ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମପୁରରେ ମନରେଗା ଯୋଜନା ରୋକିଲା କିଏ? ଜିଲ୍ଲାରେ ୧୩ ଟି ମଧ୍ୟରୁ ଗୋଟିଏ ବ୍ଲକ ବଞ୍ଚିତ,କାମ ନ ମିଳିବାରୁ ଅନ୍ବେଷଣରେ ଦାଦନ ମୁହାଁ ଶ୍ରମିକ

କଲମପୁରରେ ମନରେଗା ଯୋଜନା ରୋକିଲା କିଏ? ଜିଲ୍ଲାରେ ୧୩ ଟି ମଧ୍ୟରୁ ଗୋଟିଏ ବ୍ଲକ ବଞ୍ଚିତ,କାମ ନ ମିଳିବାରୁ ଅନ୍ବେଷଣରେ ଦାଦନ ମୁହାଁ ଶ୍ରମିକ

କଲମପୁର -୨୬/୭(ମସିହା ) କଳାହାଣ୍ଡି ଜିଲ୍ଲାରେ ୧୩ ଟି ବ୍ଲକ, ତନ୍ମଧ୍ୟରେ କଲମପୁର ବ୍ଲକ ଅନ୍ୟତମ, ଏହି ୧୩ଟି ବ୍ଲକ ଭିତରେ ୧୨ଟି ବ୍ଲକରେ ମନରେଗା କାର୍ଯ୍ୟ ଚାଲୁ ରହିଥିବା ବେଳେ କେବଳ ଗୋଟିଏ ମାତ୍ର ବ୍ଲକ କଲମପୁରରେ ଏହି ମନରେଗା କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଠପ ହୋଇ ପଡ଼ିଛି, କେଉଁ କାରଣରୁ ଏହି ବ୍ଳକ ଏଭଳି ଜନ ହିତକର କାର୍ଯ୍ୟରୁ ବାଦ ପଡିଲା ତାହା ବୁଝା ପଡୁନାହିଁ, ଏପରି କି କେବଳ ବ୍ଲକ କି ପଞ୍ଚାୟତରେ ନୁହେଁ ସମୁଦାୟ ବିଭାଗରେ ଏହି କାର୍ଯ୍ୟକୁ ରୋକ ଲଗା ଯାଇଛି, ତେବେ ପ୍ରଶ୍ନ ଉଠୁଛି ଏହି କାର୍ଯ୍ୟକୁ ରୋକ ଲଗାଇଲା କିଏ? କାହା ଇଙ୍ଗିତରେ ଏହାକୁ ରୋକ ଲଗା ଯାଇଛି,ତାହା ଏଠାରେ ବଡପ୍ରଶ୍ନ ପାଲଟିଛି, ଦାଦନ ରୋକିବା ଓ ଗରିବ ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇବା ସହିତ ଆର୍ଥିକ ସ୍ବାବଲମ୍ବୀ କରିବା ପାଇଁ ଏହି ଯୋଜନା ପ୍ରଣୟନ ହୋଇଥିଲା, ତେବେ ବିଡ଼ମ୍ବନା ଯେ ଏଥିରେ ନିୟୋଜିତ କିଛି ଅସାଧୁ କର୍ମଚାରୀ ଏହାକୁ ଏକ ରୋଜଗାରର ମାଧ୍ୟମ ଭାବି ଠିକ ବାଟରେ କାର୍ଯ୍ୟ କଲେନାହିଁ, ଫଳରେ କିଛି କିଛି ସ୍ଥାନରେ ଶ୍ରମିକ ମାନେ ଏହି କାର୍ଯ୍ୟ ଠାରୁ ମୁହଁ ଫେରେଇ ନେଲେ, ତଥାପି ଏହି ମନରେଗା କାର୍ଯ୍ୟ ଠପ ହୋଇ ନ ଥିଲା, ଏବେ କିନ୍ତୁ ଏହି ମନରେଗା କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଠପ ହୋଇ ଥିବାରୁ ଶ୍ରମିକ ମହଳରେ ଭାଳେଣୀ ପଡ଼ିଛି, ଏହି ମନରେଗା କାର୍ଯ୍ୟ କେଉଁ କାରଣରୁ ଠପ ହେଲା ସେ ନେଇ ପଞ୍ଚାୟତ ଠାରୁ ବ୍ଲକ ସମେତ ବିଭିନ୍ନ ବିଭାଗ ସହିତ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ମିଲି ପାରୁନାହିଁ, କାମଧନ୍ଦା ନ ପାଇ ଗରିବ ଶ୍ରମିକ ମାନେ ବାଧ୍ୟ ହୋଇ ଦାଦନ ଯିବାକୁ ବିଭିନ୍ନ ରାଜ୍ୟକୁ ଚାଲି ଯାଉଛନ୍ତି, ବ୍ଲକ କି ପଞ୍ଚାୟତରେ ଏମାନଙ୍କ ପଞ୍ଜିକରଣ ହୋଇ ନାହିଁ ବୋଲି ବ୍ଲକ ପଞ୍ଚାୟତ ଅଧିକାରୀଙ୍କ ବିଭାଗରୁ ସୂଚନା ମିଳିଛି, ଅସମର୍ଥିତ ସୂଚନା ଅନୁସାରେ ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ଵ ଲୋକେ ଏହି ବ୍ଲକରୁ ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇଥିବା କୁହାଯାଉଛି, ଡବଲ ଇଞ୍ଜିନ ସରକାରଙ୍କ ବିଧାୟକ ହେଉଛନ୍ତି ଧର୍ମଗଡ ବିଧାୟକ, ଏହି ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଆସୁଛି ସମଗ୍ର କଲମପୁର ବ୍ଲକ, ଏବେ ରାଜ୍ୟରେ ସେମାନଙ୍କ ସରକାର, ତେବେ ତାଙ୍କ ନିର୍ବାଚନ ମଣ୍ଡଳୀର ଗୋଟିଏ ବ୍ଲକ ଏଭଳି ଜନ ହିତକର ଯୋଜନାରୁ ବାଦ ପଡିଲା କିପରି, ତାହା ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି, ଏହି ନିର୍ବାଚନ ମଣ୍ଡଳୀରୁ ଦାଦନ ଯାଇ ଲୋକେ କେଉଁ ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ଆପାତତଃ ସମସ୍ତଙ୍କୁ ଉଣା ଅଧିକେ ଜଣା, ତେବେ ବି ବିଧାୟକ ନିରବ ଦର୍ଶକ ସାଜିବା ପରିତାପର ବିଷୟ ପାଲଟିଛି ! 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ମକା ଫସଲ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ 

Sunil Chandra Nayak

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

Sunil Chandra Nayak

ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!