ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଅଞ୍ଚଳରେ ଘୁର୍ଣ୍ଣିଝଡ଼ ପ୍ରଭାବ, ଗଛ ଭାଙ୍ଗି ଜାତୀୟ ରାଜପଥ ଅବରୋଧ

ନୂଆପଡ଼ା, ନୂଆପଡା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଘୁର୍ଣ୍ଣିଝଡ଼ ଦେଖାଦେଇଛି । ଏହାର ପ୍ରଭାବରେ ବଡ଼ ବଡ଼ ଗଛ ଭାଙ୍ଗି ଯାଇଥିବା ବେଳେ ଜାତୀୟ ରାଜପଥ ଅବରୋଧ ହୋଇଛି । ସହରର ୩୫୩ ନମ୍ବର ଜାତୀୟ ଅନ୍ତର୍ଗତ ବ୍ଲକ ଛକ ନିକଟରେ ଏକ ବିରାଟ ବୃକ୍ଷ ଭାଙ୍ଗି ପଡିଛି। ପ୍ରବଳ ବେଗରେ ପବନ ବୋହିବା ସହ ଘଡଘଡି ଓ ବର୍ଷା ହୋଇଥିଲା। ପବନର ବେଗ ଅଧିକ ରହିବା ଯୋଗୁଁ ଗଛ ଭାଙ୍ଗି ଯାଇଛି। ଖଡ଼ିଆଳ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ଯାତାୟତକୁ ସ୍ଵାଭାବିକ କରିଥିଲେ। ସେହିପରି ମେଡିକାଲ କଲୋନୀ ନିକଟରେ ମଧ୍ୟ ଏକ ଗଛ ଭାଙ୍ଗି ଯାଇଥିଲା। ଏହି ଘୂର୍ଣ୍ଣିଝଡ କାରଣରୁ ଖଡ଼ିଆଳ ସହରରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଛି । ସ୍ବଭାବିକ ସ୍ଥିତି ହେବା ପରେ ବିଦ୍ୟୁତ ଯୋଗାଣ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧାନବିଲ ଫାଟି ମେଲାହେଲଣି_ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

Sunil Chandra Nayak

ନୂଆପଡା ଜିଲ୍ଲା ସାମ୍ବାଦିକ ଯୁଧିଷ୍ଠିର ପଟେଲ ସଡ଼କ ଦୁର୍ଘଟଣା ରେ ଆହତ

Sunil Chandra Nayak

ମାଳି ସମାଜ ବିକାଶ ପରିଷଦର ଜିଲ୍ଲାସ୍ତରୀୟ ବୈଠକ ,ବିଭିନ୍ନ ସମସ୍ୟା ଉପରେ ଆଲୋଚନା 

Sunil Chandra Nayak

Leave a Comment

error: Content is protected !!