ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ଭାବେ ବିଦେଶୀ ମଦ ଚାଲାଣ ବେଳେ ୨ ଯୁବକ ଗିରଫ ବିଦେଶୀ ମଦ ଜବତ

କୋକସରା,୧/୫ -ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ବାଇକ ରେ ୪ ଜଣ ଯୁବକ ବିଦେଶୀ ମଦ ନେଇ ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୋକସରା ପୋଲିସ ଜାତୀୟ ରାଜପଥ ୨୬ ଚିଲିଗୁଡା ପେଟ୍ରୋଲ ପମ୍ପ ନିକଟରେ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ୨ ଜଣ ଯୁବକ ସହ ଏକ ବାଇକ ନମ୍ବର ଓଡ଼ି.୦୮.ଏନ.୦୯୮୮ ଜବତ କରିଥିବା ବେଳେ ଅନ୍ୟ ଏକ ବାଇକ ସହ ଦୁଇ ଯୁବକ ଚମ୍ପଟ ମାରିଥିବା ଜଣାପଡିଛି। ଜବତ ଗାଡି ରୁ ୭ ଲିଟର ୮୦୦ ମିଲି ବିଦେଶୀ ମଦ ଜବତ ହୋଇଛି। କୋକସରା ପୋଲିସ ୨ ଯୁବକ ଙ୍କୁ ଗିରଫ କରି ପରେ ଥାନା ବେଳ ବଣ୍ଡ ରେ ଛାଡି ଦେଇଥିବା ସୂଚନା ମିଳିଛି। ସୂଚନାମତେ କଲମପୁର ବ୍ଲକ ମଣ୍ଡଳ ଠାରେ ଥିବା ବିଦେଶୀ ମଦ ଦୋକାନ ରୁ କୋକସରା ଅଞ୍ଚଳ ର ଏକ ଢ଼ାବା କୁ ବିଦେଶୀ ମଦ ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ ରେ ଦୁଇ ଯୁବକ ବିଦେଶୀ ମଦ ସହ ଧରା ପଡିଥିଲେ। ଗିରଫ ଦୁଇଜଣ ଅଭିଯୁକ୍ତ ହେଉଛନ୍ତି ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ଚନ୍ଦନ କୁମାର ଗୁପ୍ତା (୩୦) ଓ ଓମ ପ୍ରକାଶ ଗୁପ୍ତା (୪୭) । ସେମାନେ ମଣ୍ଡଳ ବିଦେଶୀ ମଦ ଦୋକାନ ର କର୍ମଚାରୀ ବୋଳି ଜଣାପଡିଛି। ତେବେ ନିର୍ଦ୍ଧିଷ୍ଟ କେଉଁ ଢ଼ାବା କୁ ବିଦେଶୀ ମଦ ଚାଲାଣ କରୁଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କୋକସରା ପୋଲିସ ଏ ନେଇ ଓଡିଶା ଅବକାରୀ ନିୟମ(୫୨)ଏ ୨୦୦୮ଧାରା ରେ ଏକ ମାମଲା ୯୬/୨୨ ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ଥାନା ବେଳବଣ୍ଡ ଜାମିନ ରେ ଛଡା ଯାଇଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି। ମ ନି ସ 

Related posts

ଗ୍ରାମପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ

Sunil Chandra Nayak

ବାଇକ୍ ଦୁର୍ଘଟଣା, ଚାଳକ ଗୁରୁତର ଥିବାବେଳେ ଜଣେ ଆହତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ବାର୍ଦ୍ଧକ୍ୟଭତ୍ତା

Sunil Chandra Nayak

Leave a Comment

error: Content is protected !!