏହି ଥାନା ଅଧୀନ ଜୟନଗରପାଟଣା ଗ୍ରାମର ବିକର୍ତ୍ତନ ପାତ୍ର(୩୫) ଓ ନଳବାହାର ଅଞ୍ଚଳର ଦିଲ୍ଲୀପ କୁମାର ବାରିକ(୩୫)। ଏ ସଂକ୍ରାନ୍ତରେ ଅବକାରି ଥାନାରେ ୨ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇ ଗିରଫ୍ ଅଭିଯୁକ୍ତ ଦ୍ବୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢାଉ ସମୟରେ ଥାନା ଅଧିକାରିଣୀ ପ୍ରଜ୍ଞାପ୍ରିୟଙ୍କା ନାୟକ, ଏ ଏସ ଆଇ ଦିଲ୍ଲୀପ କୁମାର ଟୁଡ଼ୁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ। 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସଞ୍ଚାର ବାୟକ ସଦନ ପ୍ରଗଣିଆଙ୍କୁ ‘କଳାହାଣ୍ଡି ବରପୁତ୍ର ସମ୍ମାନ ୨୦୨୩’ ରେ ସମ୍ମାନିତ କରିବାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନୁରୋଧ

Sunil Chandra Nayak

ରକ୍ତଦାତା ଇଂ.ବିପ୍ର ରଂଜନ ନାୟକ : ଯୁବ ସମାଜର ଜାଗ୍ରତ ସ୍ୱର ଓ ସ୍ୱାକ୍ଷର 

masiha

ଗୋଇନ୍ଦୀମୁଣ୍ଡା ଛକ ନିକଟରେ ବାଇକ ଧକ୍କାରେ ବାଇକ ଆରୋହୀଙ୍କ ଭାଙ୍ଗିଲା ଗୋଡ଼  

Sunil Chandra Nayak

Leave a Comment

error: Content is protected !!