ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲା ରାମଦୋଳି ଯୁବକ ସଂଘ

ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲା ରାମଦୋଳି ଯୁବକ ସଂଘ

 ମୟୂରଭଂଜ – ୨୭/୦୭ —  କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେବା ସହ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।l କିନ୍ତୁ ଅନେକ ସମୟରେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ସଚେତନତା ଅଭାବରୁ ଠିକ ସମୟରେ ଯୋଜନାର ସଫଳତା ଉପଯୁକ୍ତ ଲୋକଙ୍କ ପାଖରେ ପହଂଚି ପାରୁନାହିଁ l ଫଳରେ ଅନେକ ସମୟରେ ସରକାରୀ ଯୋଜନା ବାଟବଣା ହେଉଥିବା ପରି ମନେ ହେଉଛି l ଦୁର୍ଗମ ଅଂଚଳ ରୂପେ ପରିଚିତ ବିଜାତଳା ବ୍ଲକ ମାଣିକପୁର ପଞ୍ଚାୟତ ବନ୍ତଳିଗୋଡ଼ା ଗ୍ରାମର ବିଧବା ଆଲ ଦେହୁରୀ (୫୮) ବିଧବା ଭତ୍ତା ରୁ ବଂଚିତ lପର ପିଣ୍ଡା ରେ ବିତୁଛି ତାଙ୍କ ତେଲ ଲୁଣ ସଂସାର l ଲଗାଣ ବର୍ଷାରେ ତାଙ୍କ ଘର ଟି ପୁରା ଭାଙ୍ଗି ଯାଇଛି l ତାଙ୍କୁ ଖାଲି ରାସନ ଚାଉଳ ମିଳୁଛି l ବ୍ୟାଙ୍କ ଖାତା ବି ନାହିଁ l ଖବର ପାଇ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ଵେଛାସେବୀ ସଂସ୍ଥା “ରାମଦୋଳି ଯୁବକ ସଂଘ” ପକ୍ଷ ରୁ ପୋଲିଥିନ, ଲୁଣ, ପିଆଜ, ତେଲ ଏବଂ କିଛି ଶୁଖିଲା ଖାଦ୍ୟ ବିଧବା ଆଲ ଦେହୁରୀ ଙ୍କୁ ଦେଇଥିଲେ l ଦେବା ସମୟ ରେ ରାମଦୋଳି ଯୁବକ ସଂଘ କର୍ମୀ ବୁଧୁରାମ ମୁଣ୍ଡା, କାରିଆ ମୁର୍ମୁ,ଛୋଟୋରାଇ ମୁର୍ମୁ, ଡୋଲୀ ହେମ୍ବ୍ରମ, ସୁନିତା ହାଁସଦା ଏବଂ ସୁକୁଲାଲ ହାଁସଦା ଉପସ୍ଥିତ ଥିଲେ l ଏହି ବିଷୟରେ ବିଜାତଳା ବିଡ଼ିଓ ଙ୍କୁ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଂଘ ସୂଚନା ଦେଇଛନ୍ତି lସ୍ୱାମୀ ବଞ୍ଚିଥିଲେ ମୂଲଲାଗି ଯାହା ରୋଜଗାର କରି ଆଣୁଥିଲେ ଦୁଃଖେସୁଖେ ପରିବାର ଚଳି ଯାଉଥିଲା। ଭରଣପୋଷଣର ବୋଝ ଉଠାଉଥିଲେ । ପୁରୁଷ ବିହୀନ ପରିବାର ଚଳାଇବା କେତେ କଷ୍ଟଦାୟକ ଚାକିରିଆ ବାବୁମାନେ ଜାଣିବେ କେମିତି? ଗାଁ ସାହି ପଡ଼ିଶାଙ୍କ ସାହାଯ୍ୟ ସହଯୋଗ ଅନେକ ସମୟରେ ତାଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ପାଲଟୁଛି। କେତେବେଳେ ଦେହ ଖରାପହେଲେ ଟିକିଏ ଔଷଧ ପତ୍ର କିଣିବା ପାଇଁ ପାଖରେ ଟଙ୍କାଟିଏ ନାହିଁ । ଯାହାଫଳରେ ଭାରି କଷ୍ଟରେ ଜୀବନ ବିତାଉଛନ୍ତି l ତାଙ୍କ ଘର କୁ ନିଜେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ l ପ୍ରଶାସନ ଅସହାୟ ବିଧବାକୁ ଘର ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇବାକୁ ସାଧାରଣରେ ଦାବି ହେଉଛି ।ରାମ ଦୋଳି ଯୁବକ ସଂଘର ଏତାଦୃଶ ସାମାଜିକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବ୍ଲକ ପ୍ରଶାସନ ତରଫରୁ ବ୍ଯାସକବି ଫକୀରମୋହନ ସେନାପତିଙ୍କୁ ସମ୍ମାନ

masiha

ରାଇରଙ୍ଗପୁରରୁ ପୁରୀ ରଥଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର ରେଳସେଵା ସାଂସଦ ନବ ଚରଣ ମାଝୀଙ୍କ ଦ୍ବାରା ଉଦ୍ଘାଟିତ 

masiha

ରବିଧାନ ପଞ୍ଜିକରଣ ବାଦ ଯୋଗୁଁ ରାଜରାସ୍ତାକୁ ଓଲ୍ହାଇଲେ ଚାଷୀ,ଆନ୍ଦୋଳନରେ ସାମିଲ ହେଲେ ୩ ବ୍ଲକର ଚାଷୀ,ଅନିର୍ଦ୍ଧିଷ୍ଟ କାଳଯାଏଁ ଧର୍ମଘଟ

Leave a Comment

error: Content is protected !!